• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

terror attack
ସତ ଓଗାଳୁଛନ୍ତି ଆତଙ୍କୀ: ଭୟଙ୍କର ବିସ୍ପୋରଣ ପାଇଁ କରିଥିଲେ ମାଷ୍ଟର ପ୍ଲାନ୍‌

ବିଭିନ୍ନ ରାଜ୍ୟରୁ ୬ ଆତଙ୍କୀ ଧରାପଡ଼ିବା ଘଟଣାରେ ସାମ୍ନାକୁ ଆସିବା ପରେ ,ତାହାକୁ ନେଇ ପୂରା ଦେଶରେ ଏବେ ଜୋରସୋରେ ଚର୍ଚ୍ଚା ଚାଲିଛି। କାରଣ ବାରମ୍ବାର ଦେଶରୁ ଏପରି ଆତଙ୍କୀମାନଙ୍କୁ ଧରାଯାଉଛି ଯେଉଁମାନେ କି ଦେଶରେ ଅଶାନ୍ତି ସୃଷ୍ଟି କରିବା ଏବଂ ବଡ଼ ବିସ୍ଫୋରଣ ଘଟାଇବା ଉଦ୍ଦେଶ୍ୟରେ ଆସୁଛନ୍ତି। ସେମାନଙ୍କର ଭୟଙ୍କର ଯୋଜନା ଏବେ ସରକାରଙ୍କୁ ଚିନ୍ତାରେ ପକାଇଛି

Tanu Padmanabhan died
ଚାଲିଗଲେ ବୈଜ୍ଞାନିକ ତନୁ ପଦ୍ମନାଭନ୍

ଜଣାଶୁଣା ବୈଜ୍ଞାନିକ ତନୁ ପଦ୍ମନାଭନ୍‌ଙ୍କ ପରଲୋକ। ଶୁକ୍ରବାର ପୁଣେରେ ହୃଦଘାତରେ ମୃତ୍ୟୁବରଣ କରିଛନ୍ତି। ତାଙ୍କର ଜଣେ ପୂର୍ବତନ ସହକର୍ମୀ ଏହି ସୂଚନା ଦେଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ହୋଇଥିଲା। ସୂଚନା ମୁତାବକ ହୃଦଘାତରେ ପୀଡ଼ିତ ହେବା ପରେ ପଦ୍ମନାଭନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ ଚିକିତ୍ସା ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

pm modi
“ଆଫଗାନୀସ୍ତାନରେ ମହିଳାଙ୍କ ସୁରକ୍ଷା ସବୁଠୁ ବଡ଼ ଚିନ୍ତାର କାରଣ”

ଭାରତ ଉପରେ ଗଭୀର ପ୍ରଭାବ ପକାଇବ ଆଫଗାନୀସ୍ତାନ ସ୍ଥିତି ଉଭୟ ଅର୍ଥନୈତିକ ଓ ମାନବିକ ଦୃଷ୍ଟିକୋଣରୁ ଆଫଗାନବାସୀ ଏବେ ଅତ୍ୟନ୍ତ କଦର୍ଯ୍ୟ ସ୍ଥିତିର ସମ୍ମୁଖୀନ ହେଉଛନ୍ତି। ବିନା ଚୁକ୍ତି କି ସହମତିରେ ତାଲିବାନ ସରକାର ଗଠନ କରିଥିବାରୁ, ବୁଝି ବିଚାରି ନିଷ୍ପତ୍ତି ନେବାକୁ ବିଶ୍ୱ ସମୁଦାୟକୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Corona Vaccination
ମୋଦୀଙ୍କ ଜନ୍ମଦିନରେ ରେକର୍ଡ : ଦିନକରେ ଦୁଇ କୋଟି ଟିକାକରଣ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଆଜି ଜନ୍ମଦିନ। ୭୧ ବର୍ଷରେ ପଦାର୍ପଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତାଙ୍କ ଜନ୍ମଦିନ ଅବସରରେ କରୋନା ଟୀକାକରଣରେ ଏକ ନୂଆ ରେକର୍ଡ ସୃଷ୍ଟି ହୋଇଛି। ଅପରାହ୍ନ ୫ ଟା ପର୍ଯ୍ୟନ୍ତ ସାରା ଦେଶରେ ୨ କୋଟିରୁ ଅଧିକ ଟିକା ଦିଆଯାଇଛି

petroll
“ଜିଏସଟି ଅନ୍ତର୍ଭୁକ୍ତ ହେବନି ପେଟ୍ରୋଲ, ଡିଜେଲ”

ବର୍ତ୍ତମାନ ପାଇଁ ଜିଏସଟି ଅନ୍ତର୍ଭୁକ୍ତ ହେବନି ପେଟ୍ରୋଲ, ଡିଜେଲ ଓ ଅନ୍ୟ ପେଟ୍ରୋଲିୟମଜାତ ସାମଗ୍ରୀ। ଆଜି ବସିଥିବା ଜିଏସଟି କାଉନସିଲର ୪୫ତମ ବୈଠକରେ ଏହି ପ୍ରସ୍ତାବକୁ ରାଜ୍ୟମାନେ ଜୋରଦାର ବିରୋଧ କରିଥିଲେ। ଏପରିକି ଏହି ପ୍ରସ୍ତାବ ଉପରେ ଆଲୋଚନା ଲାଗି ରାଜି ବି ହୋଇନଥିଲେ

ବିବାହ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଖରେ ସର୍ତ୍ତ ରଖିଲେ ଗାଁର ଝିଅ...
ଆଗେ ରାସ୍ତା କର, ପରେ ମୁଁ ବିବାହ କରିବି: ମୁଖ୍ୟମନ୍ତ୍ରୀଙ୍କୁ ଏମିତି ଚିଠି ଲେଖିଲେ ଯୁବତୀ

ପ୍ରଥମେ ରାସ୍ତା କାମ କର , ପରେ ମୁଁ ବିବାହ କରିବି। ମୁଖ୍ୟମନ୍ତ୍ରୀଙ୍କ ପାଖରେ ଏମିତି କିଛି ଭିନ୍ନ ଡିମାଣ୍ଡ ରଖିଲେ ଯୁବତୀ। ଯାହାକୁ ନେଇ ଏବେ ଜୋରସୋରରେ ଚର୍ଚ୍ଚା ଚାଲିଛି। କର୍ଣ୍ଣାଟକ ଡାଭେଙ୍ଗେର ଜିଲ୍ଲାର ଏଚ୍ ରାମପୁରା ଗାଁର ବାସିନ୍ଦା ବିନ୍ଦୁ ଆର.ଡି

UP Rain
ପ୍ରଳୟଙ୍କାରୀ ବର୍ଷା : ୪୨ ଜଣଙ୍କ ନେଲାଣି ପ୍ରାଣ

କିଛିଦିନ ଧରି ହେଉଥିବା ଲଗାଣ ବର୍ଷା ଯୋଗୁଁ ଉତ୍ତରପ୍ରଦେଶର ଅନେକ ଅଞ୍ଚଳ ଜଳମଗ୍ନ ହୋଇ ରହିଛି। ଆଉ ଏହାରି ମଧ୍ୟରେ ୪୨ ଜଣ ପ୍ରାଣ ମଧ୍ୟ ହରାଇସାରିଲେଣି। ବାରବାଙ୍କିରେ ବର୍ଷା ଥମିବାକୁ ନାଁ ନେଉନାହିଁ। ଏଠାରେ ସର୍ବାଧିକ ୧୨ ଜଣ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ମହିଳା ଏବଂ ଛୋଟ ପିଲା ମଧ୍ୟ ସାମିଲ ରହିଛନ୍ତି। ତେବେ ଅନେକ ସ୍ଥାନରେ କଚ୍ଚାକାନ୍ଥ ଗୁଡ଼ିକ ଭୁଶୁଡ଼ି ପଡ଼ିଲାଣି।

Sonu Sood
ସୋନୁ ସୁଦ୍‌ଙ୍କ ଘରେ ଚାଲିଛି ରେଡ଼୍‌: ଜାଣନ୍ତୁ କଣ କହିଲା ଆୟକର ବିଭାଗ?

ବଲିଉଡର ଚର୍ଚ୍ଚିତ ଅଭିନେତା ସୋନୁ ସୁଦଙ୍କ ଘରେ ଲଗାତାର ଆୟକର ବିଭାଗ ଚଢାଉ ଜାରି ରଖିଛି। ସୋନୁ ସୁଦଙ୍କ ଘର ଏବଂ କାର୍ଯ୍ୟାଳୟ ସମେତ ୬ ଟି ସ୍ଥାନରେ କ୍ରମାଗତ ତୃତୀୟ ଦିନ ପାଇଁ ଚଢାଉ ହୋଇଛି। ଟିକସ ହେରଫେର ହୋଇଥିବା ନେଇ ପ୍ରମାଣ ମିଳିଥିବାର ସୂଚନା ମିଳିଛି

Corona
ଦେଶରେ ବଢିବାରେ ଲାଗିଛି ସଂକ୍ରମଣ। ୨୪ ଘଂଟାରେ ୩୪ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ

ଦେଶରେ ବଢିବାରେ ଲାଗିଛି ସଂକ୍ରମଣ। ଗତ ୨୪ ଘଂଟାରେ ଦେଶରେ ୩୪,୪୦୩ ଜଣ କରୋନାରେ ସଂକ୍ରମିତ ହୋଇଥିବା ବେଳେ ୩୨୦ ଜଣଙ୍କ ପ୍ରାଣ ନେଇଛି ମହାମାରୀ। ସେହିପରି ଭାବରେ ଆଜିର କରୋନା ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ୍‌ ୩,୩୩,୮୧,୭୨୮ରେ ପହଞ୍ଚିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା

whatsapp
ହ୍ୱାଟ୍ସଆପରେ ତଥ୍ୟ ସୁରକ୍ଷିତ ନୁହେଁ, ୨୦୦ କୋଟି ଆକାଉଣ୍ଟ୍‌ ଉପରେ ନଜର

ଧରା ପଡିଛି ଫେସବୁକର ମିଛ। ହ୍ୱାଟ୍‌ସଆପରେ ସୁରକ୍ଷିତ ନୁହେଁ ଆପଣଙ୍କ ତଥ୍ୟ। ସୁରକ୍ଷିତ ବୋଲି କମ୍ପାନୀ ଦାବି କରୁଥିବା ବେଳେ ମିଛ ପଦାକୁ ଆସିଛି। ହ୍ୱାଟସ୍‌ଆପ୍‌କୁ ଫେସ୍‌ବୁକ୍‌ ଅଧିଗ୍ରହଣ କରିବା ପରେ ଅନେକ ଫିଚର ପରିବର୍ତ୍ତନ କରାଯାଇଛି। ଏଥିରେ ୟୁଜର୍ସଙ୍କ ଡାଟା ସୁରକ୍ଷିତ ବୋଲି କୁହାଯାଇଥିଲା । ମାତ୍ର କିଛି ତଥ୍ୟ ଲିକ୍‌ ହୋଇଥିବା କଥା କୁହାଯାଇଛି ।

google
ନୂଆ ଭର୍ସନରେ ଆସିବ ଜି-ମେଲ୍, ଆଗଠାରୁ ହେବ ପୂରା ଅଲଗା

ବଦଳିବ ଜି-ମେଲ। ଡିଜାଇନ ସହ ଆପରେ କରାଯିବ ପରିବର୍ତ୍ତନ। ଏଭଳି ସୂଚନା ଦେଇଛି ଗୁଗୁଲ୍‌। ଲୋକପ୍ରିୟ ଜିମେଲ୍‌ ସହ ଗୁଗୁଲ ଡକ୍ୟୁମେଣ୍ଟ ଓ କ୍ୟାଲେଣ୍ଡରର ଡିଜାଇନ ମଧ୍ୟ ପରିବର୍ତ୍ତନ ହେବାକୁ ଯାଉଛି। ଏ ସବୁ ଆପର ଡିଜାଇନ୍‌ ବଦଳାଇବାକୁ ନିଷ୍ପତି ନେଇ ସାରିଛି ଗୁଗୁଲ୍‌।

P.M.Modi
ଆଜି ମୋଦିଙ୍କ ଜନ୍ମଦିନ; ୭୧ ବର୍ଷରେ ପଦାର୍ପଣ କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଆଜି ଜନ୍ମଦିନ। ୭୧ ବର୍ଷରେ ପହଞ୍ଚିଛନ୍ତି ନରେନ୍ଦ୍ର ମୋଦି। ୨୦୧୪ ମସିହା ପରଠାରୁ ବିଜେପି ପକ୍ଷରୁ ଆଜିର ଦିନକୁ ସେବା ଦିବସ ଭାବେ ପାଳନ କରାଯାଉଛି । ପ୍ରଧାନମନ୍ତ୍ରୀଙ୍କ ୭୧ତମ ଜନ୍ମ ଦିନ ଅବସରରେ ଆଜି ସେବା ଓ ସମର୍ପଣ ଅଭିଯାନ ଆରମ୍ଭ କରାଯିବ। 

Ayodhya Ram Mandir
ଅଯୋଧ୍ୟା ରାମ ମନ୍ଦିର ପ୍ରଥମ ପର୍ଯ୍ୟାୟ କାମ ଶେଷ, ବର୍ଷା ପରେ ଆରମ୍ଭ ହେବ ୨ୟ ପର୍ଯ୍ୟାୟ

ଅଯୋଧ୍ୟାରେ ନିର୍ମାଣାଧିନ ରାମ ମନ୍ଦିରର ପ୍ରଥମ ପର୍ଯ୍ୟାୟ କାମ ଗତକାଲିି ଶେଷ ହୋଇଛି। ବର୍ଷା ପରେ ଦ୍ୱିତୀୟ ପର୍ଯ୍ୟାୟ କାମ ଆରମ୍ଭ ହେବ। ମନ୍ଦିର ନିର୍ମାଣ ଟ୍ରଷ୍ଟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ରାମ ଜନ୍ମଭୂମି ମନ୍ଦିର ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ୧୧ ହଜାର କ୍ୟୁବିକ୍ ମିଟରର ଚଟାଣ ଢ଼ଳେଇ କାମ ଶେଷ ହୋଇଛି।

nirmala
ଅର୍ଥମନ୍ତ୍ରୀଙ୍କ ବଡ଼ ଘୋଷଣା। ବ୍ୟାଙ୍କିଂ କ୍ଷେତ୍ରରେ ହେବ ବଡ଼ ପରିବର୍ତ୍ତନ

ଦେଶର ବ୍ୟାଙ୍କିଂ କ୍ଷେତ୍ରରେ ଆସିବ ସୁଧାର। ବ୍ୟାଡ୍ ବ୍ୟାଙ୍କ ପାଇଁ ୩୦ ହଜାର ୬ଶହ କୋଟି ଟଙ୍କାର ଗ୍ୟାରେଂଟି ମଞ୍ଜୁର କରିଛନ୍ତି କେନ୍ଦ୍ର ସରକାର। ଫଳରେ ବ୍ୟାଙ୍କ ଗୁଡିକ ନିଜ ସମ୍ପତ୍ତିକୁ ନାସନାଲ ଆସେଟ୍ ରିକଂଷ୍ଟ୍ରକସନ୍ କମ୍ପାନୀ ଲିମିଟେଡକୁ ବିକ୍ରି କରିବା ସହଜ ହେବ।

Gold Price fall
ଆଜି ଏତିକି ପରିମାଣରେ କମିଲା ସୁନା ଦର, ତୁରନ୍ତ କିଣିନିଅନ୍ତୁ... ନଚେତ୍‌

ସୁନା ଓ ରୂପା କିଣିବା ପାଇଁ ଆପଣ ଇଚ୍ଛା ରଖିଛନ୍ତି କି? ତେବେ ଆଜି ହିଁ କିଣିନିଅନ୍ତୁ। କାରଣ ସୁନା ଓ ରୂପା ଦାମ୍‌ରେ ଆଜି ହ୍ରାସ ହୋଇଛି। ତେଣୁ ଯଦି ଆପଣ ଆଜି କିଣିବେ ତେବେ ନିଶ୍ଚିତ ଭାବରେ ଲାଭରେ ରହିବେ। ସୂଚନା ଅନୁସାରେ, ସେପ୍ଟେମ୍ବର ୧୬ ତାରିଖ ଅର୍ଥାତ୍‌ ଆଜି ଆନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟ ହ୍ରାସ ହୋଇଥିବା ନେଇ ସୂଚନା ରହିଛି।

heavy rain in UP
ଲଗାଣ ବର୍ଷାରେ ବେହାଲ ଜୀବନ : ୫ ଶିଶୁଙ୍କ ସମେତ ୧୬ ମୃତ

ଗତ ୨୪ ଘଣ୍ଟା ଧରି ଉତ୍ତରପ୍ରଦେଶର ଅଧିକାଂଶ ଅଞ୍ଚଳରେ ପ୍ରବଳ ବର୍ଷା ଲାଗି ରହିଛି। ଏହି କାରଣରୁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି।  ବିଭିନ୍ନ ସ୍ଥାନରେ ଘର ଭୁଶୁଡ଼ି ପଡ଼ିଛି । ବର୍ଷା ଯୋଗୁ  ଏପର୍ଯ୍ୟନ୍ତ ୧୬ ଜଣ ପ୍ରାଣ ହରାଇଛନ୍ତି । 

Baijayant Panda
ବୈଜୟନ୍ତଙ୍କୁ ମିଳିଲା ବଡ଼ ଦାୟିତ୍ୱ

ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ହୋଇଛି। ଏହି କମିଟିରେ କ୍ରିକେଟର ମହେନ୍ଦ୍ର ସିଂ ଧୋନୀ ସଦସ୍ୟ ମନୋନୀତ ହୋଇଛନ୍ତି। ସେହିପରି ଶିଳ୍ପପତି ଆନନ୍ଦ ମହିନ୍ଦ୍ରା, ସାଂସଦ ବିନୟ ସହସ୍ରବୁଦ୍ଧେ ବି ସଦସ୍ୟ ଅଛନ୍ତି। NCCକୁ ଅଧିକ ସମୟୋପଯୋଗୀ ପାଇଁ କମିଟି ବିଶ୍ଳେଷଣ କରିବ। 

CEO
ଭାରତରେ ଏ ବ୍ୟକ୍ତି ପାଉଛନ୍ତି ସବୁଠୁ ଅଧିକ ଦରମା, ଘରକୁ ନିଅନ୍ତି ୧୭ କୋଟି ଟଙ୍କା ଦରମା

ଭାରତର ବଡ଼ ବଡ଼ କମ୍ପାନୀମାନେ ଅଧିକାରୀମାନଙ୍କୁ ମୋଟା ରକମର ଦରମା ଦେଇଥାନ୍ତି। ସେଥି ମଧ୍ୟରୁ ଜଣେ ଦେଶର ଅଗ୍ରଣୀ ଖାଦ୍ୟ ପ୍ରକ୍ରୀୟାକରଣ ତଥା ପ୍ରସ୍ତୁତକାରୀ କମ୍ପାନୀ ନେସଲେ ଇଣ୍ଡିଆର ସିଇଓ ସୁରେଶ ନାରାୟଣ। ନେସଲେ କଂପାନୀର ପରିଚାଳନା ନିର୍ଦ୍ଦେଶକ ଥିବା ସୁରେଶ ନାରାୟଣ ଭାରତରେ ସବୁଠାରୁ ଅଧିକ ବେତନ ପାଉଥିବା ସିଇଓ।

Corona
ଦେଶରେ ପୁଣି ବଢିଲା ସଂକ୍ରମଣ। ୨୪ ଘଂଟାରେ ୩୦,୫୭୦ ଆକ୍ରାନ୍ତ ହେଲେ ଚିହ୍ନଟ

ଦେଶରେ ପୁଣି ବଢିଲା ସଂକ୍ରମଣ। ଗତ ୨୪ ଘଂଟରେ ଦେଶରେ ୩୦,୫୭୦ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ଏହାସହ ୨୪ ଘଂଟାରେ ଦେଶରେ ୪୩୧ ଜଣଙ୍କ ପ୍ରାଣ ନେଇଛି ମହାମାରୀ। ତେବେ ଆଜିର ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ ଦେଶରେ ମୋଟ୍‌ ୩,୩୩,୪୭,୩୨୫ ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିବା ପରେ ମୃତ୍ୟୁସଂଖ୍ୟା ୪,୪୩,୯୨୮ରେ ପହଞ୍ଚିଛି

Unemployment
ବେକାରୀ ଭତ୍ତା ପାଇଁ ଆଜି ହିଁ କରନ୍ତୁ ରେଜିଷ୍ଟ୍ରେସନ, ମିଳିବ ଦରମା ଭଳି ଟଙ୍କା

ମହାମାରୀ କରୋନା ସମୟରେ ବେକାରୀମାନଙ୍କୁ ଭତ୍ତା ଦେବା ପାଇଁ ଆଗେଇ ଆସିଛନ୍ତି ସରକାର। ‘ଅଟଳ ବୀମିତ ବ୍ୟକ୍ତି କଲ୍ୟାଣ ଯୋଜନା ନାଁରେ ଏକ ଜନହିତକର ସ୍କିମ ଆରମ୍ଭ କରିଛନ୍ତି। କର୍ମଚାରୀ ରାଜ୍ୟ ବୀମା ନିଗମ ଏହି ସ୍କିମ୍ ଚଲାଉଛି। ଚାକିରୀ ହରାଇ ବେରୋଜଗାର ହେଉଥିବା ଲୋକଙ୍କୁ ଆର୍ଥିକ ସାହାଯ୍ୟ ଦେବା ଏହି ସ୍କିମର ମୂଳ ଲକ୍ଷ୍ୟ। ଜଣେ ବ୍ୟକ୍ତି ଚାହିଁଲେ ଅତିବେଶୀରେ ୩ ମାସ ପାଇଁ ଏହାର ଫାଇଦା ଉଠାଇ ପାରିବେ।

fuel tank blast
ଫାଟିଗଲା ଚଳନ୍ତା ବାଇକର ତେଲ ଟାଙ୍କି

ଫାଟିଗଲା ଚଳନ୍ତା ବାଇକର ତେଲ ଟାଙ୍କି । ଭୟଙ୍କର ବିସ୍ଫୋରଣରେ ଛିନ୍‌ଛତ୍ର ହୋଇ ଛିଟିକି ପଡ଼ିଲେ ବାଇକ୍‌ ଆରୋହୀ।

Char Dham Yatra
ଚାରିଧାମ ଯାତ୍ରା ପାଇଁ ବାଟ ଫିଟିଲା : ସର୍ତ୍ତମୂଳକ ଅନୁମତି ଦେଲେ ହାଇକୋର୍ଟ

ଚାରିଧାମ ଯାତ୍ରା ପାଇଁ ସର୍ତ୍ତମୂଳକ ଅନୁମତି ଦେଛନ୍ତି ହାଇକୋର୍ଟ । ନିର୍ଦ୍ଦେଶ ଅନୁସାରେ ବଦ୍ରିନାଥ ଧାମରେ ​​୧୨୦୦, କେଦାରନାଥ ଧାମରେ ​​୮୦୦, ଗାଙ୍ଗୋତ୍ରିରେ ୬୦୦ ଏବଂ ଯମୁନୋତ୍ରି ଧାମରେ ​​୪୦୦ ଭକ୍ତ କିମ୍ବା ତୀର୍ଥଯାତ୍ରୀ ଅନୁମତି ଦିଆଯାଇଛି ।

love marriage
’ମାଳା ପିନ୍ଧିଦେଲେ ବିବାହ ହୋଇଯାଏନି, ବିଧିବିଧାନରେ ସାତ ଫେରା ନେବା ଜରୁରୀ’

ମୋରେନା ନିବାସୀ ଜଣେ ୨୩ ବର୍ଷର ଯୁବକଙ୍କୁ ୨୧ ବର୍ଷୀୟ ଯୁବତୀଙ୍କୁ ଅଗଷ୍ଟ ୧୬ରେ ଗ୍ୱାଲିଅରର ଲୋହା ମାଣ୍ଡି ଦୁର୍ଗର ଆର୍ଯ୍ୟ ସମାଜ ମଣ୍ଡପରେ ପ୍ରେମ ବିବାହ କରିଥିଲେ । ଆର୍ଯ୍ୟ ସମାଜ ମଧ୍ୟ ଏହି ବିବାହର ପ୍ରମାଣପତ୍ର ଦେଇଛନ୍ତି । ହେଲେ ପ୍ରେମ ବିବାହ ପରେ ଉଭୟଙ୍କ ପରିବାର ପକ୍ଷରୁ ଧମକ ଦିଆଯାଇଥିବା ଅଭିଯୋଗ କରି ସୁରକ୍ଷା ସମ୍ପର୍କରେ ହାଇକୋର୍ଟରେ ଆବେଦନ କରିଥିଲେ ଦମ୍ପତି

noida
ସାନ ଭଉଣୀକୁ ବଞ୍ଚାଇବାକୁ ଆସି ଅପହରଣକାରୀଙ୍କ କବଳରେ ପଡ଼ିଗଲେ ବଡ଼ ଭଉଣୀ, ତୁରନ୍ତ ଉଦ୍ଧାର କରିବାକୁ ଦାବି

ଦାଦ୍ରି ସ୍ଥିତ ବାଦଲପୁର କୋଟୱାଲି ଅଞ୍ଚଳର ସାଦୋପୁର ଗାଁରୁ ଜଣେ ବିଏ ଫାଇନାଲ ବର୍ଷର ଛାତ୍ରୀଙ୍କୁ ଭ୍ୟାନରେ ତିନି ଜଣ ଦୁର୍ବୃତ୍ତ ଅପହରଣ କରିନେଇଛନ୍ତି । ସାଦୁଲାପୁର ରେଲୱେ ଫାଟକ ନିକଟରେ ତିନି ସାନ ଭାଇଭଉଣୀଙ୍କ ସହ ପ୍ରାତଃଭ୍ରମଣ କରୁଥିଲେ ସ୍ୱାତୀ । ପ୍ରଥମେ ସାନ ଭଉଣୀ ଖୁସିକୁ ଅପହରଣ କରିବାକୁ ଚେଷ୍ଟା କରିଥିଲେ ଦୁବୃର୍ତ୍ତ । ହେଲେ ବଡ ଭଉଣୀ ସ୍ୱାତୀ ସାନ ଭଉଣୀକୁ ଅପହର୍ତ୍ତାଙ୍କ ଚାଲ ସଫଳ ହେବାକୁ ଦେଇନଥିଲେ ।

CDS Gen Bipin Rawat
’ଚୀନ୍ ଓ ପାକିସ୍ତାନର ମୁକାବିଲା କରିବ ଭାରତର ନୂଆ ରକେଟ୍ ଫୋର୍ସ’ 

ସିଡିଏସ୍ ଜେନେରାଲ ବିପିନ ରାୱତ ବୁଧବାର ଦିନ ଏକ କାର୍ଯ୍ୟକ୍ରମରେ ଚୀନ୍‌ ପକ୍ଷରୁ ବିପଦ ସମ୍ପର୍କରେ ଚେତାବନୀ ଦେଇ ଏପରି କହିଛନ୍ତି । ଇରାନ ଏବଂ ତୁର୍କୀ ସହ ସମ୍ପର୍କ ସ୍ଥାପନ କରିବା ପରେ ଡ୍ରାଗନ୍ ଖୁବ୍ ଶୀଘ୍ର ଆଫଗାନିସ୍ତାନରେ ପ୍ରବେଶ କରିବ । ଆଉ ଏଥିପାଇଁ ପାଇଁ ଫୁଲଫ୍ରୁଫ୍ ଯୋଜନା କରିଛି ଚୀନ୍ । ଉଭୟ ପଡ଼ୋଶୀ ଦେଶ ପାକିସ୍ତାନ ଓ ଚୀନ୍ ଏବେ ଭାରତ ବିରୋଧୀ ଷଡ଼ଯନ୍ତ୍ର କରୁଛନ୍ତି ।