Advertisment

’ମାଳା ପିନ୍ଧିଦେଲେ ବିବାହ ହୋଇଯାଏନି, ବିଧିବିଧାନରେ ସାତ ଫେରା ନେବା ଜରୁରୀ’

ମୋରେନା ନିବାସୀ ଜଣେ ୨୩ ବର୍ଷର ଯୁବକଙ୍କୁ ୨୧ ବର୍ଷୀୟ ଯୁବତୀଙ୍କୁ ଅଗଷ୍ଟ ୧୬ରେ ଗ୍ୱାଲିଅରର ଲୋହା ମାଣ୍ଡି ଦୁର୍ଗର ଆର୍ଯ୍ୟ ସମାଜ ମଣ୍ଡପରେ ପ୍ରେମ ବିବାହ କରିଥିଲେ । ଆର୍ଯ୍ୟ ସମାଜ ମଧ୍ୟ ଏହି ବିବାହର ପ୍ରମାଣପତ୍ର ଦେଇଛନ୍ତି । ହେଲେ ପ୍ରେମ ବିବାହ ପରେ ଉଭୟଙ୍କ ପରିବାର ପକ୍ଷରୁ ଧମକ ଦିଆଯାଇଥିବା ଅଭିଯୋଗ କରି ସୁରକ୍ଷା ସମ୍ପର୍କରେ ହାଇକୋର୍ଟରେ ଆବେଦନ କରିଥିଲେ ଦମ୍ପତି

author-image
Prangyan Parimita
ଅଦ୍ୟତନ ହୋଇଛି
love marriage

love marriage

ଗୁଆଲିୟର :  ବିବାହ ପାଇଁ ବିଧି ମୁତାବଳ ସାତ ଫେରା ନେବା ଆବଶ୍ୟକ । ପ୍ରେମ ବିବାହ ସମ୍ପର୍କରେ ମଧ୍ୟପ୍ରଦେଶ ହାଇକୋର୍ଟ ଏକ ବଡ ନିଷ୍ପତ୍ତି ଶୁଣାଇଛନ୍ତି । କେବଳ ମାଳା ଅଦଳବଦଳ କରିଦେଲେ ବିବାହ ହୁଏ ନାହିଁ ବୋଲି କହିଛନ୍ତି ଗ୍ୱାଲିଅର୍ ଖଣ୍ଡପୀଠ । ବୈଧ ବିବାହ ପାଇଁ ସମ୍ପୂର୍ଣ୍ଣ ବିଧିବିଧାନରେ ସାତ ଫେରା ନେଇ ସମସ୍ତ ରୀତିନୀତି କରିବା ଜରୁରୀ । ଆର୍ଯ୍ୟ ସମାଜ ମନ୍ଦିରରେ ବିବାହ କରିଥିବା ନେଇ ଦାବି କରୁଥିବା ମୋରେନାଙ୍କ ଦମ୍ପତିଙ୍କ ଶୁଣାଣି ସମୟରେ ହାଇକୋର୍ଟ ଏପରି ମନ୍ତବ୍ୟ ଦେଇଛନ୍ତି । ବିବାହ ପରେ ଏହି ଦମ୍ପତ୍ତି ହାଇକୋର୍ଟଙ୍କ ସୁରକ୍ଷା ଦାବି କରିଥିଲେ ।

Advertisment

ହେଲେ ଉଭୟଙ୍କ ପାଖରେ ବିବାହର କୌଣସି ସଠିକ୍ ପ୍ରମାଣପତ୍ର ନାହିଁ । ତେଣୁ ଦମ୍ପତିଙ୍କୁ ଏହି ଆବେଦନକୁ ଖାରଜ କରାଯାଇଛି ବୋଲି ଶୁଣାଣି ସମୟରେ କୋର୍ଟ କହିଛନ୍ତି । ଉଭୟଙ୍କୁ ଧମକ ଦିଆଯାଇଥିବା ପରି କିଛି ପ୍ରମାଣ ନାହିଁ, ସେମାନଙ୍କ କଥାରେ ସତ୍ୟତ୍ୟ ଦେଖିବାକୁ ମିଳୁନି । କିଏ ଧମକାଉଛି, କାହିଁକି ଧମକାଉଛି, ତାହା ଉଲ୍ଲେଖ କରାଯିବ ଆବଶ୍ୟକ । ଫଳରେ ଏପରି ନିଷ୍ପତ୍ତି ଶୁଣାଇଛନ୍ତି କୋର୍ଟ ।

ମୋରେନା ନିବାସୀ ଜଣେ ୨୩ ବର୍ଷର ଯୁବକ ଅଗଷ୍ଟ ୧୬ରେ ଗ୍ୱାଲିଅରର ଲୋହା ମାଣ୍ଡି ଦୁର୍ଗର ଆର୍ଯ୍ୟ ସମାଜ ମଣ୍ଡପରେ ୨୧ ବର୍ଷୀୟ ଯୁବତୀଙ୍କୁ ପ୍ରେମ ବିବାହ କରିଥିଲେ । ଆର୍ଯ୍ୟ ସମାଜରେ ମଧ୍ୟ ଏହି ବିବାହର ପ୍ରମାଣପତ୍ର ଦେଇଛନ୍ତି । ହେଲେ ପ୍ରେମ ବିବାହ ପରେ ଉଭୟଙ୍କ ପରିବାର ପକ୍ଷରୁ ଧମକ ଦିଆଯାଇଥିବା ଅଭିଯୋଗ କରି ସୁରକ୍ଷା ସମ୍ପର୍କରେ ହାଇକୋର୍ଟରେ ଆବେଦନ କରିଥିଲେ ଦମ୍ପତି । ଏହି ସମୟରେ ଆବେଦନକାରୀ ଯୁକ୍ତି କରିଥିଲେ ଯେ ଉଭୟ ପ୍ରେମ ବିବାହ କରିଛନ୍ତି । ଉଭୟଙ୍କ ପରିବାର ମିଥ୍ୟା ଅଭିଯୋଗ କରୁଛନ୍ତି । ସେମାନଙ୍କ ଜୀବନ ବିପଦରେ ଥିବାବେଳେ ବୈବାହିକ ସମ୍ପର୍କକୁ ମଜବୁତ କରିବା ପାଇଁ ସେମାନଙ୍କୁ ସୁରକ୍ଷା ଯୋଗାଇ ଦିଆଯିବା ଉଚିତ୍ ।

Advertisment

ଶୁଣାଣି ପରେ କୋର୍ଟ ଏହି ଆବେଦନକୁ ଖାରଜ କରିଦେଇଛନ୍ତି

ତେବେ ଶୁଣାଣି ସମୟରେ କୋର୍ଟ ଏହି ଆବେଦନକୁ ଖାରଜ କରିଛନ୍ତି । ସରକାରୀ ଓକିଲ ଦୀପକ ଖୋଟ ଏହି ଆବେଦନକୁ ବିରୋଧ କରିଛନ୍ତି । ଦମ୍ପତି କୌଣସି ପୋଲିସ ଷ୍ଟେସନରେ ଅଭିଯୋଗ ନକରି ସିଧାସଳଖ ହାଇକୋର୍ଟଙ୍କୁ କହିଛନ୍ତି । କିଏ ସେମାନଙ୍କୁ ଧମକ ଦେଉଛି, କିଏ ଧମକ ଦେଇଛି, କିଏ ସେମାନଙ୍କୁ ଅସୁବିଧାରେ ପକାଉଛି ? ଏ ସମ୍ପର୍କରେ ମଧ୍ୟ ସ୍ପଷ୍ଟ କିଛି ଉଲ୍ଲେଖ କରାଯାଇନାହିଁ । ସିଧାସଳଖ କୋର୍ଟରେ ଦାଖଲ କରାଯାଇଛି, ତେଣୁ ଏହି ଆବେଦନରେ ସତ୍ୟତା ଥିବାପରି ମନେ ହେଉନାହିଁ । ସଂପୂର୍ଣ୍ଣ ଶୁଣାଣି ପରେ କୋର୍ଟ ଏହି ଆବେଦନକୁ ଖାରଜ କରିଦେଇଛନ୍ତି।

Love Marriage Gwalior High Court
Advertisment
Advertisment