Advertisment

ସିଂହଦ୍ୱାର ସମ୍ମୁଖରେ ଦଳାଚକଟା ସ୍ଥିତି, ବ୍ୟାରିକେଡ୍‌ ଭାଙ୍ଗି ଶ୍ରୀମନ୍ଦିରକୁ ଧସେଇ ପଶିଲେ ଭକ୍ତ

ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଦଳାଚକଟା ସ୍ଥିତି। ସିଂହଦ୍ୱାର ସମ୍ମୁଖରେ ଲମ୍ବା ଲାଇନ୍ ଥିବାରୁ ବ୍ୟାରିକେଡ୍‌ ଭାଙ୍ଗି ଭକ୍ତମାନେ ଶ୍ରୀମନ୍ଦିରକୁ ଧସେଇ ପଶିଥିବା ନଜର ଆସିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Stampede Like Situation Outside Puri Srimandir

Stampede Like Situation Outside Puri Srimandir

ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଦଳାଚକଟା ସ୍ଥିତି। ସିଂହଦ୍ୱାର ସାମ୍ନାରେ ହୋଇଥିବା ବ୍ୟାରିକେଡ ଭାଙ୍ଗି ଶ୍ରୀମନ୍ଦିରକୁ ଭକ୍ତମାନେ ଧସେଇ ପଶିଥିବା ଦେଖିବାକୁ ମିଳିଛି। ଫଳରେ ସିଂହଦ୍ୱାର ଆଗରେ ଦଳାଚକଟା ସ୍ଥିତି ସୃଷ୍ଟି ହୋଇଥିଲା।

Advertisment

ଆଜି ଦୋଳ ପୂର୍ଣ୍ଣିମା ଅବସରରେ ଶ୍ରୀଜିଉଙ୍କର ସୁନାବେଶ ବା ରାଜରାଜେଶ୍ୱର ବେଶ ଅନୁଷ୍ଠିତ ହେଉଛି। ଏହି ଅନନ୍ୟ ବେଶ ଦେଖିବାକୁ ଶ୍ରୀକ୍ଷେତ୍ରରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଛି। ସୁନାବେଶ ପାଇଁ ମନ୍ଦିରରେ ଘଣ୍ଟାଏ ପାଇଁ ଦର୍ଶନ ବନ୍ଦ ରହିଥିଲା। ଏଥିପାଇଁ ସିଂହଦ୍ୱାର ସମ୍ମୁଖ ଜନ ସମୁଦ୍ରରେ ପରିଣତ ହୋଇଯାଇଥିଲା।

ଘଣ୍ଟାଏ ପରେ ଶ୍ରୀମନ୍ଦିର ଖୋଲିବା ପରେ ଭକ୍ତମାନେ ସିଂହଦ୍ୱାର ସାମ୍ନା ପଟ ବ୍ୟାରିକେଡ୍‌କୁ ଭାଙ୍ଗି ଧସେଇ ପଶିଥିଲେ। ଭିଡ଼ ଭିତରେ କିଛି ମହିଳା ଭକ୍ତ ତଳେ ପଡ଼ି ଯାଇଥିଲେ। ଫଳରେ ଦଳାଚକଟା ସ୍ଥିତି ସୃଷ୍ଟି ହୋଇଥିଲା। ଆଜିର ସୁନାବେଶ ଦେଖିବା ପାଇଁ ବଡ଼ଦାଣ୍ଡରେ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ମରିଚିକୋଟ ଛକ ପର୍ଯ୍ୟନ୍ତ ଲମ୍ବା ଲାଇନ୍ ରହିଛି। 

Advertisment

Puri Jagannath Temple Puri Srimandir
Advertisment
Advertisment