fuel tank blast
ପଞ୍ଜାବ: ବାଇକ ଚଲାଉଥିବାବେଳେ ହଠାତ୍ ଫାଟିଗଲା ତେଲ ଟାଙ୍କି । ଭୟଙ୍କର ଶବ୍ଦ ସହ ହୋଇଥିଲା ବିସ୍ଫୋରଣ। ବାଇକ୍ ଓ ବାଇକ୍ ଆରୋହୀ କିଏ କୁଆଡେ ଛିଟ୍କି ପଡିଲେ । ଗତକାଲି ରାତିରେ ପଞ୍ଜାବ ଜାଲାଲାବାଦର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ନିକଟରେ ଏହି ଲୋମହର୍ଷଣକାରୀ ଦୁର୍ଘଟଣା ଘଟିଛି । ଚିକିତ୍ସିତ ଅବସ୍ଥାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଥିବା ଖବର ମିଳିଛି।
Also Read
ମୃତକ ଜଣକ ଫେରୋଜପୁରର ଏବଂ ତାଙ୍କର ବୟସ ମାତ୍ର୨୨ ବର୍ଷ। ସେ ତାଙ୍କ ସମ୍ପର୍କୀୟଙ୍କ ଘରୁ ଫେରୁଥିଲେ । ସେହି ସମୟରେ ତାଙ୍କ ବାଇକ୍ର ତେଲ ଟାଙ୍କି ଫାଟିଯାଇଥିଲା । ଫଳରେ ବାଇକ୍ ଓ ଆରୋହୀ ଛିଟ୍କି ବହୁ ଦୂରକୁ ପଡିଯାଇଥିଲେ । ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ତାଙ୍କୁ ଉଦ୍ଧାର କରିବା ସହ ଘଟଣାଟିର ତଦନ୍ତ କରିଛି । ପ୍ରକୃତରେ ଗାଡିର ତେଲ ଟାଙ୍କି ଫାଟି ଏପରି ବିସ୍ଫୋରଣ ହୋଇଥିଲା ନା ବୋମା ବିସ୍ଫୋରଣ ତାହା ସ୍ପଷ୍ଟ ଜାଣ ପଡ଼ିନାହିଁ। ପୋଲିସ ଘଟଣାର ଯାଂଚ ଜାରି ରଖିଛି ।
ଦୁର୍ଘଟଣାର କିଛି ଫଟୋ ଚିତ୍ର ସାମ୍ନାକୁ ଆସିଛି । ଯେଉଁଥିରେ ବାଇକ୍ଟି ଖଣ୍ଡବିଖଣ୍ଡିତ ହୋଇ ପଡିଥିବାର ଦେଖିବାକୁ ମିଳିଛି । ଗାଡିର ବିଭିନ୍ନ ଅଂଶ ରାସ୍ତାରେ ଛୋଟ ଛୋଟ ଖଣ୍ଡ ହୋଇ ପଡ଼ି ରହିଛି । ଏଥିରୁ ଅନୁମାନ କରିହେଉଛି, ବିସ୍ଫୋରଣ କେତେ ଭୟଙ୍କର ହୋଇଛି। ପୋଲିସର କହିବାନୁଯାୟୀ, ଏହି ଦୁର୍ଘଟଣା ସମୟରେ ମୃତକଙ୍କର ଜଣେ ସମ୍ପର୍କୀୟ ଭାଇ ଅନ୍ୟ ଏକ ବାଇକରେ ଆସୁଥିଲେ । ହେଲେ ଦୁର୍ଘଟଣା ପରେ ହଠାତ୍ ସେଠାରୁ ସେମାନେ ଅଦୃଶ୍ୟ ହୋଇଯାଇଥିଲେ ବୋଲି ପ୍ରତ୍ୟେକ୍ଷଦର୍ଶୀ କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)


/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)