Advertisment

ଏବେ ଜାଣନ୍ତୁ, କିଏ କରୋନା ଟିକା ନେଇଛନ୍ତି କି ନେଇ ନାହାନ୍ତି ?

ଏଣିକି ଯେକୌଣସି ବ୍ୟକ୍ତିଙ୍କର ଟିକାକରଣର ସ୍ଥିତି ବିଷୟରେ ଆପଣଙ୍କୁ ସୂଚନା ମିଳିପାରିବ। ଏନେଇ କୋ ଓ୍ୱିନ୍ ପୋର୍ଟାଲରେ ଏକ ନୂଆ ଫିଚର୍ସ ଯୋଡ଼ି ହୋଇଛି।

author-image
Rajalaxmi Sahoo
vaccination status

vaccination status

ନୂଆଦିଲ୍ଲୀ: କୋ ଓ୍ୱିନ୍ ପୋର୍ଟାଲ(CoWIN portal)ରେ ଯୋଡ଼ି ହେଲା ନୂଆ ଫିଚର୍ସ। ଏଣିକି ‘Know Your Vaccination Status’ ଅର୍ଥାତ୍‌ ‌ଆପଣଙ୍କ ଟିକାକରଣର ସ୍ଥିତି ଜାଣିବା ଲାଗି ଏହି ନୂଆ ଫିଚର୍ସକୁ ସାମିଲ କରାଯାଇଛି। ଏଥିରୁ ଯେକୌଣସି ବ୍ୟକ୍ତିଙ୍କର ଟିକାକରଣର ସ୍ଥିତି ବିଷୟରେ ଆପଣଙ୍କୁ ସୂଚନା ମିଳିପାରିବ।

Advertisment

ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ, ଜଣେ ବ୍ୟକ୍ତି ଟିକା ନେଇଛନ୍ତି କି ନାହିଁ ଜାଣିବା ପାଇଁ ସମ୍ପୃକ୍ତ ବ୍ୟକ୍ତିଙ୍କ ରେଜିଷ୍ଟର ମୋବାଇଲ୍‌ ନମ୍ବର ଓ ନାମ ଦେବାକୁ ପଡ଼ିବ। ଏହାପରେ ଉକ୍ତ ବ୍ୟକ୍ତିଙ୍କ ମୋବାଇଲ୍‌ ନମ୍ବରକୁ ଏକ OTP ଯିବ। ବ୍ୟକ୍ତି ଜଣକ ଟିକା ନେଇଛନ୍ତି କି ନାହିଁ, ଏହାର ଯାଞ୍ଚ ପାଇଁ ଏହି OTP ଯିବ। 

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୋଓ୍ୱିନ୍ ପୋର୍ଟାଲରେ ଯୋଡ଼ି ହୋଇଥିବା ଏହି ନୂଆ ସୁବିଧା ଫଳରେ ବିଭିନ୍ନ ସେବା ଯୋଗାଉଥିବା କମ୍ପାନୀ ଓ ଅନୁଷ୍ଠାନଗୁଡ଼ିକ ଲାଗି ସହଜ ହେବ। ବିଶେଷକରି ଟ୍ରାଭେଲେ ଏଜେନ୍ସି, ନିଯୁକ୍ତିଦାତା, ମନୋରଞ୍ଜନ ସେବା ଯୋଗାଉଥିବା ସଂସ୍ଥା, IRCTC ଭଳି ସଂସ୍ଥା ଏହି ସୁବିଧାକୁ ବ୍ୟବହାର କରି ସହଜରେ ଯେକୌଣସି ବ୍ୟକ୍ତିଙ୍କ ଟିକାକରଣର ସ୍ଥିତି ସମ୍ପର୍କରେ ଜାଣିପାରିବେ।

Advertisment

COVID19 CoWIN Portal Vaccination Status COVID19 Vaccination
Advertisment
Advertisment