ଦେଶରେ ବଢିବାରେ ଲାଗିଛି ସଂକ୍ରମଣ। ଗତ ୨୪ ଘଂଟାରେ ଦେଶରେ ୩୪,୪୦୩ ଜଣ କରୋନାରେ ସଂକ୍ରମିତ ହୋଇଥିବା ବେଳେ ୩୨୦ ଜଣଙ୍କ ପ୍ରାଣ ନେଇଛି ମହାମାରୀ। ସେହିପରି ଭାବରେ ଆଜିର କରୋନା ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ୍ ୩,୩୩,୮୧,୭୨୮ରେ ପହଞ୍ଚିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା
ଧରା ପଡିଛି ଫେସବୁକର ମିଛ। ହ୍ୱାଟ୍ସଆପରେ ସୁରକ୍ଷିତ ନୁହେଁ ଆପଣଙ୍କ ତଥ୍ୟ। ସୁରକ୍ଷିତ ବୋଲି କମ୍ପାନୀ ଦାବି କରୁଥିବା ବେଳେ ମିଛ ପଦାକୁ ଆସିଛି। ହ୍ୱାଟସ୍ଆପ୍କୁ ଫେସ୍ବୁକ୍ ଅଧିଗ୍ରହଣ କରିବା ପରେ ଅନେକ ଫିଚର ପରିବର୍ତ୍ତନ କରାଯାଇଛି। ଏଥିରେ ୟୁଜର୍ସଙ୍କ ଡାଟା ସୁରକ୍ଷିତ ବୋଲି କୁହାଯାଇଥିଲା । ମାତ୍ର କିଛି ତଥ୍ୟ ଲିକ୍ ହୋଇଥିବା କଥା କୁହାଯାଇଛି ।
ବଦଳିବ ଜି-ମେଲ। ଡିଜାଇନ ସହ ଆପରେ କରାଯିବ ପରିବର୍ତ୍ତନ। ଏଭଳି ସୂଚନା ଦେଇଛି ଗୁଗୁଲ୍। ଲୋକପ୍ରିୟ ଜିମେଲ୍ ସହ ଗୁଗୁଲ ଡକ୍ୟୁମେଣ୍ଟ ଓ କ୍ୟାଲେଣ୍ଡରର ଡିଜାଇନ ମଧ୍ୟ ପରିବର୍ତ୍ତନ ହେବାକୁ ଯାଉଛି। ଏ ସବୁ ଆପର ଡିଜାଇନ୍ ବଦଳାଇବାକୁ ନିଷ୍ପତି ନେଇ ସାରିଛି ଗୁଗୁଲ୍।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଆଜି ଜନ୍ମଦିନ। ୭୧ ବର୍ଷରେ ପହଞ୍ଚିଛନ୍ତି ନରେନ୍ଦ୍ର ମୋଦି। ୨୦୧୪ ମସିହା ପରଠାରୁ ବିଜେପି ପକ୍ଷରୁ ଆଜିର ଦିନକୁ ସେବା ଦିବସ ଭାବେ ପାଳନ କରାଯାଉଛି । ପ୍ରଧାନମନ୍ତ୍ରୀଙ୍କ ୭୧ତମ ଜନ୍ମ ଦିନ ଅବସରରେ ଆଜି ସେବା ଓ ସମର୍ପଣ ଅଭିଯାନ ଆରମ୍ଭ କରାଯିବ।
ଅଯୋଧ୍ୟାରେ ନିର୍ମାଣାଧିନ ରାମ ମନ୍ଦିରର ପ୍ରଥମ ପର୍ଯ୍ୟାୟ କାମ ଗତକାଲିି ଶେଷ ହୋଇଛି। ବର୍ଷା ପରେ ଦ୍ୱିତୀୟ ପର୍ଯ୍ୟାୟ କାମ ଆରମ୍ଭ ହେବ। ମନ୍ଦିର ନିର୍ମାଣ ଟ୍ରଷ୍ଟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ରାମ ଜନ୍ମଭୂମି ମନ୍ଦିର ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ୧୧ ହଜାର କ୍ୟୁବିକ୍ ମିଟରର ଚଟାଣ ଢ଼ଳେଇ କାମ ଶେଷ ହୋଇଛି।
ଦେଶର ବ୍ୟାଙ୍କିଂ କ୍ଷେତ୍ରରେ ଆସିବ ସୁଧାର। ବ୍ୟାଡ୍ ବ୍ୟାଙ୍କ ପାଇଁ ୩୦ ହଜାର ୬ଶହ କୋଟି ଟଙ୍କାର ଗ୍ୟାରେଂଟି ମଞ୍ଜୁର କରିଛନ୍ତି କେନ୍ଦ୍ର ସରକାର। ଫଳରେ ବ୍ୟାଙ୍କ ଗୁଡିକ ନିଜ ସମ୍ପତ୍ତିକୁ ନାସନାଲ ଆସେଟ୍ ରିକଂଷ୍ଟ୍ରକସନ୍ କମ୍ପାନୀ ଲିମିଟେଡକୁ ବିକ୍ରି କରିବା ସହଜ ହେବ।
ସୁନା ଓ ରୂପା କିଣିବା ପାଇଁ ଆପଣ ଇଚ୍ଛା ରଖିଛନ୍ତି କି? ତେବେ ଆଜି ହିଁ କିଣିନିଅନ୍ତୁ। କାରଣ ସୁନା ଓ ରୂପା ଦାମ୍ରେ ଆଜି ହ୍ରାସ ହୋଇଛି। ତେଣୁ ଯଦି ଆପଣ ଆଜି କିଣିବେ ତେବେ ନିଶ୍ଚିତ ଭାବରେ ଲାଭରେ ରହିବେ। ସୂଚନା ଅନୁସାରେ, ସେପ୍ଟେମ୍ବର ୧୬ ତାରିଖ ଅର୍ଥାତ୍ ଆଜି ଆନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟ ହ୍ରାସ ହୋଇଥିବା ନେଇ ସୂଚନା ରହିଛି।
ଗତ ୨୪ ଘଣ୍ଟା ଧରି ଉତ୍ତରପ୍ରଦେଶର ଅଧିକାଂଶ ଅଞ୍ଚଳରେ ପ୍ରବଳ ବର୍ଷା ଲାଗି ରହିଛି। ଏହି କାରଣରୁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ବିଭିନ୍ନ ସ୍ଥାନରେ ଘର ଭୁଶୁଡ଼ି ପଡ଼ିଛି । ବର୍ଷା ଯୋଗୁ ଏପର୍ଯ୍ୟନ୍ତ ୧୬ ଜଣ ପ୍ରାଣ ହରାଇଛନ୍ତି ।
ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ହୋଇଛି। ଏହି କମିଟିରେ କ୍ରିକେଟର ମହେନ୍ଦ୍ର ସିଂ ଧୋନୀ ସଦସ୍ୟ ମନୋନୀତ ହୋଇଛନ୍ତି। ସେହିପରି ଶିଳ୍ପପତି ଆନନ୍ଦ ମହିନ୍ଦ୍ରା, ସାଂସଦ ବିନୟ ସହସ୍ରବୁଦ୍ଧେ ବି ସଦସ୍ୟ ଅଛନ୍ତି। NCCକୁ ଅଧିକ ସମୟୋପଯୋଗୀ ପାଇଁ କମିଟି ବିଶ୍ଳେଷଣ କରିବ।
ଭାରତର ବଡ଼ ବଡ଼ କମ୍ପାନୀମାନେ ଅଧିକାରୀମାନଙ୍କୁ ମୋଟା ରକମର ଦରମା ଦେଇଥାନ୍ତି। ସେଥି ମଧ୍ୟରୁ ଜଣେ ଦେଶର ଅଗ୍ରଣୀ ଖାଦ୍ୟ ପ୍ରକ୍ରୀୟାକରଣ ତଥା ପ୍ରସ୍ତୁତକାରୀ କମ୍ପାନୀ ନେସଲେ ଇଣ୍ଡିଆର ସିଇଓ ସୁରେଶ ନାରାୟଣ। ନେସଲେ କଂପାନୀର ପରିଚାଳନା ନିର୍ଦ୍ଦେଶକ ଥିବା ସୁରେଶ ନାରାୟଣ ଭାରତରେ ସବୁଠାରୁ ଅଧିକ ବେତନ ପାଉଥିବା ସିଇଓ।
ଦେଶରେ ପୁଣି ବଢିଲା ସଂକ୍ରମଣ। ଗତ ୨୪ ଘଂଟରେ ଦେଶରେ ୩୦,୫୭୦ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ଏହାସହ ୨୪ ଘଂଟାରେ ଦେଶରେ ୪୩୧ ଜଣଙ୍କ ପ୍ରାଣ ନେଇଛି ମହାମାରୀ। ତେବେ ଆଜିର ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ ଦେଶରେ ମୋଟ୍ ୩,୩୩,୪୭,୩୨୫ ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିବା ପରେ ମୃତ୍ୟୁସଂଖ୍ୟା ୪,୪୩,୯୨୮ରେ ପହଞ୍ଚିଛି
ମହାମାରୀ କରୋନା ସମୟରେ ବେକାରୀମାନଙ୍କୁ ଭତ୍ତା ଦେବା ପାଇଁ ଆଗେଇ ଆସିଛନ୍ତି ସରକାର। ‘ଅଟଳ ବୀମିତ ବ୍ୟକ୍ତି କଲ୍ୟାଣ ଯୋଜନା ନାଁରେ ଏକ ଜନହିତକର ସ୍କିମ ଆରମ୍ଭ କରିଛନ୍ତି। କର୍ମଚାରୀ ରାଜ୍ୟ ବୀମା ନିଗମ ଏହି ସ୍କିମ୍ ଚଲାଉଛି। ଚାକିରୀ ହରାଇ ବେରୋଜଗାର ହେଉଥିବା ଲୋକଙ୍କୁ ଆର୍ଥିକ ସାହାଯ୍ୟ ଦେବା ଏହି ସ୍କିମର ମୂଳ ଲକ୍ଷ୍ୟ। ଜଣେ ବ୍ୟକ୍ତି ଚାହିଁଲେ ଅତିବେଶୀରେ ୩ ମାସ ପାଇଁ ଏହାର ଫାଇଦା ଉଠାଇ ପାରିବେ।
ଫାଟିଗଲା ଚଳନ୍ତା ବାଇକର ତେଲ ଟାଙ୍କି । ଭୟଙ୍କର ବିସ୍ଫୋରଣରେ ଛିନ୍ଛତ୍ର ହୋଇ ଛିଟିକି ପଡ଼ିଲେ ବାଇକ୍ ଆରୋହୀ।
ଚାରିଧାମ ଯାତ୍ରା ପାଇଁ ସର୍ତ୍ତମୂଳକ ଅନୁମତି ଦେଛନ୍ତି ହାଇକୋର୍ଟ । ନିର୍ଦ୍ଦେଶ ଅନୁସାରେ ବଦ୍ରିନାଥ ଧାମରେ ୧୨୦୦, କେଦାରନାଥ ଧାମରେ ୮୦୦, ଗାଙ୍ଗୋତ୍ରିରେ ୬୦୦ ଏବଂ ଯମୁନୋତ୍ରି ଧାମରେ ୪୦୦ ଭକ୍ତ କିମ୍ବା ତୀର୍ଥଯାତ୍ରୀ ଅନୁମତି ଦିଆଯାଇଛି ।
ମୋରେନା ନିବାସୀ ଜଣେ ୨୩ ବର୍ଷର ଯୁବକଙ୍କୁ ୨୧ ବର୍ଷୀୟ ଯୁବତୀଙ୍କୁ ଅଗଷ୍ଟ ୧୬ରେ ଗ୍ୱାଲିଅରର ଲୋହା ମାଣ୍ଡି ଦୁର୍ଗର ଆର୍ଯ୍ୟ ସମାଜ ମଣ୍ଡପରେ ପ୍ରେମ ବିବାହ କରିଥିଲେ । ଆର୍ଯ୍ୟ ସମାଜ ମଧ୍ୟ ଏହି ବିବାହର ପ୍ରମାଣପତ୍ର ଦେଇଛନ୍ତି । ହେଲେ ପ୍ରେମ ବିବାହ ପରେ ଉଭୟଙ୍କ ପରିବାର ପକ୍ଷରୁ ଧମକ ଦିଆଯାଇଥିବା ଅଭିଯୋଗ କରି ସୁରକ୍ଷା ସମ୍ପର୍କରେ ହାଇକୋର୍ଟରେ ଆବେଦନ କରିଥିଲେ ଦମ୍ପତି
ଦାଦ୍ରି ସ୍ଥିତ ବାଦଲପୁର କୋଟୱାଲି ଅଞ୍ଚଳର ସାଦୋପୁର ଗାଁରୁ ଜଣେ ବିଏ ଫାଇନାଲ ବର୍ଷର ଛାତ୍ରୀଙ୍କୁ ଭ୍ୟାନରେ ତିନି ଜଣ ଦୁର୍ବୃତ୍ତ ଅପହରଣ କରିନେଇଛନ୍ତି । ସାଦୁଲାପୁର ରେଲୱେ ଫାଟକ ନିକଟରେ ତିନି ସାନ ଭାଇଭଉଣୀଙ୍କ ସହ ପ୍ରାତଃଭ୍ରମଣ କରୁଥିଲେ ସ୍ୱାତୀ । ପ୍ରଥମେ ସାନ ଭଉଣୀ ଖୁସିକୁ ଅପହରଣ କରିବାକୁ ଚେଷ୍ଟା କରିଥିଲେ ଦୁବୃର୍ତ୍ତ । ହେଲେ ବଡ ଭଉଣୀ ସ୍ୱାତୀ ସାନ ଭଉଣୀକୁ ଅପହର୍ତ୍ତାଙ୍କ ଚାଲ ସଫଳ ହେବାକୁ ଦେଇନଥିଲେ ।
ସିଡିଏସ୍ ଜେନେରାଲ ବିପିନ ରାୱତ ବୁଧବାର ଦିନ ଏକ କାର୍ଯ୍ୟକ୍ରମରେ ଚୀନ୍ ପକ୍ଷରୁ ବିପଦ ସମ୍ପର୍କରେ ଚେତାବନୀ ଦେଇ ଏପରି କହିଛନ୍ତି । ଇରାନ ଏବଂ ତୁର୍କୀ ସହ ସମ୍ପର୍କ ସ୍ଥାପନ କରିବା ପରେ ଡ୍ରାଗନ୍ ଖୁବ୍ ଶୀଘ୍ର ଆଫଗାନିସ୍ତାନରେ ପ୍ରବେଶ କରିବ । ଆଉ ଏଥିପାଇଁ ପାଇଁ ଫୁଲଫ୍ରୁଫ୍ ଯୋଜନା କରିଛି ଚୀନ୍ । ଉଭୟ ପଡ଼ୋଶୀ ଦେଶ ପାକିସ୍ତାନ ଓ ଚୀନ୍ ଏବେ ଭାରତ ବିରୋଧୀ ଷଡ଼ଯନ୍ତ୍ର କରୁଛନ୍ତି ।
ଏକାଧିକ ଟାର୍ଗେଟେଡ୍ କିଲିଂ ଏବଂ ସିରିଜ୍ IED ବ୍ଲାଷ୍ଟ୍ କରିବା ଯୋଜନାରେ ଥିଲେ। ବିଶେଷ କରି ନବରାତ୍ର ଓ ରାମଲୀଳା ବେଳେ ଜନଗହଳିପୂର୍ଣ୍ଣ ସ୍ଥାନକୁ ଟାର୍ଗେଟ୍ କରିଥାନ୍ତେ। ଅଧିକ ତଦନ୍ତ ପାଇଁ ୬ଜଣଙ୍କୁ ରିମାଣ୍ଡରେ ନେଇଛି ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍।
ଅଟୋମୋବାଇଲ ଓ ଟେଲିକମ୍ କ୍ଷେତ୍ର ଲାଗି ବଡ଼ ଧରଣର ଆର୍ଥିକ ସଂସ୍କାର ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଦେଶରେ ଉତ୍ପାଦନ ବଢାଇବା ଲାଗି ଅଟୋମୋବାଇଲ କ୍ଷେତ୍ର ପାଇଁ ପ୍ରଡକସନ୍ ଲିଙ୍କଡ୍ ଇନ୍ସେନ୍ଟିଭ୍ ବା PLI ସ୍କିମ୍ ଘୋଷଣା କରାଯାଇଛି ।ଏଥିପାଇଁ ୨୬ ହଜାର ୫୮ କୋଟି ଟଙ୍କାର ବ୍ୟବସ୍ଥା ହୋଇଛି। ଏଥିରୁ ଅଟୋମୋବାଇଲ କ୍ଷେତ୍ର ୨୫ହଜାର ୯୩୮ କୋଟି ପାଇବାକୁ ଥିବାବେଳେ ଡ୍ରୋନ୍ କ୍ଷେତ୍ର ୧୨୦ କୋଟି ଟଙ୍କା ପାଇବ।
ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ବିବୃତ୍ତିରେ ବିଜେପି ପ୍ରତିକ୍ରିୟା ରଖିଛି। ବିଜେପି ମୁଖପାତ୍ର ସମ୍ବିତ ପାତ୍ର ରାହୁଲ ଗାନ୍ଧୀଙ୍କ ମାତା ଦୁର୍ଗା ଏବଂ ମାତା ସରସ୍ୱତୀଙ୍କ ବୟାନକୁ ହିନ୍ଦୁ ଧର୍ମ ପ୍ରତି ଅପମାନ ବୋଲି କହିଛନ୍ତି। ସେ କହିଛନ୍ତି ଯେ ରାହୁଲ ଗାନ୍ଧୀ ହିନ୍ଦୁ ଧର୍ମକୁ ଅତ୍ୟଧିକ ଅପମାନିତ କରିଛନ୍ତି। ମା’ ସରସ୍ୱତୀ ଓ ମା’ ଲକ୍ଷ୍ମୀଙ୍କୁ ହତ୍ୟା କରାଯାଇଥିବାରୁ ସେ ଦୁଃଖିତ ବୋଲି କହିଛନ୍ତି। ଅନ୍ୟ କୌଣସି ଧର୍ମର ଦେବତାମାନଙ୍କ ପାଇଁ ଏପରି ଶବ୍ଦ ବ୍ୟବହାର କରାଯାଇପାରିବ କି? ସମ୍ବିତ ପାତ୍ର କହିଛନ୍ତି ଯେ ଅତୀତରେ ମଧ୍ୟ ପ୍ରଭୁ ରାମଙ୍କ ଅସ୍ତିତ୍ୱ ଉପରେ କଂଗ୍ରେସ ପ୍ରଶ୍ନ ଉଠାଇଛି।
ଯଦି ମୋବାଇଲ୍ ଫୋନ୍ କାହାକୁ ହସ୍ତାନ୍ତର କରିବା ପରେ ଡାଟା ସମ୍ପୂର୍ଣ୍ଣ ଉଡିଯାଏ ତେବେ ଏହା ନିଶ୍ଚିତ ଚକିତ କରିବା ଭଲି କଥା। ଏଭଳି ଏକ ଘଟଣା ୯ମ ଶ୍ରେଣୀରେ ପଢୁଥିବା ଜଣେ ୧୪ ବର୍ଷର ଛାତ୍ରଙ୍କ କ୍ଷେତ୍ରରେ ଘଟୁଛି। ତାଙ୍କ ହାତରେ ମୋବାଇଲ୍ ଫୋନ୍ ଆସିବା ମାତ୍ରେ ସମସ୍ତ ତଥ୍ୟ ଉଡ଼ିଯାଉଛି। ଏହି ବାଳକର ନାମ ଅସ୍ତିତ୍ୱ ହୋଇଥିବା ବେଳେ ସେ ଉତ୍ତରପ୍ରଦେଶର ଆଲିଗଡ ଜିଲ୍ଲାରେ ଅବସ୍ଥିତ ଜଟାରୀ ଗାଁର ବାସିନ୍ଦା। ବର୍ତ୍ତମାନ ଏହି ଛାତ୍ର ସମଗ୍ର ଜିଲ୍ଲାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।
ମାଲିକଙ୍କ ହଜିଗଲା ଶୁଆ। ପକ୍ଷୀକୁ ଖୋଜିବା ଲାଗି ଥାନାରେ ଦାୟର କଲେ ମାମଲା। ଏପରି ଏକ ଅଦ୍ଭୁତ ମାମଲା ନୋଏଡ଼ାରୁ ସାମ୍ନାକୁ ଆସିଛି। ସ୍ଥାନୀୟ ଅଂଚଳରେ ରହୁଥିବା ଜଣେ ମହିଳା ତାଙ୍କ ଶୁଆ ହଜିଯାଇଥିବା ନେଇ ପୋଲିସ ନିକଟରେ ଅଭିଯୋଗ କରିଥିଲେ, ହେଲେ ଶୁଆ ହଜିବାର ଛଅ ମାସ ପରେ ମଧ୍ୟ ପୋଲିସ ଶୁଆଟିକୁ ଖୋଜି ପାରିବାରେ ସମ୍ଭବ ହୋଇନାହିଁ
ମାତ୍ର ୫୦ ଟଙ୍କାରେ ହେବ MRI । ଏହା ଶୁଣିବା ପରେ ଆପଣଙ୍କୁ ନିହାତି ଆଶ୍ଚର୍ଯ୍ୟ ଲାଗୁଥିବ । ହଁ ଆଜ୍ଞା ଏହା ସତ୍ୟ ଅଟେ । ଦିଲ୍ଲୀ ଶିଖ୍ ଗୁରୁଦ୍ୱାରା ପ୍ରବନ୍ଧନ ସମିତି DSGPC ପକ୍ଷରୁ ଜନ ସାଧାରଣଙ୍କୁ ଏହି ସେବା ଯୋଗାଇ ଦଇଆଯାଉଛି । DSGPC ଦ୍ୱାରା ଦିଲ୍ଲୀ ଗୁରୁଦ୍ୱାରା ବାଂଲା ସାହିବରେ ରହିଛି ଏହି ଡାଇଗ୍ନୋଷ୍ଟିକ ସେଣ୍ଟର । ଏହି ଡାଇଗ୍ନୋଷ୍ଟିକ ସେଣ୍ଟରରେ ମାତ୍ର ୫୦ ଟଙ୍କାରେ MRI ପରୀକ୍ଷା କରାଯାଉଛି ।
ଦୀର୍ଘଦିନ ପରେ ବିଦେଶ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆସନ୍ତା ସପ୍ତାହରେ ମୋଦି ଆମେରିକା ଗସ୍ତରେ ଯାଉଛନ୍ତି। ସୂଚନା ଅନୁସାରେ ମୋଦି ୨୪ ସେପ୍ଟେମ୍ବରରେ ୱାଶିଂଟନ୍ରେ କାଡ଼ ସମୁହର ନେତାଙ୍କ ସହିତ ଆୟୋଜିତ ଶିଖର ସମ୍ମିଳନୀରେ ଯୋଗ ଦେବା ନେଇ ସୂଚନା ମିଳିଛି
ବଢୁଛି ନୀରଜଙ୍କ କ୍ରେଜ। ସୋସିଆଲ ମିଡିଆ ଖୋଲିଲେ ତାଙ୍କରି ଫଟୋ। ଆଉ ଟିଭି ଖୋଲିଲେ ତାଙ୍କରି ଭିଡିଓ। ଟୋକିଓ ଅଲମ୍ପିକ ପରେ ସାରା ଭାରତରେ ନୀରଜଙ୍କ ଜୟ ଜୟକାର। ଏବେ ଟେଲିଭିଜିନ ଦୁନିଆର ଲୋକପ୍ରିୟ ଗେମ ଶୋ କୌନ୍ ବନେଗା କରୋଡପତିରେ ନୀରଜଙ୍କୁ ଦେଖିବାକୁ ମିଳିବ।