Advertisment

କିଙ୍ଗ ଖାନଙ୍କ ପୁଅ ଆର୍ୟନଙ୍କୁ ଏବେ ନିସ୍ତାର ନାହିଁ, ବୁଧବାର ହେବ ଜାମିନ୍ ଆବେଦନ ଶୁଣାଣି

କିଙ୍ଗ ଖାନଙ୍କ ପୁଅ ଆର୍ୟନଙ୍କୁ ଏବେ ନାହିଁ ନିସ୍ତାର । ଡ୍ରଗ୍ସ ମାମଲାରେ ଫସିଥିବା ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କ ମୁସ୍କିଲ ବଢ଼ିଲା । ବୁଧବାର ଦିନ ଆର୍ୟନଙ୍କ ଜାମିନ୍ ଆବେଦନର ଶୁଣାଣି ହେବ ।

author-image
Prangyan Parimita
ଅଦ୍ୟତନ ହୋଇଛି
undefined

Aryan Khan

ମୁମ୍ବାଇ : କିଙ୍ଗ ଖାନଙ୍କ ପୁଅ ଆର୍ୟନଙ୍କୁ ଏବେ ନିସ୍ତାର ନାହିଁ । ଡ୍ରଗ୍ସ ମାମଲାରେ ଫସିଥିବା ଆର୍ୟନ ଖାନଙ୍କ ମୁସ୍କିଲ ବଢ଼ିଲା । ବୁଧବାର ଦିନ ଆର୍ୟନଙ୍କ ଜାମିନ୍ ଆବେଦନର ଶୁଣାଣି ହେବ । ସ୍ୱତନ୍ତ୍ର NDPS କୋର୍ଟରେ ଜାମିନ୍ ଆବେଦନର ଶୁଣାଣି ବୁଧବାରକୁ ଘୁଞ୍ଚିଛି । ଅକ୍ଟୋବର ୧୩ ବୁଧୁବାର ଦିନ ସ୍ୱତନ୍ତ୍ର କୋର୍ଟରେ ଜାମିନ ଆବେଦନ ଉପରେ ଶୁଣାଣି ହେବ । ବର୍ତ୍ତମାନ ଆର୍ୟନଙ୍କୁ ଅତି କମରେ ଆଉ ତିନି ଦିନ ଜେଲରେ ରହିବାକୁ ପଡିବ। ବୁଧବାର ସକାଳ ୧୧ ଟା ସୁଦ୍ଧା ଏନସିବି ଜବାବ ଦାଖଲ କରିବ।

Advertisment

ଆଜି ମୁମ୍ବାଇ NDPS କୋର୍ଟରେ ଆର୍ୟନଙ୍କ ଜାମିନ୍ ଆବେଦନର ଶୁଣାଣି ହେବାର ଥିଲା କିନ୍ତୁ ଏହାକୁ ବୁଧବାରକୁ ଘୁଞ୍ଚାଇ ଦିଆଯାଇଛି । ନିମ୍ନ କୋର୍ଟରୁ ଜାମିନ୍ ଖାରଜ ହୋଇଛି  । ଏହାସହ ଅରବାଜ ମଚଚାଣ୍ଟ୍ ଏବଂ ମୁନମୁନ୍ ଧମେଚାଙ୍କ ବି ଜାମିନ୍ ‌ଆବେଦନର ଶୁଣାଣି ବି ଘୁଞ୍ଚିଛି । ବର୍ତ୍ତମାନ ଆର୍ଥର ରୋଡ଼୍ ଜେଲରେ ବନ୍ଦ ଅଛନ୍ତି ଆର୍ୟନ ଖାନ୍ ।  ଆଜି ଓକିଲ ସତୀଶ ମାନସିନ୍ଦେ ଏବଂ ଅମିତ ଦେଶାଇ ଆର୍ୟନଙ୍କ ମାମଲାର କୋର୍ଟରେ ପହଞ୍ଚିଛନ୍ତି । ସେମାନଙ୍କ ବ୍ୟତୀତ ଶାହାରୁଖ ଖାନ ଓ ତାଙ୍କ ମ୍ୟାନେଜର ପୂଜା ଦଦଲାନି ମଧ୍ୟ କୋର୍ଟକୁ ଆସିଥିଲେ।

ଏହାପୂର୍ବରୁ ଅକ୍ଟୋବର ୮ ରେ ମୁମ୍ବାଇର ମାଜିଷ୍ଟ୍ରେଟ କୋର୍ଟ ଆର୍ୟନ ଖାନଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ । R M Nerlikar R M Nerlikar ଆର୍ୟନଙ୍କ ଓକିଲ ଏବଂ ଏନସିବି ମଧ୍ୟରେ ଦୀର୍ଘ ସମୟ ବିତର୍କ ପରେ ରାୟ ଶୁଣାଇଥିଲେ । ମାଜିଷ୍ଟ୍ରେଟ ଆର୍ୟନଙ୍କ ସମେତ ଅନ୍ୟ ଦୁଇଜଣଙ୍କ ଜାମିନ୍ ଆବେଦନକୁ ଖାରଜ କରିବା ସହ ଏହି ମାମଲା ପରିଚାଳନାଯୋଗ୍ୟ ନୁହେଁ ବୋଲି କହିଥିଲେଦ ।

Advertisment

ମୁମ୍ବାଇରୁ ଗୋଆକୁ ଯାଉଥିବା ଏକ କ୍ରୁଜ୍ ଜାହାଜରୁ ଆର୍ୟନଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି) ଗିରଫ କରିଥିଲା । ଆର୍ୟନ ଡ୍ରଗ୍ସ ସେବନ କରିଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ମାମଲାରେ ଗିରଫଦାରୀ ସଂଖ୍ୟା ବଢ଼ିବାରେ ଲାଗିଛି । ଆର୍ୟନଙ୍କ ସମେ ଏପର୍ଯ୍ୟନ୍ତ ୨୦ ଜଣଙ୍କୁ ଗିରଫ କରାଯାଇଛି । ଏଥିରେ ୨ ଜଣ ବିଦେଶୀ ନାଗରିକ ବି ରହିଛନ୍ତି । ବିଦେଶୀ ଲିଙ୍କ୍ ଆସିବା ପରେ ମାମଲାରେ ତଦନ୍ତ ପରିସୀମା ବଢ଼ିଛି ।

Aryan Khan Mumbai Cruise Rave Party Aryan Khan Bail Hearing
Advertisment
Advertisment