/odishatv-khabar/media/post_attachments/uploadimage/library/16_9/16_9_0/IMAGE_1637570933.jpg)
Abhinandan varthaman vir chakra
ନୂଆଦିଲ୍ଲୀ: ରାଷ୍ଟ୍ରପତି ଭବନରେ ସାହସିକତା ପୁରସ୍କାର ସମାରୋହରେ ପୁରଷ୍କାର ପ୍ରଦାନ କରାଯାଇଛି । ଭାରତୀୟ ସେନାର ବହୁ ସାହାସୀ ବୀରଙ୍କୁ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। । ଗ୍ରୁପ୍ କ୍ୟାପଟେନ୍ ଅଭିନନ୍ଦନ ବର୍ତ୍ତମାନଙ୍କୁ 'ବୀର ଚକ୍ର' ପ୍ରଦାନ କରାଯାଇଛି । ପାକିସ୍ତାନର ଏଫ୍-୧୬ ଯୁଦ୍ଧ ବିମାନକୁ ଗୁଳି ମାରି ଖସାଇଦେଇଥିଲେ ମିଗ୍-୨୧ ପାଇଲଟ୍ ଅଭିନନ୍ଦନ । ଅଭିନନ୍ଦନ ନିଜର ସାହସ ପ୍ରଦର୍ଶନ କରି ସମଗ୍ର ଦେଶକୁ ଗର୍ବିତ କରିଥିଲେ । ଏନେଇ ତାଙ୍କୁ ମିଳିଛି ବୀର ଚକ୍ର ସମ୍ମାନ ।
ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ କୁମାର ବର୍ତ୍ତମାନ ଗ୍ରୁପ୍ କ୍ୟାପଟେନ୍ ଅଛନ୍ତି। ଯେତେବେଳେ ସେ ପାକିସ୍ତାନୀ ଯୁଦ୍ଧ ବିମାନକୁ ଗୁଳି ଚଳାଇଥିଲେ ସେତେବେଳେ ସେ ଶ୍ରୀନଗର ନିକଟ ଅବିଣ୍ଟାପୁରା ଏୟାର ବେସରେ ଅବସ୍ଥାପିତ ଥିଲେ । ଗ୍ରୁପ୍ କ୍ୟାପଟେନ ଅଭିନନ୍ଦନଙ୍କ ପିତା ମଧ୍ୟ ବାୟୁସେନାରେ ଜଣେ ଅଧିକାରୀ ଥିଲେ ଏବଂ ବର୍ତ୍ତମାନ ସେ ଅବସରପ୍ରାପ୍ତ ସେନା ଅଧିକାରୀ ।
ପୂର୍ବରୁ ଭାରତୀୟ ବାୟୁସେନା ଅଭିନନ୍ଦନଙ୍କୁ ‘ଗ୍ରୁପ୍ କ୍ୟାପ୍ଟେନ୍’ ପାହ୍ୟାକୁ ଉନ୍ନୀତ କରିଥିଲା। ପାକିସ୍ତାନ ଅଧିକୃତ କଶ୍ମୀରରେ ସେ ଗୋଟିଏ ‘ଏଫ୍-୧୬’କୁ ଗୁଳି ମାରି ଖସାଇ ଦେବା ପରେ ପାକିସ୍ତାନୀ ସୈନିକମାନେ ମଧ୍ୟ ଅଭିନନ୍ଦନ ଚଳାଉଥିବା ବିମାନକୁ ଖସାଇ ତାଙ୍କୁ ଧରି ନେଇଥିଲେ। ସେତେବେଳେ ସେ ଥିଲେ ୱିଙ୍ଗ୍ କମାଣ୍ଡର୍। ୨୦୧୯ ଫେବ୍ରୁଆରି ୨୭ ତାରିଖରେ ପାକିସ୍ତାନ ବାୟୁସେନା ଆକ୍ରମଣକୁ ପଣ୍ଡ କରିବାରେ ପ୍ରମୁଖ ଭୂମିକା ନେଇଥିବା ଅଭିନନ୍ଦନଙ୍କ ‘ୟୁନିଟ୍ 51 ସ୍କ୍ୱାଡ୍ରନ୍’କୁ ମଧ୍ୟ ‘ୟୁନିଟ୍ ସାଇଟେସନ୍’ ମିଳିଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)