Advertisment

ପାପ ଜାଣିଦେଲା ସ୍ତ୍ରୀ, ସୁପାରୀ କିଲର୍‌ ଦେଇ ହତ୍ୟା କଲା ସ୍ୱାମୀ

ସ୍ତ୍ରୀକୁ ହତ୍ୟା କରିବା ପାଇଁ ୨ କଣ୍ଟ୍ରାକ୍ଟ କିଲର୍‌ଙ୍କୁ ୫ ଲକ୍ଷ ଟଙ୍କା ଦେଇଥିଲା ସ୍ୱାମୀ। ହତ୍ୟାକାରୀମାନେ ସମ୍ପୃକ୍ତ ମହିଳାଙ୍କୁ ୧୬-୧୭ ଥର ଛୁରୀ ଭୁସି ହତ୍ୟା କରିଥିବା ଜଣାପଡ଼ିଛି।

author-image
Rajalaxmi Sahoo
Delhi Woman Murdered

Delhi Woman Murdered

ନୂଆଦିଲ୍ଲୀ: ଅନ୍ୟ ମହିଳାଙ୍କ ସହ ସମ୍ପର୍କ ରଖିଥିଲେ ସ୍ୱାମୀ। ହେଲେ ସ୍ୱାମୀଙ୍କ ଏହି ଲୁଚାଛପା ପରକୀୟ ପ୍ରୀତି ସ୍ତ୍ରୀ ଆଗରେ ଧରାପଡ଼ି ଯାଇଥିଲା। ଶେଷରେ ସ୍ତ୍ରୀକୁ ସବୁଦିନ ପାଇଁ ରାସ୍ତାରୁ ହଟାଇବା ପାଇଁ ସ୍ୱାମୀ ମର୍ଡର ପ୍ଲାନିଂ କରିବା ସହ ୨ ଜଣ କଣ୍ଟ୍ରାକ୍ଟ କିଲର୍‌ଙ୍କ ସହ ଯୋଗାଯୋଗ କରିଥିଲେ। ଦକ୍ଷିଣ ଦିଲ୍ଲୀର ମାଲଭିୟା ନଗରରେ ଗୁରୁବାର ଏହି ହତ୍ୟାକାଣ୍ଡ ଘଟିଛି। 

Advertisment

ପୋଲିସ୍‌ ଅଭିଯୁକ୍ତ ସ୍ୱାମୀ ନବୀନ ଗୁଲେରିଆ ଓ ୨ କଣ୍ଟ୍ରାକ୍ଟ କିଲର୍‌- ସୋନୁ ଓ ରାହୁଲଙ୍କୁ ଗିରଫ କରିଛି। ସ୍ତ୍ରୀକୁ ହତ୍ୟା କରିବା ପାଇଁ ନବୀନ ୨ କଣ୍ଟ୍ରାକ୍ଟ କିଲର୍‌ଙ୍କୁ ୫ ଲକ୍ଷ ଟଙ୍କା ଦେଇଥିଲେ। ହତ୍ୟାକାରୀମାନେ ସମ୍ପୃକ୍ତ ମହିଳାଙ୍କୁ ୧୬-୧୭ ଥର ଛୁରୀ ଭୁସି ହତ୍ୟା କରିଥିବା ଜଣାପଡ଼ିଛି। ସ୍ତ୍ରୀର ମୃତ୍ୟୁ ପରେ ନବୀନ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ମୃତଦେହକୁ ଧରି ହସ୍ପିଟାଲ୍‌ ନେଇଥିଲା। ଖବରପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ପୋଷ୍ଟମର୍ଟମ ପାଇଁ ପଠାଇଥିଲା। 

ପୋଲିସ୍‌ ଆଗରେ ସ୍ୱୀକାର କରି ଅଭିଯୁକ୍ତ ନବୀନ କହିଛି, ଅନ୍ୟ ଜଣେ ମହିଳାଙ୍କ ସହ ପରକୀୟା ପ୍ରୀତି ନେଇ ୪ ମାସ ପୂର୍ବେ ତାଙ୍କ ସ୍ତ୍ରୀ ଜାଣି ଦେଇଥିଲେ। ଏହାପରେ ସେ ତାଙ୍କ ଉପରେ ସନ୍ଦେହ କରିବା ଆରମ୍ଭ କରି ଦେଇଥିଲେ। ତେଣୁ ସ୍ତ୍ରୀକୁ ସବୁଦିନ ପାଇଁ ରାସ୍ତାରୁ ହଟାଇବା ପାଇଁ ସେ ଏହି ମର୍ଡର ପ୍ଲାନିଂ କରିଥିଲେ। 

Advertisment

ପୋଲିସ୍‌ ଯାଞ୍ଚ ବେଳେ ନବୀନଙ୍କ ଫୋନ୍‌ରୁ ପୋଲିସ୍‌କୁ କିଛି ସୁରାକ ମିଳିଥିଲା। ଅନ୍ୟ ଜଣେ ମହିଳାଙ୍କ ସହ ମହିଳାଙ୍କ ନବୀନଙ୍କ ପରକୀୟା ପ୍ରୀତି ଥିବା ପୋଲିସ୍‌ ଜାଣିବାକୁ ପାଇଥିଲା। ମହିଳା ଜଣକ ଗୋବିନ୍ଦପୁରୀ ଅଞ୍ଚଳରେ ରୁହନ୍ତି। ଯେଉଁଦିନ ଏହି ହତ୍ୟାକାଣ୍ଡ ଘଟିଥିଲା, ସେହିଦିନ ନବୀନ ଗୁଲେରିଆ ଓ ଉକ୍ତ ମହିଳା ବହୁଥର ଫୋନ୍‌ କଲ୍‌ରେ କଥା ହୋଇଥିବା ଜଣାପଡ଼ିଛି। 

ନବୀନଙ୍କ ବାଇକ୍‌ରୁ ୫୦ ହଜାର ଟଙ୍କା ଓ ଅନ୍ୟ ଏକ ମୋବାଇଲ୍‌ ଫୋନ୍‌ ଜବତ କରିଛି। ଏହାସହ ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ମାରଣାସ୍ତ୍ର ମଧ୍ୟ ପୋଲିସ୍‌ ଜବତ କରିଛି। ତଦନ୍ତ ବେଳେ ପୋଲିସ୍‌ ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା। ୨ ଜଣ ବ୍ୟକ୍ତି ନବୀନ ଗୁଲେରିଆଙ୍କ ଘର ଭିତରକୁ ପ୍ରବେଶ କରିଥିଲେ, ହେଲେ ଘର ଭିତରୁ ୩ ଜଣ ବାହାରିଥିଲେ। 

Woman Murdered Delhi
Advertisment
Advertisment