Singhu Border
ହରିଆଣା-ଦିଲ୍ଲୀ ସିଂଘୁ ସୀମାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର । ଯେଉଁ ସ୍ଥାନରେ କୃଷକମାନେ ଆନ୍ଦୋଳନ କରୁଛନ୍ତି ଠିକ୍ ସେହି ସ୍ଥାନରୁ ହିଁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ଉକ୍ତ ଯୁବକଙ୍କ ହାତ କଟାଯାଇଥିବା ଦେଖାଯାଇଛି । ଓଲଟି ପଡ଼ିଥିବା ପୋଲିସ ବ୍ୟାରିକେଡ୍ରେ ଶବଟି ଝୁଲୁଥିବା ଦେଖିବାକୁ ମିଳିଥିଲା । ଭୋର୍ ୫ଟା ବେଳେ ଗୋଡ଼ ଓ ହାତ କଟାଯାଇଥିବା ଜଣେ ୩୫ ବର୍ଷିୟ ଯୁବକଙ୍କ ମୃତଦେହ ମିଳିବା ପରେ ଉତ୍ତେଜନା ଦେଖା ଦେଇଥିଲା । ତେବେ ଯୁବକଙ୍କୁ କିଏ ହତ୍ୟା କରିଛି, କାହିଁକି ହତ୍ୟା କରିଛି, ସେନେଇ କିଛି ଜଣାପଡ଼ିନି । ଅଜଣା ବ୍ୟକ୍ତିଙ୍କ ନାଁରେ ମାମଲା ରୁଜୁ କରି ପୋଲିସ ତଦନ୍ତ କରୁଛି ।
Also Read
ପୋଲିସର ସୂଚନା ଅନୁସାରେ ମୃତ ଯୁବକ ଜଣକ ତରନ ଜିଲ୍ଲାର ଲଖବୀର ସିଂହ ଓ ସେ ଜଣେ ଶ୍ରମିକ ଭାବେ କାମ କରୁଥିଲେ । ଭଉଣୀ, ସ୍ତ୍ରୀ ଓ ୩ ଝିଅଙ୍କ ସହ ରହୁଥିଲେ ବୋଲି ପୋଲିସ କହିଛି । ତେବେ ଯୁବକଙ୍କ ମୃତ୍ୟୁ ପାଇଁ ନିହାଙ୍ଗ ସଂପ୍ରଦାୟକୁ ଦାୟୀ କରାଯାଉଛି । ଧର୍ମୀୟ ଭାବନାକୁ ଆଘାତ ଦେବାରୁ ଲଖବୀରଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ।
ସିଂଘୁ ସୀମାର ଆନ୍ଦୋଳନ ସ୍ଥଳରେ ଲଖବୀରଙ୍କୁ ହତ୍ୟା କରାଯିବାକୁ ଆନ୍ଦୋଳନରତ କୃଷକମାନେ ନିନ୍ଦା କରିଛନ୍ତି । ତେବେ ମୃତ ଲଖବୀର କିମ୍ବା ନିହୋଙ୍ଗାଙ୍କ ସହ କୃଷକ ସଂଗଠନର କୌଣସି ସଂପର୍କ ନାହିଁ ବୋଲି ଆନ୍ଦୋଳନରତ ଚାଷୀ କହିଛନ୍ତି । କୌଣସି ଧର୍ମର ନୀତି ବା ଭାବନାକୁ ଆଘାତ ଦେବା ବିରୋଧରେ ସବୁବେଳେ କୃଷକ ମୋର୍ଚ୍ଚା ରହି ଆସିଛି । ହେଲେ ବି ଆଇନକୁ ହାତକୁ ନେବାକୁ ସଂଗଠନ କେବେ ବି ପ୍ରଶ୍ରୟ ଦିଏନାହିଁ ବୋଲି କୁହାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)