Advertisment

ଆଜି ମୋଦିଙ୍କ ଜନ୍ମଦିନ; ୭୧ ବର୍ଷରେ ପଦାର୍ପଣ କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଆଜି ଜନ୍ମଦିନ। ୭୧ ବର୍ଷରେ ପହଞ୍ଚିଛନ୍ତି ନରେନ୍ଦ୍ର ମୋଦି। ୨୦୧୪ ମସିହା ପରଠାରୁ ବିଜେପି ପକ୍ଷରୁ ଆଜିର ଦିନକୁ ସେବା ଦିବସ ଭାବେ ପାଳନ କରାଯାଉଛି । ପ୍ରଧାନମନ୍ତ୍ରୀଙ୍କ ୭୧ତମ ଜନ୍ମ ଦିନ ଅବସରରେ ଆଜି ସେବା ଓ ସମର୍ପଣ ଅଭିଯାନ ଆରମ୍ଭ କରାଯିବ।

author-image
Minati Mishra
ଅଦ୍ୟତନ ହୋଇଛି
P.M.Modi

P.M.Modi

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଆଜି ଜନ୍ମଦିନ  ।  ୭୧ ବର୍ଷରେ ପହଞ୍ଚିଛନ୍ତି ନରେନ୍ଦ୍ର ମୋଦି। ୨୦୧୪ ମସିହା ପରଠାରୁ ବିଜେପି ପକ୍ଷରୁ ଆଜିର ଦିନକୁ ସେବା ଦିବସ ଭାବେ ପାଳନ କରାଯାଉଛି । ପ୍ରଧାନମନ୍ତ୍ରୀଙ୍କ ୭୧ତମ ଜନ୍ମ ଦିନ ଅବସରରେ ଆଜି ସେବା ଓ ସମର୍ପଣ ଅଭିଯାନ ଆରମ୍ଭ କରାଯିବ। 

Advertisment

ରେକର୍ଡ ଟିକାକରଣ ପାଇଁ ଲକ୍ଷ୍ୟ ରଖାଯାଇଛି । ଯେଉଁମାନେ ଟିକା ନେଇ ନାହାନ୍ତି ସେମାନେ ଟିକାକରଣରେ ସାମିଲ ହେବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଅପିଲ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ପାଇଁ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।  ସେପଟେ ଉତ୍ତରପ୍ରଦେଶର ବାରାଣସୀରେ ଧୂମଧାମରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ପାଳନ କରାଯାଇଛି।  ଏହି ଅବସରରେ ବିଜେପି କର୍ମୀ ଓ ପ୍ରଶଂସକମାନେ ଦୀପଦାନ କରିବା ସହ ୭୧କେଜିର ଲଡୁ ବଣ୍ଟନ କରିଛନ୍ତି । ଆଜି ୭୧ଟି ମନ୍ଦିରରେ ଦୀପ ପ୍ରଜ୍ୱଳନ କରାଯିବା ସହ ରୁଦ୍ରାଭିଷେକ କରାଯିବ ବୋଲି ପ୍ରଧାନମନ୍ତ୍ରୀଙ୍କ ସମର୍ଥକ କହିଛନ୍ତି  । 

Advertisment

ଏଠି କହିରଖିବୁ, ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ୭୧ ତମ  ଜନ୍ମଦିନରେ ରେକର୍ଡ ଭାକ୍ସିନେସନ ଲକ୍ଷ୍ୟ ରଖାଯାଇଛି। ଏହି ଅବସରରେ ୨୦ ଦିନ ପାଇଁ ମେଗା ଇଭେଣ୍ଟର ଆୟୋଜନ କରାଯାଇଛି ଯାହାର ନାମ ରଖାଯାଇଛି ସେବା ଏବଂ ସମର୍ପଣ। ଏହି ଅଭିଯାନ ଅକ୍ଟୋବର ୭ରେ ଶେଷ ହେବ।

ସାରା ଦେଶରେ ଆଜି ରେକଡ ସଂଖ୍ୟକ ଅର୍ଥାତ ଦେଢ କୋଟି ଭାକ୍ସନେଶନ ଲକ୍ଷ୍ୟ ରଖାଯାଇଛି। ଅନେକ ସ୍ଥାନରେ ରକ୍ତଦାନ ଶିବିର ଖୋଲାଯାଇଛି।  ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଟ୍ୱିଟ୍ କରି ଶୁଭକାମନା ଜଣାଇଛନ୍ତି। ରାଷ୍ଟ୍ରପତି ଲେଖିଛନ୍ତି- ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜନ୍ମଦିନର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭକାମନା। ସେ ସୁସ୍ଥ ରୁହନ୍ତି ଓ ଦୀର୍ଘଜୀବୀ ହୁଅନ୍ତୁ ଏବଂ ଦେଶସେବାରେ ଲିପ୍ତ ରୁହନ୍ତୁ।

PM Modi Happy Birth Day
Advertisment
Advertisment