Advertisment

ସମନ୍ ସତ୍ତ୍ୱେ ହାଜର ହେଲେନି ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍

ସମନ୍ ସତ୍ତ୍ୱେ ହାଜର ହେଲେନି ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ । ମନି ଲଣ୍ଡରିଂ ମାମଲାରେ ଆଜି ଇଡି(ED)ରେ ହାଜର ହେବା ନେଇ ସମନ୍ ହୋଇଥିଲା । ତେବେ ସେ ଇଡି ନିକଟରେ ହାଜର ହୋଇନାହାଁନ୍ତି । ସେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ହାଜର ହୋଇନଥିବା ତାଙ୍କ ଆଇନଜୀବୀ ଇଡି ସମ୍ମୁଖରେ ଦର୍ଶାଇଛନ୍ତି । ପୂର୍ବରୁ ଦୁଇ ଥର ଇଡିରେ ହାଜର ହୋଇଥିଲେ ଜ୍ୟାକଲିନ୍ ।

author-image
Otv Khabar Bureau
jacqueline-fernande

jacqueline-fernande

ନୂଆଦିଲ୍ଲୀ: ସମନ୍ ସତ୍ତ୍ୱେ ହାଜର ହେଲେନି ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ । ମନି ଲଣ୍ଡରିଂ ମାମଲାରେ ଆଜି ଇଡି(ED)ରେ ହାଜର ହେବା ନେଇ ସମନ୍ ହୋଇଥିଲା । ତେବେ ସେ ଇଡି ନିକଟରେ ହାଜର ହୋଇନାହାଁନ୍ତି । ସେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ହାଜର ହୋଇନଥିବା ତାଙ୍କ ଆଇନଜୀବୀ ଇଡି ସମ୍ମୁଖରେ ଦର୍ଶାଇଛନ୍ତି । ପୂର୍ବରୁ ଦୁଇ ଥର ଇଡିରେ ହାଜର ହୋଇଥିଲେ ଜ୍ୟାକଲିନ୍ ।

Advertisment

ଗତକାଲି ସମାନ ମାମଲାରେ ଅଭିନେତ୍ରୀ ନୋରା ଫତେହ୍‌ଙ୍କୁ ୪ ଘଣ୍ଟା ଯାଏଁ ଇଡି ପକ୍ଷରୁ ପଚରାଉଚରା କରାଯାଇଥିଲା । ଦୁଇ ଶହ କୋଟି ଟଙ୍କା ହେରଫେର ମାମଲାରେ ଏହି ଜେରା କରାଯାଇଛି । ବେଆଇନ ଭାବେ ଟଙ୍କାକୁ ବିଦେଶରେ ବିନିଯୋଗ ହେଉଥିବା ନେଇ ଅଭିଯୋଗ ରହିଛି । ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ସୁକେଶ ଚନ୍ଦ୍ରଶେଖର ଓ ତାଙ୍କ ପତ୍ନୀ ମୁଖ୍ୟ ଅଭିଯୁକ୍ତ ରହିଛନ୍ତି । ସୁକେଶ ବଲିଉଡ୍ ସେଲିବ୍ରିଟିଙ୍କ ମଧ୍ୟରେ ବେଶ୍ ପରିଚିତ । ସୁକେଶଙ୍କ ବିଭିନ୍ନ ପାର୍ଟିରେ ଜ୍ୟାକଲିନ୍ ଓ ନୋରା ଯୋଗ ଦେଇଥିବାର ଚିତ୍ର ପୂର୍ବରୁ ସ୍ପଷ୍ଟ କରାଯାଇଛି ।

Advertisment

ସୂଚନା ଅନୁଯାୟୀ ଏହି ମାମଲାରେ ଆଉ ଜଣେ ବଲିଉଡ ଅଭିନେତାଙ୍କୁ ଇଡି ଅଧିକାରୀମାନେ ମଧ୍ୟ ପଚରାଉଚରା କରିଥିଲେ। ଦିଲ୍ଲୀର ରୋହିଣୀ ଜେଲରେ ଥିବା ସୁକେଶ ଚନ୍ଦ୍ରଶେଖର ଜଣେ ବ୍ୟବସାୟୀଙ୍କଠାରୁ ବର୍ଷକ ମଧ୍ୟରେ ୨୦୦ କୋଟି ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଥିଲା। ତାଙ୍କ ବିରୋଧରେ ୨୦ ରୁ ଅଧିକ ଚୋରୀ ମାମଲା ମଧ୍ୟ ପଞ୍ଜିକୃତ ରହିଛି ।

ଏହି ମାମଲାରେ ସୁକେଶଙ୍କ ପତ୍ନୀ ଲୀନା ମାରିଆ ପାଲ ସମ୍ପୃକ୍ତ ରହିଥିବା ନେଇ ଇଡି ଲୀନାଙ୍କ ଘରେ ଚଢାଉ କରିଥିଲା । ଲୀନା ଜଣେ ଅଭିନେତ୍ରୀ ଯିଏ ପ୍ରାୟତଃ ମାଲାୟାଲମ୍ ଚଳଚ୍ଚିତ୍ରରେ କାମ କରିଛନ୍ତି । ସେ ଜନ୍ ଆବ୍ରାହମଙ୍କ ଫିଲ୍ମ 'ମାଡ୍ରାସ କାଫେ'ରେ ମଧ୍ୟ ଅଭିନୟ କରିଛନ୍ତି । ଏହି ମାମଲାରେ ଦିଲ୍ଲୀ ପୋଲିସ ସୁକେଶ ଚନ୍ଦ୍ରଶେଖରଙ୍କ ତାଙ୍କ ପତ୍ନୀ ଲୀନା, ଅନ୍ୟ ଚାରିଜଣ ସହଯୋଗୀ ଏବଂ କିଛି ଜେଲ ଅଧିକାରୀଙ୍କୁ ମଧ୍ୟ ଗିରଫ କରିଥିଲା।

Jacqueline Fernandez Money Laundering ED Summon
Advertisment
Advertisment