ଦର୍ଶନ ଆତୁର ଭକ୍ତଙ୍କ ଧୈର୍ଯ୍ୟଚ୍ୟୁତିର ଚରମ ଚିତ୍ର । ସିଂହଦ୍ୱାର ସମ୍ମୁଖ ବ୍ୟାରିକେଡ୍ ଭାଙ୍ଗିଲେ । ଶ୍ରୀମନ୍ଦିର ଭିତରକୁ ଧସେଇ ପଶିଲେ ଭକ୍ତ । ପୁରା ଦଳାଚକଟା ଭଳି ସ୍ଥିତି ପୋଲିସ୍ କି ସେବାୟତ ସମସ୍ତେ ଅସହାୟ । ଚାହିଁଲେ ବି କେହି ଅଟକାଇ ପାରୁନାହାନ୍ତି ।
ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଦ୍ୱାରା ଖୋଜାଖୋଜି ଜାରି ରହିଛି।
ବେଆଇନ ଭାବେ ମାଙ୍କଡ଼ା ପଥର ଖନନ ପାଇଁ କେନ୍ଦୁଝର ଜିଲ୍ଲା ପ୍ରଶାସନକୁ NGTର ଛାଟ। ମଦନପୁର ମୌଜାର ସଂରକ୍ଷିତ ଜଙ୍ଗଲରୁ ବେଆଇନ ଭାବେ ମାଙ୍କଡ଼ା ପଥର ଖନନ ହେଉଥିବା ନେଇ ୨୦୧୯ ମସିହାରେ ଅଭିଯୋଗ ହୋଇଥିଲା।
ରାସ୍ତା ନିର୍ମାଣ ନାଁରେ ଟଙ୍କା ଆସିଲା, ବିଲ୍ ହେଲା। ହେଲେ କାମ ହେଲାନି। ସରପଂଚଙ୍କଠାରୁ ସରକାରୀ ଅଫିସର ମିଳିମିଶି ସବୁ ଟଙ୍କାକୁ କରିଦେଲେ ଚଳୁ...ସତ ଜାଣିବା ପରେ କଲେକ୍ଟରଙ୍କୁ ଗୁହାରି କରୁଛନ୍ତି ଗାଁ ଲୋକ
ବ୍ରେନ ଷ୍ଟ୍ରୋକ୍ ପରେ ବିଛଣାରେ ଭବାନୀଶଙ୍କର। ପରିବାରର ଏକମାତ୍ର ରୋଜଗାରିଆ ବ୍ୟକ୍ତି ଶଯ୍ୟାଶାୟୀ ହେବାରୁ ଦିନରେ ଦୁଇ ମୁଠା ଖାଇବାକୁ ପାଉନାହାନ୍ତି ପରିବାର ଲୋକ। ଆଉ ସ୍ୱାମୀର ଏ ଅବସ୍ଥା ଦେଖି ପାଗେଳି ପ୍ରାୟ ସ୍ତ୍ରୀ...ଏବେ ଆପଣମାନେ ସାହାଯ୍ୟ କଲେ ଭଲ ହେବେ ଭବାନୀ
ହେ ଭଗବାନ !! ଏମାନଙ୍କୁ କେହି ପାରିବେନି...ହରିନାମ ସଂକୀର୍ତ୍ତନରେ ବି ପୁଷ୍ପା ଗୀତର ରିମିକ୍ସ ଦେଇଦେଲେ। ନାରଣରେ କ’ଣ ଭାବୁଥିବେ ପ୍ରଭୁ?
ମୋ ଛୁଆ ପୂରା ବିଜି ବାଳୁଙ୍ଗା। ଇଏ ଆଇସକ୍ରିମ ବାଲାକୁ କଣ କହିବି? ରାତି ପାହିନଥିବ, ମୋ ଦୁଆରେ ଆସି ଘଣ୍ଟି ପିଟିବ ନିଅ ନିଅ ଆଇସକ୍ରିମ୍। ମୋ ଛୁଆଙ୍କୁ ସମ୍ଭାଳିପାରିବ ତ?
କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର ଆମ୍ବୋ-ବାତୋ ବୈତରଣୀ ନଦୀ ଉପରେ ପୋଲ । ସ୍ଥାନୀୟ ଲୋକଙ୍କ ଦୀର୍ଘ ଦିନ ଧରି ଦାବି ପରେ ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୨୦୧୬ ମସିହାରେ ବିଜୁ ସେତୁ ଯୋଜନାରେ ଏଠାରେ ସେତୁ ନିର୍ମାଣ ପାଇଁ ୩୫ କୋଟି ଟଙ୍କା ଟେଣ୍ଡର କରାଯାଇଥିଲା
ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଦଳାଚକଟା ସ୍ଥିତି। ସିଂହଦ୍ୱାର ସମ୍ମୁଖରେ ଲମ୍ବା ଲାଇନ୍ ଥିବାରୁ ବ୍ୟାରିକେଡ୍ ଭାଙ୍ଗି ଭକ୍ତମାନେ ଶ୍ରୀମନ୍ଦିରକୁ ଧସେଇ ପଶିଥିବା ନଜର ଆସିଛି।
ମାତ୍ର ଦେଢ ମାସ ମଧ୍ୟରେ ତିଆରି ହୋଇଗଲା ୭ ମହଲା କୋଠା। ଉଦଘାଟନ କରିବାକୁ ଗଲେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ। ଆଶ୍ଚର୍ଯ୍ୟ ହେଲେ ସମସ୍ତେ ...ମାତ୍ର ୪୫ ଦିନରେ ୭ ମହଲା ତିଆରି ହେଲା କେମିତି?
କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ସୁଭଦ୍ରା ମହତାବ କଲେଜ ପରିସରରେ ଲାଗିଛି ଖାଦ୍ୟ ଷ୍ଟଲ । ଉଭୟ ପାରମ୍ପରିକ ଓ ପାଶ୍ଚାତ୍ୟ ଷ୍ଟାଇଲର ଖାଦ୍ୟ ତିଆରି ହେଉଛି । ଷ୍ଟଲମାନଙ୍କରେ ସବୁ ରକମର ଖାଦ୍ୟ ପାଇବେ । ପିଠା, ମିଠା ସାଙ୍ଗକୁ ବିରିଆନି ପର୍ଯ୍ୟନ୍ତ ସବୁକିଛି । ଆଉ ଏସବୁର ଦାମ ମଧ୍ୟ ବହୁତ କମ । ୫ଟଙ୍କା ଠାରୁ ୩୦ଟଙ୍କା ଯାଏ ।
ରାଜଧାନୀରେ ଅନେକ ଆଶ୍ରୟସ୍ଥଳୀ ରହିଛି ହେଲେ ଏଠାକୁ ଯିବେ କେମିତି ? ଗଲେ ସାହରା ମିଳିବ କେମିତି ? ତାହା ଜଣାଇବାକୁ ନାହିଁ କୌଣସି ବ୍ୟବସ୍ଥା ।
ଗଛରେ କାର୍ ପିଟି ହେବା ଫଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ନବରଙ୍ଗପୁର ଜିଲ୍ଲା କୁର୍ଲୁ ଘାଟିରେ ଦୁର୍ଘଟଣା ଘଟିଛି।
ନିଆଁରେ ପୋଡ଼ି ହୋଇ ଗୋଟିଏ ପରିବାରର ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଘର ଭିତରେ ନିଆଁ ଲାଗିଯିବା ଫଳରେ ଗୋଟିଏ ପରିବାରର ୫ ଜଣ ପୋଡ଼ି ହୋଇଯାଇଥିଲେ।
ପିଏମ ଆବାସ ଯୋଜନାର ଲୋଗୋ ପରିବର୍ତ୍ତେ ବିଜୁ ପକା ଘର ଲୋଗୋ ଲାଗୁଛି।
କପିଲ ନିଜର ଅପ୍ କମିଂ ଫିଲ୍ମର ସୁଟିଂ ପାଇଁ ଭୁବନେଶ୍ୱରରେ ଆସିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି । ନିର୍ଦ୍ଦେଶିକା ନନ୍ଦିତା ଦାସ ବି ଏହି ସମୟରେ ଉପସ୍ଥିତ ଥିଲେ ।
କିଛି ଗୋଟେ କରିବେ ବୋଲି ଭାବୁଥିଲେ। ଠିକ ସେତିକି ବେଳେ ୟୁଟ୍ୟୁବରୁ ଦେଖିଲେ ଧଳା ଘୁଷୁରୀ ଚାଷ ବିଷୟରେ। ଆଉ ତା’ପରେ ନିଜ ଗାଁରେ କରୁଛନ୍ତି ଧଳା ଘୁଷୁରୀ ଚାଷ। ଏଠାରେ ଘୁଷୁରୀ ଛୁଆ ପ୍ରସ୍ତୁତ କରି ବିଭିନ୍ନ ରାଜ୍ୟକୁ ପଠାଇ ଭଲ ରୋଜଗାର କରୁଛନ୍ତି ସାଲେପୁରର ଅମୂଲ୍ୟ ରାଉତ
ଏତେ ବଡ଼ ବିଲାତି ଗଛ ଆପଣ କେବେ ଦେଖିନଥିବେ। ୧୦ ଫୁଟ୍ ପର୍ଯ୍ୟନ୍ତ ବଢିଛି, ଦିନକୁ ୩ କିଲୋ ବିଲାତି ଅମଳ ହେଉଛି..ଗଛ ଦେଖିବାକୁ ଏବେ ସ୍ଥାନୀୟ ଅଂଚଳରେ ଲାଗିଛି ଭିଡ଼
ପଞ୍ଚାୟତ ନିର୍ବାଚନ ତ ସରିଲା ଏବେ ପୌର ନିର୍ବାଚନ । ଏ ମଉସା କାଇଁ ଏମିତି ହେଉଛ।
ନମ୍ବର ୱାନ ଦିଅର। ଅଧ ରାତିରେ ବାଘ ସହ ଲଢେଇ କରି କରି ବଞ୍ଚାଇ ଦେଲେ ଭାଉଜଙ୍କ ଜୀବନ...ପରିସ୍ରା କରିବାକୁ ଉଠିଥିବା ବେଳେ ଛକି ବସିଥିବା ବାଘ କରିଥିଲା ଆକ୍ରମଣ, ଜୀବନକୁ ବାଜି ଲଗାଇ ବଞ୍ଚାଇଲେ ଜୀବନ। ଉଭୟ ବାଘ କାମୁଡ଼ାରେ ଆହତ ହେଲେ ସତ କିନ୍ତୁ ଜୀବନ ଫେରି ପାଇଲେ। ଦେଖନ୍ତୁ କଣ ଥିଲା ପୂରା ଘଟଣା
ସାରା ପୃଥିବୀରେ ଅନେକ ସୁନ୍ଦର ଦେଶ ରହିଛି ତା ଭିତରୁ ୟୁକ୍ରେନ୍ ଥିଲା ଗୋଟିଏ ସୁନ୍ଦର ଦେଶ। ଆଗରୁ ଯିଏ ଯାଇଛି ସେହିଁ ପାଖରୁ ଦେଖିଛି ୟୁକ୍ରେନ୍ର ସୌନ୍ଦର୍ଯ୍ୟକୁ । ହେଲେ କାହିଁଙ୍କି ୟୁକ୍ରେନ୍କୁ କୁହାଯାଏ ୟୁରୋପ୍ ମହାଦେଶର ଭୂସ୍ୱର୍ଗ ବୋଲି।
ଘୁଞ୍ଚିଲା କୋଟିଆ ଶୁଣାଣି । ଓଡ଼ିଶା ପକ୍ଷରୁ ଆନ୍ଧ୍ର ବିରୋଧରେ ଦାୟର ମାମଲାର ଶୁଣାଣି ଘୁଞ୍ଚାଇଛନ୍ତି ସୁପ୍ରିମକୋର୍ଟ ଅଦାଲତ । ଅବମାନନା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଆଉ ଏକ ମାମଲା କରାଯାଇଥିବା ଖଣ୍ଡପୀଠଙ୍କୁ ଅବଗତ କରାଯାଇଛି ।
ଏତିକି ଖାଇବା ପରେ ସେ ପିଠି ଆଉ ଅଛି ତ? ହଇରେ ନାରଣ...ଇଏ କଣ ମୁଣ୍ଡରୁ ଗାମୁଛା ଫୋପାଡ଼ି ଦେଇ ପୂରା ସ୍ମାଇଲ ଦେଉଛନ୍ତି? ମେଡ଼ିକାଲ ନୁହେଁ ତ ଆୱାର୍ଡ଼ ନେବା ପାଇଁ ଆଉଛନ୍ତି ବୋଧହୁଏ...
ଆଜ୍ଞା…ଜମାରୁ ବିଶ୍ୱାସ କରନ୍ତୁନି। ରୋଗୀଙ୍କୁ ଲୋଭ ଦେଖାଇ ଦେଖାଇ ୧୭ ସ୍ତ୍ରୀ ରଖିଲାଣି। ଟିକିଏ ଗଳାବଟ ପାଇଲେ ଚଟ୍କିନା ଗଳି ଯିବ, ଆଉ ସ୍ତ୍ରୀ କରିପକାଇବ