• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଡ୍ରୋନ୍ କିମ୍ବା ବେଲୁନ୍ ଜରିଆରେ ସୀମା ସେପଟରୁ ବିସ୍ଫୋରକ ଆସିଥିବା ସନ୍ଦେହ

  • ପୁଣି ଆର୍ମି କ୍ୟାମ୍ପକୁ ଟାର୍ଗେଟ୍

  • ସିସିଟିଭି ଫୁଟେଜ ଦେଖି ଚାଲିଛି ତଦନ୍ତ

  • ବିସ୍ଫୋରଣ ପରେ ସବୁ ଚେକ୍ ପୋଷ୍ଟରେ ହାଇଆଲର୍ଟ

ପଠାନକୋଟ: ପଂଜାବ ପଠାନକୋଟ ଆର୍ମି କ୍ୟାମ୍ପ ନିକଟରେ ଗ୍ରେନେଡ ବିସ୍ଫୋରଣ ହୋଇଛି । ବିଳମ୍ବିତ ରାତିରେ ଆର୍ମି କ୍ୟାମ୍ପର ତ୍ରିବେଣୀ ଗେଟ୍ ନିକଟରେ ବିସ୍ଫୋରଣ ହୋଇଥିଲା । କେମିତି ବିସ୍ଫୋରଣ ହେଲା, କେଉଁଠୁ ଆସିଲା ଗ୍ରେନେଡ, ଏନେଇ ପୋଲିସ ଛାନଭିନ୍ କରୁଛି । ଡ୍ରୋନ୍ କିମ୍ବା ବେଲୁନ୍ ଜରିଆରେ ସୀମା ସେପଟରୁ ବିସ୍ଫୋରକ ଆସିଥିବା ସନ୍ଦେହ କରାଯାଉଛି ।

ଏହି ଆକ୍ରମଣରେ କେହି ଆହତ ହୋଇ ନାହାନ୍ତି । ସ୍ଥାନୀୟ ପୋଲିସ କର୍ମଚାରୀଙ୍କ ଦ୍ୱାରା ଗ୍ରେନେଡର କିଛି ଅଂଶ ଉଦ୍ଧାର କରାଯାଇଛି ।  ସିସିଟିଭି ଫୁଟେଜ୍ ଯାଞ୍ଚ କରାଯିବ ବୋଲି ପୁଲିସ୍‌ ସୂତ୍ରରୁ ପ୍ରକାଶ । ଗ୍ରେନେଡ ବିସ୍ଫୋରଣ ପରେ ସବୁ ଚେକ୍‌ ପୋଷ୍ଟରେ ପୋଲିସ୍‌ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇ ଚେକିଂକୁ କଡ଼ାକଡ଼ି କରାଯାଉଛି। ଗ୍ରେନେଡ ବିସ୍ଫୋରଣ ସ୍ଥଳ ନିକଟରେ ଥିବା ସିସିଟିଭି ଫୁଟେଜ ଦେଖି ତଦନ୍ତ ଚାଲିଥିବା ପଠାନକୋଟ୍ ଏସ୍ଏସପି ସୁରେନ୍ଦ୍ର ଲାମ୍ବା ସୂଚନା ଦେଇଛନ୍ତି ।

ଗତବର୍ଷ ଜୁନମାସରେ ଜମ୍ମୁ ସ୍ଥିତ ଏୟାରଫୋର୍ସ ଷ୍ଟେସନ ନିକଟରେ ଦୁଇଟି ଗ୍ରେନେଡ୍ ବିସ୍ଫୋରଣ ହୋଇଥିଲା , ଏଥିରେ ୨ଜଣ ଆହତ ହୋଇଥିଲେ । ପୂର୍ବରୁ ବି ପଠାନକୋଟ ଆତଙ୍କବାଦୀଙ୍କ ଟାର୍ଗେଟରେ ରହି ଆସିଛି। ୫ ବର୍ଷ ପୂର୍ବେ ପାଥାନକୋଟ ବାୟୁସେନା ଷ୍ଟେସନ ଉପରେ ୬ଜଣ ସଶସ୍ତ୍ର ଆତଙ୍କବାଦୀ ଆକ୍ରମଣ କରିଥିଲେ । ଏଥିରେ ୭ ଜଣ ସୁରକ୍ଷା କର୍ମୀ ଏବଂ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିଲା।