• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଦେଢ଼ କୋଟି ଟଙ୍କାର ବେଲୁନରେ ତିଆରି ହେଲା ହସ୍ପିଟାଲ

  • ମାତ୍ର ୨୦ ଦିନରେ ହେଲା ଠିଆ

ଭୋପାଳ : କରୋନାର ସମ୍ଭାବ୍ୟ ତୃତୀୟ ଲହରକୁ ଦୃଷ୍ଟିରେ ରଖି ତିଆରି ହୋଇଛି ସ୍ୱତନ୍ତ୍ର ହସ୍ପିଟାଲ । ଦେଢ଼ କୋଟି ଟଙ୍କା ଖର୍ଚ୍ଚରେ ମାତ୍ର ୨୦ ଦିନ ଭିତରେ ଠିଆ ହୋଇଛି ଏହି ଅତ୍ୟାଧୁନିକ ମେଡିକାଲ । ଶୁଣିବାକୁ ଅଜବ ଲାଗୁଥିଲେ ବି ଦେଖିଲେ ଆଖି ଲାଖିଯିବ। କେବଳ ପିଲା ଖେଳିବା ପାଇଁ ଏହି ବେଲୁନ ହସପିଟାଲଟି ତିଆରି ହୋଇଛି ବୋଲି ସମସ୍ତଙ୍କର ମନରେ ଆସୁଥିବ । ହେଲେ ତାହା ନୁହେଁ । ସମସ୍ତ ରୋଗୀଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ତିଆରି ହୋଇଛି ଏହି ହସ୍ପିଟାଲ । ସଂପୂର୍ଣ୍ଣ ବେଲୁନରେ ତିଆରି ହୋଇଥିବା ଏହି ହସ୍ପିଟାଲ ପାଇଁ ଖର୍ଚ୍ଚ ହୋଇଛି ଦେଢ଼ କୋଟି ଟଙ୍କା ।  ସବୁଠାରୁ ବଡ଼ କଥା ୩ ତାରକା ହୋଟେଲ ସୁବିଧା ମିଳୁଥିବା ଏହି ହସ୍ପିଟାଲଟି ମାତ୍ର ୨୦ ଦିନ ଭିତରେ ଠିଆ ହୋଇ ପାରିଛି ।

ବିଦେଶରେ ନୁହେଁ, ମଧ୍ୟ ପ୍ରଦେଶର ବେତୁଲରେ ଏମିତି ହସ୍ପିଟାଲ ତିଆରି କରାଯାଇଛି । ଦେଢ଼ କୋଟି ଟଙ୍କାରେ ତିଆରି ହୋଇଥିବା ଏହି ହସ୍ପିଟାଲର ସ୍ୱତନ୍ତ୍ର ବିଶେଷତ୍ୱ ହେଲା, ଏମରଜେନ୍ସି ସମୟରେ ଏହାକୁ ମାତ୍ର ୩ ଘଣ୍ଟା ଭିତରେ ଯେ କୌଣସି ଯାଗାକୁ ସ୍ଥାନାନ୍ତର କରି ହେବ । ୩ ତାରକା ହୋଟେଲ ଭଳି ସୁବିଧା ହେଉଥିବା ଏହି ବେଲୁନ ହସ୍ପିଟାଲକୁ ଫୋଲ୍ଡ କରାଯାଇପାରେ । ଏକା ଥରକେ ୫୦ ରୋଗୀ ଏଠାରେ ଚିକିତ୍ସିତ ହୋଇ ପାରିବ । ଆଇସିୟୁ ସହ ଅକ୍ସିଜେନ ବେଡ଼ ବ୍ୟବସ୍ଥା ମଧ୍ୟ ଅଛି ।

ଦୁଇଟି ବଡ ହାଇଟେକ ବେଲୁନରେ ପବନ ପୁରାଇ ଏହି ଅତ୍ୟାଧୁନିକ ହସ୍ପିଟାଲକୁ  ତିଆରି କରାଯାଇଛି । ମାତ୍ର ୨୦ ଦିନରେ ପ୍ରସ୍ତୁତ କରାଯାଇଥିବା ଏହି ବେଲୁନ ହସ୍ପିଟାଲ ତିଆରି କରିବାରେ ଫାୟାର ପ୍ରୁଫ, ସ୍କ୍ରାଚ ପ୍ରୁଫ ଓ ୱାଟର ପ୍ରୁଫ ଭଳି ମ୍ୟାଟେରିଆଲ ବ୍ୟବହାର କରାଯାଇଛି । ଏଠାରେ ଡାକ୍ତର ଓ ନର୍ସିଙ୍ଗ ଷ୍ଟାଫ ପାଇଁ ଅଲଗା ଅଲଗା ରୁମ ରହିଥିବା ବେଳେ ହସ୍ପିଟାଲଟିକୁ ସେଣ୍ଟ୍ରାଲ ଏସି କରାଯାଇଛି ।

ଖୁବ କମ ଦିନ ଭିତରେ ତିଆରି ହୋଇଥିବା ଏହି ବେଲୁନ ହସ୍ପିଟାଲ ପାଇଁ ଖର୍ଚ୍ଚ ହୋଇଛି ଦେଢ଼ କୋଟି ଟଙ୍କା । ଏୟାର କମ୍ପ୍ରେସର ମୋଟର ଲଗାଯାଇ ଏହି ଅତ୍ୟାଧୁନିକ ହସ୍ପିଟାଲଟିକୁ ଛିଡା କରାଯାଇଛି । ୧୦୨ ଫୁଟ ଲମ୍ୱ ଓ ୮୦ ଫୁଟ ଦୈର୍ଘ୍ୟ ଏହି ବେଲୁନର ଛାତରେ ଲୁହାର ବ୍ରେକେଟ ଲଗାଯାଇଛି । ଯେପରି ହସ୍ପିଟାଲ ଉପରୁ ମଜବୁତ ହୋଇପାରିବ। ଆଉ ଭିତରେ ଏସିପି ସିଟ ବ୍ୟବହାର କରାଯାଇ ପାର୍ଟିସନ ଓ ଫ୍ଲୋର ତିଆରି କରାଯାଇଛି ।

ବେଲୁନ ହସ୍ପିଟାଲରେ ୮ଟି ଆଇସିୟୁ ବେଡ଼, ୧୫ଟି ଅକ୍ସିଜେନ ବେଡ଼ ଓ ୨୭ଟି ସାଧାରଣ ବେଡ଼ ରହିଛି। ବେଡ଼, ଷ୍ଟାଣ୍ଡ, ଅକ୍ସିଜେନ ପାଇପ ଲାଇନ ସପୋର୍ଟ ଓ ରୋଗୀଙ୍କୁ ମିଳୁଥିବା ଅନ୍ୟ ସୁବିଧା ରହିଛି । ହସ୍ପିଟାଲରେ ରିସେପସନ ଏରିଆ, ଡାକ୍ତର ଲାଉଞ୍ଜ, ପରୀକ୍ଷା ହଲ, ଡାକ୍ତର, ନର୍ସ ଓ ରୋଗୀଙ୍କ ପାଇଁ ଶୌଚାଳୟ ଆଦି ପ୍ରତି ଦୃଷ୍ଟି ଦିଆଯାଇଛି । ହସ୍ପିଟାଲକୁ ସୁରକ୍ଷିତ ରଖିବାକୁ ଏହାର ବାହାର ପଟେ ଟିଣ ଚାଦର ଘେରା ଯାଇଛି ।  ତୃତୀୟ ଲହରକୁ ଦୃଷ୍ଟିରେ ରଖି ତିଆରି ଏହି ହସ୍ପିଟାଲକୁ ତିଆରି କରାଯାଇଛି।