• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଗ୍ରେଟର୍ ନୋଏଡା : ସାନ ଭଉଣୀକୁ ବଞ୍ଚାଉ ବଞ୍ଚାଉ ଅପହର୍ତ୍ତାଙ୍କ କବଳରେ ପଡ଼ିଗଲେ ବଡ଼ ଭଉଣୀ । ଗ୍ରେଟର ନୋଏଡାର ବାଦଲପୁର କୋଟୱାଲୀ ଅଞ୍ଚଳର ସାଦୋପୁର ଗାଁ ନିକଟରେ ଏପରି ଅଭାବନୀୟ ଘଟଣା ଘଟିଛି । ପ୍ରାତଃଭ୍ରମଣରେ ବାହାରିଥିବା ବେଳେ ବଡ଼ ଭଉଣୀଙ୍କୁ ଅପହରଣ କରିନେଇଛନ୍ତି ଦୁବୃର୍ତ୍ତ । ପାଖରେ ଥିବା ସାନ ଭାଇଭଉଣୀଙ୍କୁ ଅପହରଣ କରିବାକୁ ଚେଷ୍ଟା କରାଯାଇଥିଲା, ହେଲେ ସେଥିରେ ଅପହର୍ତ୍ତାମାନେ ସଫଳ ହୋଇପାରିଲେ ନାହିଁ । କାରଣ ଭାଇଭଉଣୀଙ୍କ ରକ୍ଷା ପାଇଁ ସାମ୍ନାରେ ଢ଼ାଲ ହୋଇ ଛିଡ଼ା ହୋଇରହିଲା ବଡ଼ ଭଉଣୀ । ହେଲେ ଦୁଭାର୍ବଗ୍ୟବଶତଃ ସସେ କିନ୍ତୁ ନିଜକୁ ରକ୍ଷା କରିପାରିଲେ ନାହଁ । ତେବେ ଏହି ଘଟଣା ସମ୍ପର୍କ ଜାଣିବା ପରେ ଗ୍ରାମବାସୀ ଜିଟି ରୋଡ୍ ଅବରୋଧ କରିଛନ୍ତି ।

ଦାଦ୍ରି ସ୍ଥିତ ବାଦଲପୁର କୋଟୱାଲି ଅଞ୍ଚଳର ସାଦୋପୁର ଗାଁରୁ ଜଣେ ବିଏ ଫାଇନାଲ ବର୍ଷର ଛାତ୍ରୀଙ୍କୁ ଭ୍ୟାନରେ ତିନି ଜଣ ଦୁର୍ବୃତ୍ତ ଅପହରଣ କରିନେଇଛନ୍ତି । ସାଦୁଲାପୁର ରେଲୱେ ଫାଟକ ନିକଟରେ ତିନି ସାନ ଭାଇଭଉଣୀଙ୍କ ସହ ପ୍ରାତଃଭ୍ରମଣ କରୁଥିଲେ ସ୍ୱାତୀ । ପ୍ରଥମେ ସାନ ଭଉଣୀ ଖୁସିକୁ ଅପହରଣ କରିବାକୁ ଚେଷ୍ଟା କରିଥିଲେ ଦୁବୃର୍ତ୍ତ । ହେଲେ ବଡ ଭଉଣୀ ସ୍ୱାତୀ ସାନ ଭଉଣୀକୁ ଅପହର୍ତ୍ତାଙ୍କ ଚାଲ ସଫଳ ହେବାକୁ ଦେଇନଥିଲେ । ସାନ ଭଉଣୀକୁ କୌଶଳକ୍ରମେ ମୁକ୍ତ କରିଥିଲେ ହେଲେ ତାଙ୍କୁ ​​ଅପହରଣ କରି ନେଇ ପଳାଇ ଯାଇଥିଲେ ଅପହରଣକାରୀ । ତେବେ ସୂଚନା ଦେବାପରେ ବରିଷ୍ଠ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ଆଉ ଏବେ ପୋଲିସର ଏକ ଟିମ୍ ଅପହୃତ ଛାତ୍ରୀ ଓ ଅପହର୍ତ୍ତାଙ୍କୁ ଖୋଜୁଛି ।

ଛାତ୍ରୀଙ୍କ ଅପହରଣ ପରେ ଆଖପାଖ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଛି । ସ୍ଥାନୀଲ ଛକ ନିକଟରେ ହଙ୍ଗାମା କରୁଛନ୍ତି ଗାଁ ଲୋକ । ତୁରନ୍ତ ସ୍ୱାତୀକୁ ଉଦ୍ଧାର କରିବାକୁ ଦାବି ହେଉଛି । ଅନ୍ୟପଟେ ସୂଚନା ପାଇବା ମାତ୍ରେ ପୋଲିସ ଏବଂ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଛନ୍ତି । ପୋଲିସ ଟିମ୍ ଆଖପାଖର ସିସିଟିଭି ଫୁଟେଜ୍ ଅନୁଧ୍ୟାନ କରି ଅପହର୍ତ୍ତାଙ୍କ ନିକଟରେ ପହଞ୍ଚିବାକୁ ଚେଷ୍ଟା କରୁଛି । ଅପହରଣକାରୀମାନେ ଅଖେଜା ଗାଁ ଆଡକୁ ପଳାଇଛନ୍ତି ବୋଲି କୁହାଯାଉଛି ।