Advertisment

ନୂଆ ଭର୍ସନରେ ଆସିବ ଜି-ମେଲ୍, ଆଗଠାରୁ ହେବ ପୂରା ଅଲଗା

ବଦଳିବ ଜି-ମେଲ। ଡିଜାଇନ ସହ ଆପରେ କରାଯିବ ପରିବର୍ତ୍ତନ। ଏଭଳି ସୂଚନା ଦେଇଛି ଗୁଗୁଲ୍‌। ଲୋକପ୍ରିୟ ଜିମେଲ୍‌ ସହ ଗୁଗୁଲ ଡକ୍ୟୁମେଣ୍ଟ ଓ କ୍ୟାଲେଣ୍ଡରର ଡିଜାଇନ ମଧ୍ୟ ପରିବର୍ତ୍ତନ ହେବାକୁ ଯାଉଛି। ଏ ସବୁ ଆପର ଡିଜାଇନ୍‌ ବଦଳାଇବାକୁ ନିଷ୍ପତି ନେଇ ସାରିଛି ଗୁଗୁଲ୍‌।

author-image
Sarbeswar
ଅଦ୍ୟତନ ହୋଇଛି
କରୋନାରେ ଆକ୍ରାନ୍ତ ହେଲେ ଗୁଗଲ କର୍ମଚାରୀ

google

ନୂଆଦିଲ୍ଲୀ: ବଦଳିବ ଜି-ମେଲ। ଡିଜାଇନ ସହ ଆପରେ କରାଯିବ ପରିବର୍ତ୍ତନ। ଏଭଳି ସୂଚନା ଦେଇଛି ଗୁଗୁଲ୍‌। ଲୋକପ୍ରିୟ ଜିମେଲ୍‌ ସହ ଗୁଗୁଲ ଡକ୍ୟୁମେଣ୍ଟ ଓ କ୍ୟାଲେଣ୍ଡରର ଡିଜାଇନ ମଧ୍ୟ ପରିବର୍ତ୍ତନ ହେବାକୁ ଯାଉଛି। ଏ ସବୁ ଆପର ଡିଜାଇନ୍‌ ବଦଳାଇବାକୁ ନିଷ୍ପତି ନେଇ ସାରିଛି ଗୁଗୁଲ୍‌। ନୂଆ ଡିଜାଇନ୍ ଆସିବା ପୂର୍ବରୁ ଆପ୍‌ରେ କେତେକ ପରିବର୍ତ୍ତନ କରାଯିବ ବୋଲି ସୂଚନା ମିଳିଛି। କେବଳ ଆଣ୍ଡ୍ରଏଡ୍‌ ୧୨ରେ ପରିବର୍ତ୍ତନ କରାଯାଇଛି।

Advertisment

ଏଇ ମାସ ସେପ୍ଟେମ୍ବର ୨୦ ତାରିଖରୁ ଗୁଗୁଲ୍‌ କ୍ୟାଲେଣ୍ଡରର ନୂଆ ଭର୍ସନ୍‌ ଲଞ୍ଚ ହେବ। ଆଣ୍ଡ୍ରଏଡ୍‌ ୧୨ ସହ ଗୁଗୁଲ୍‌ ମେଲ୍‌ର ନୂଆ ଭର୍ସନ ଆସିବ। ଏଥିରେ ପିଲ୍‌ ସେପ୍‌, ନାଭିଗେସନ୍‌ ଏବଂ ଡାୟନୋମିକ୍‌ କଲର୍ ଅପସନ୍‌ ମିଳିବ। ଆପ୍‌ରେ ବଲ୍ଲୀ ବଟନ, ସିଫଟିଂ କଲ୍‌ ଏବଂ ସ୍ମୁଥ୍‌ ଆନିମେସନ୍‌ ମିଳବ। ଏଥିରେ ୟୁଜର୍ସଙ୍କୁ ଅଧିକ କ୍ଲାରିଟି ମିଳିବ ବୋଲି କୁହାଯାଇଛି।

Advertisment

କିଛି ଦିନ ତଳେ ଗୁଗୁଲ୍‌ ଏହାର ଫଟୋସ୍‌ର ଫିଚରକୁ ପରିବର୍ତ୍ତନ କରିଥିଲା। ଫଟୋ ଓ ଭିଡିଓ ସେଭ୍‌ ରଖିବା ପାଇଁ ଗୁଗୁଲ୍‌ ଫଟୋସ୍‌ ବ୍ୟବହାର କରୁଥିବା ୟୁଜରମାନଙ୍କ ପାଇଁ କମ୍ପାନି ନିୟମରେ କିଛିଟା ସଂଶୋଧନ ଆଣିଥିଲା । ଜୁନ ୧ରୁ ଗୁଗୁଲ୍‌ ଫଟୋସ୍‌ରେ ଫଟୋ ଓ ଭିଡିଓ ଷ୍ଟୋର କରି ରଖିବା ପାଇଁ ୟୁଜରମାନଙ୍କୁ କେବଳ ୧୫ ଜିବି ସ୍ପେସ୍‌ ମିଳୁଛି। ପୂର୍ବରୁ ୟୁଜରମାନେ ଅସୀମିତ ଷ୍ଟୋରେଜର ଫାଇଦା ଉଠାଇ ଆସୁଥିଲେ ।

ଯେଉଁ ୟୁଜରଙ୍କ ପାଖରେ ପିକ୍ସେଲ ୨ କିମ୍ୱା ତା’ଠାରୁ ଅଧିକ ପିକ୍ସେଲ ଡିଭାଇସ ରହିଛି, ସେମାନଙ୍କ ପାଇଁ ଏହି ନିୟମ ଲାଗୁ ହେବ ନାହିଁ । ପିକ୍ସେଲ ଫୋନ ନ ଥିବା ୟୁଜରମାନଙ୍କୁ ଗୁଗୁଲ୍‌ ୱାନ ସବ୍‌ସ୍କ୍ରାଇବ୍‌ କରିବାକୁ ହେବ। ଯାହା ୧୦୦ ଜିବି ପାଇଁ ପ୍ରତିବର୍ଷ 15 ଟଙ୍କା ଖର୍ଚ୍ଚ କରିବାକୁ ହେବ ବୋଲି ଏକ୍ସଡିଏ ଡେଭଲପର୍ସ ପକ୍ଷରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଛି।

India GoogleApp
Advertisment
Advertisment