ଲୋକଙ୍କ ଉପରେ କାର ମାଡ଼ିଯିବା ଘଟଣାରେ ଛଡ଼ିଶଗଡ଼ରେ ବନ୍ଦ ଡାକରା । ଯଶପୁର ସହରରେ ସମସ୍ତ ଦୋକନ ବଜାର ଓ ଅଫିସ ଆଦି ବନ୍ଦ ରହିଥିଲା ।
ଚାଷୀ ଆନ୍ଦୋଳନ ସ୍ଥଳ ସିଂଘୁ ସୀମାରେ ଯୁବକଙ୍କୁ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ସରବଜିତ ସିଂଙ୍କୁ ୭ ଦିନିଆ ରିମାଣ୍ଡରେ ନେଲା ପୋଲିସ । ଆଜି ତାକୁ ସୋନିପତର ଏକ କୋର୍ଟରେ ହାଜର କରାଯାଇଥିଲା ।
ଜାମ୍ମୁ-କାଶ୍ମୀରରେ ଦୁଇ ପୋଲିସ କନେଷ୍ଟବଳଙ୍କୁ ହତ୍ୟା ଘଟଣାରେ ସମ୍ପୃକ୍ତ ଲସ୍କରର ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ ମୁସ୍ତାକ୍ ଖାଣ୍ଡେ ଆଜି ଯବାନ ଗୁଳିରେ ନିହତ ହୋଇଛି ।
ଆଜି ହେଉଛି ଏନ୍ଏସ୍ଜିର ୩୭ତମ ରାଇଜିଂ ଡେ । ଏହି ସ୍ଥାପନ ଦିବସ ଅବସରରେ ଆଜି ହରିୟାଣା ମାନେସର୍ରେ ଅତ୍ୟାଧୁନିକ ରଣକୌଶଳ ପ୍ରଦର୍ଶନ କରଛନ୍ତି ଏନ୍ଏସ୍ଜି କମାଣ୍ଡୋ ।
ଅଣନିଶ୍ୱାସୀ କରୁଛି ରାଜଧାନୀ ଦିଲ୍ଲୀ । ନିଶ୍ୱାସପ୍ରଶ୍ୱାସ ନେବାରେ ମଧ୍ୟ ଅସୁବିଧା ହେଉଛି । ଦେଶର ଜାତୀୟ ରାଜଧାନୀ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ଶୀତ ଆରମ୍ଭ ହେବା ସହିତ ଧୀରେ ଧୀରେ ବାୟୁ ଗୁଣବତ୍ତା ଖରାପ ହେବାରେ ଲାଗିଛି । ଦିଲ୍ଲୀ ସମେତ ଉତ୍ତରପ୍ରଦେଶ ଏବଂ ହରିୟାଣାର ଅନେକ ସହରରେ ବାୟୁର ଗୁଣବତ୍ତା 'ନିମ୍ନ ଶ୍ରେଣୀରେ ପହଞ୍ଚିଛି ।
ଜାତୀୟ କଂଗ୍ରେସରେ କନ୍ଦଳ ମଧ୍ୟରେ ସୋନିଆ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ୱାର୍କିଂ କମିଟି (ସିଡବ୍ଲ୍ୟୁସି) ବୈଠକ ଅନୁଷ୍ଠିତ ହୋଇଥିଲା । ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ଦାବି କରୁଥିବା ଅସନ୍ତୁଷ୍ଟ ନେତାଙ୍କୁ କଡ଼ା ସ୍ୱରରେ ସମାଲୋଚନା କରିବା ସହ ମୁଁ କଂଗ୍ରେସର ବସ୍ ବୋଲି କହିଛନ୍ତି
ରାୟପୁର ରେଳ ଷ୍ଟେସନରେ ବିରାଟ ବିସ୍ଫୋରଣରେ ୬ ଜଣ ସିଆରପିଏଫ୍ ଯବାନ ଆହତ ହୋଇଛନ୍ତି
ଆଜି ନୂଆଦିଲ୍ଳୀର କଂଗ୍ରେସ ମୁଖ୍ୟାଳୟରେ ସିଡବ୍ଲୁସି ବୈଠକ ହେବ.. ବୈଠରେ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ହେବ..
ଛତିଶଗଡ଼ ରାୟପୁର ରେଲ୍ୱେ ଷ୍ଟେସନରେ ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି। ଷ୍ଟେସନରେ ଅଟକି ଥିବା ଏକ ଟ୍ରେନ୍ ଭିତରେ ଏହି ବିସ୍ଫୋରଣ ଘଟିଥିବା ଜଣାପଡ଼ିଛି। ସିଆର୍ପିଏଫ୍ ଯବାନମାନେ ଏହି ସ୍ପେଶାଲ ଟ୍ରେନ୍ରେ ଯାତ୍ରା କରୁଥିଲେ।
ପୁଣି ବଢିଲା ତୈଳ ଦର । ଇଣ୍ଡିଆନ୍ ଅଏଲ୍ ପକ୍ଷରୁ କ୍ରମାଗତ ଭାବରେ ଆଜି ତୃତୀୟ ଦିନ ପାଇଁ ତେଲ ଦରକୁ ବୃଦ୍ଧି କରାଯାଇଛି । ଉଭୟ ପେଟ୍ରୋଲ୍ ଓ ଡିଜେଲ ଦରର ୩୫ ପଇସା ଲେଖାଏଁ ବୃଦ୍ଧି ପାଇଛି ।
କଂଗ୍ରେସ ସାଂଗଠନିକ ନିର୍ବାଚନ, ଆଗାମୀ ବିଧାନସଭା ନିର୍ବାଚନ, ଲଖିମପୁର ଖେରୀ ହିଂସା, କୃଷକ ଆନ୍ଦୋଳନ ଏବଂ ମୁଦ୍ରାସ୍ଫୀତି ଭଳି ପ୍ରସଙ୍ଗ ଆଦି ଏହି ବୈଠକର ମୁଖ୍ୟ ଏଜେଣ୍ଡା ରହିବ ବୋଲି କୁହାଯାଉଛି । ଆଜି ସକାଳ ୧୦ ଟାରୁ ଆରମ୍ଭ ହେବ ବୈଠକ ।
ଫର୍ନିଚର ଦୋକାନରେ ଭୟାଭୟ ଅଗ୍ନିକାଣ୍ଡ । ଗତକାଲି ବିଳମ୍ୱିତ ରାତିରେ ମୁମ୍ମାଇର ଠାନେ ସହରରେ ଥିବା ଏକ ଫର୍ନିଚର୍ ଗୋଦାମ୍ରେ ନିଆଁ ଲାଗିବା ଫଳରେ ନିଆର ପ୍ରକୋପରେ ପ୍ରାୟ ୫୦ରୁ ଅଧିକ ଗୋଦାମ ପ୍ରଭାବିତ ହୋଇଛି ।
କେନ୍ଦ୍ରକୁ ଟାର୍ଗେଟ କଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । କରୋନା ସଂକ୍ରମଣକୁ ଆଖି ଆଗରେ ରଖି ମହାରାଷ୍ଟ୍ରରେ ଏବର୍ଷ ଦଶହରା ପର୍ବକୁ ଭର୍ଚୁଆଲ ପରିବର୍ତ୍ତେ ଲାଇଭର ଆୟୋଜନ କରାଯାଇଥିଲା । ଦଶହରାର ଏକ ଉତ୍ସବରେ ଯୋଗ ଦେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ଉଦ୍ଧବ ଠାକରେ । ସେ କେନ୍ଦ୍ରକୁ ସମାଲୋଚନା କରି କହିଛନ୍ତି ଯେ ସେ ଇଡି ଓ ସିବିଆଇକୁ ଭୟ କରୁ ନାହାନ୍ତି ।
ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ପୁରୁଣା ଢାଞ୍ଚାକୁ ବାୟ ବାୟ । ଆରମ୍ଭ ହେଲା ନୂଆ କର୍ପୋରେଟ ଯୁଗ । ଅର୍ଡିନାନ୍ସ ବୋର୍ଡକୁ ଭାଙ୍ଗି ୭ଟି ନୂଆ କଂପାନିର ଘୋଷଣା ।
ଦାରିଦ୍ର୍ୟ ତାଲିକାରେ ପୁଣି ତଳକୁ ଖସିଲା ଭାରତ । ଭାରତର ସ୍ଥାନ ତଳକୁ ଖସିବା ପରେ ଆରମ୍ଭ ହୋଇଛି ରାଜନୀତି । କେନ୍ଦ୍ରର ମୋଦି ସରକାରଙ୍କୁ ବିରୋଧୀ କଂଗ୍ରେସ ଟାର୍ଗେଟ୍ କରିଛି ।
ଦଶରା ଭସାଣ ଶୋଭାଯାତ୍ରା ବେଳେ ଲୋକଙ୍କୁ ଦଳିଦେଲା ଦୃତଗାମୀ କାର । ଛତିଶଗଡ଼ ଯଶପୁରରେ ଆଜି ଦୁର୍ଗା ଭସାଣ ଶୋଭାଯାତ୍ରା ବେଳେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।
ହରିଆଣା-ଦିଲ୍ଲୀ ସିଂଘୁ ସୀମାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର । ଯେଉଁ ସ୍ଥାନରେ କୃଷକମାନେ ଆନ୍ଦୋଳନ କରୁଛନ୍ତି ଠିକ୍ ସେହି ସ୍ଥାନରୁ ହିଁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି ।
ଦେଶରେ ସାମରିକ ଅସ୍ତ୍ରଶସ୍ତ୍ର ଉତ୍ପାଦନ କ୍ଷେତ୍ରରେ ପେସାଦାର ମନୋବୃତ୍ତି ଆଣିବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି । ଦେଶର ଅର୍ଡିନାସ ଫ୍ୟାକ୍ଟ୍ରି ବୋର୍ଡକୁ ୭ଟି ନୂଆ କମ୍ପାନିରେ ପରିଣତ କରାଯାଇଛି ।
ଆଜି ବଢିଛି ସୁନାର ଦାମ୍ । ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୬,୯୭୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୪୭,୯୭୦ ଟଙ୍କା ରହିଛି । ଆଜି ରୁପାର ଦରଦାମ୍ ବୃଦ୍ଧି ମଧ୍ୟ ପାଇଛି। ଆଜି ରୁପା କିଲୋଗ୍ରାମ ପ୍ରତି ୬୨,୧୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି ।
ସମନ୍ ସତ୍ତ୍ୱେ ହାଜର ହେଲେନି ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ । ମନି ଲଣ୍ଡରିଂ ମାମଲାରେ ଆଜି ଇଡି(ED)ରେ ହାଜର ହେବା ନେଇ ସମନ୍ ହୋଇଥିଲା । ତେବେ ସେ ଇଡି ନିକଟରେ ହାଜର ହୋଇନାହାଁନ୍ତି । ସେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ହାଜର ହୋଇନଥିବା ତାଙ୍କ ଆଇନଜୀବୀ ଇଡି ସମ୍ମୁଖରେ ଦର୍ଶାଇଛନ୍ତି । ପୂର୍ବରୁ ଦୁଇ ଥର ଇଡିରେ ହାଜର ହୋଇଥିଲେ ଜ୍ୟାକଲିନ୍ ।
ଦେଶରେ ସାମରିକ ଅସ୍ତ୍ରଶସ୍ତ୍ର ଉତ୍ପାଦନ କ୍ଷେତ୍ରରେ ପେସାଦାର ମନୋବୃତ୍ତି ଆଣିବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଦେଶର ଅର୍ଡିନାସ ଫ୍ୟାକ୍ଟ୍ରି ବୋର୍ଡକୁ ୭ଟି ନୂଆ କମ୍ପାନିରେ ପରିଣତ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏହି କମ୍ପାନିଗୁଡ଼ିକର ଲୋକାର୍ପଣ କରିଛନ୍ତି।
ସମନ୍ ସତ୍ତ୍ୱେ ହାଜର ହେଲେନି ଜ୍ୟାକଲିନ୍ ଫର୍ଣ୍ଣାଣ୍ତିଜ । ମନି ଲଣ୍ତରିଂ ମାମଲାରେ ଆଜି ତାଙ୍କର ED ରେ ଶୁଣାଣି ଥିଲା । ୨୦୦ କୋଟି ଟଙ୍କା ହେରଫେର ମାମଲାରେ ତାଙ୍କ ନାମରେ ଅଭିଯୋଗ ରହିଥିଲା । ଗତକାଲି ଏହି ମାମଲାରେ ନୋରା ଫତେଙ୍କୁ ମଧ୍ୟ ୪ ଘଣ୍ଟା ଧରି ଜେରା କରିଥିଲା ।
ପୁଅ ସହ କଥା ହେଲେ ବଲିଉଡର ବାଦ୍ଶାହ। ଭିଡିଓ କଲ୍ ମାଧ୍ୟମରେ ଜେଲ ଭିତରୁ ଆର୍ଯ୍ୟନ୍ଙ୍କ ସହ କଥା ହେଲେ ଶାହାରୁଖ ଖାନ୍ ଓ ଗୌରୀ। ଡ୍ରଗ୍ସ ପାର୍ଟି ମାମଲାରେ ଆର୍ଯ୍ୟନ୍ ଖାନ୍ ଏବେ ମୁମ୍ବାଇ ଆର୍ଥର ରୋଡ ଜେଲ୍ରେ ଅଛନ୍ତି।
ଭୋକିଲା ତାଲିକାରେ ଆହୁରି ତଳକୁ ଖସିଛି ଭାରତ। ବିଶ୍ୱ ଭୋକିଲା ତାଲିକା-GHI ରେ ୧୦୧ ସ୍ଥାନରେ ରହିଛି ଭାରତ…