• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କଲେଜ୍ ପରିସରରେ ଭଳିକି ଭଳି ଖାଦ୍ୟ । ପିଠାପଣା ସାଙ୍ଗକୁ ଦହିବରା ଆଳୁଦମ, ଗୁପଚୁପ, ଏମିତି ଭେଜ ନନଭେଜ ଅନେକ କିଛି । ମହ ମହ ବାସୁଛି ପୂରା କଲେଜ୍ ପରିସର । ତାହାପୁଣି ଗୋଟିଏ ଜାଗାରେ ଆଉ କଲେଜ କ୍ୟାମ୍ପସ ଭିତରେ । ସବୁ ଖାଦ୍ୟ ପ୍ରସ୍ତୁତ କରୁଛନ୍ତି କଲେଜର ଯୁକ୍ତଦୁଇ ଓ ଯୁକ୍ତତିନି ପିଲାମାନେ । ସେ ସେସବୁକୁ ପ୍ରସ୍ତୁତ କରି ଷ୍ଟଲ ମାଧ୍ୟମରେ ବିକ୍ରି ହେଉଛି । ଆଉ ପିଲାମାନେ ଆନନ୍ଦ ନେଉଛନ୍ତି ଭଳିକି ଭଳି ଖାଦ୍ୟର ।

କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ସୁଭଦ୍ରା ମହତାବ କଲେଜ ପରିସରରେ ଲାଗିଛି ଖାଦ୍ୟ ଷ୍ଟଲ । ଉଭୟ ପାରମ୍ପରିକ ଓ ପାଶ୍ଚାତ୍ୟ ଷ୍ଟାଇଲର ଖାଦ୍ୟ ତିଆରି ହେଉଛି । ଷ୍ଟଲମାନଙ୍କରେ ସବୁ ରକମର ଖାଦ୍ୟ ପାଇବେ । ପିଠା, ମିଠା ସାଙ୍ଗକୁ ବିରିଆନି ପର୍ଯ୍ୟନ୍ତ ସବୁକିଛି । ଆଉ ଏସବୁର ଦାମ ମଧ୍ୟ ବହୁତ କମ । ୫ଟଙ୍କା ଠାରୁ ୩୦ଟଙ୍କା ଯାଏ । ଏହାର କାରଣ ଏହାର ମୂଳ ଉଦ୍ଦେଶ୍ୟ ହେଉଛି ଆମ ପିଲାମାନଙ୍କ ଭିତରେ ଦେଶୀ ଖାଦ୍ୟ ତିଆରି ଶିଖିବା ସହ ପରସିବାର କଳା ଓ ଖାଦ୍ୟ ପ୍ରତି ଆଦର ଶିଖାଇବା । ଏପରି ସୁଯୋଗ ମିଳିଥିବାରୁ ପିଲାମାନେ ବେଶ ଆନନ୍ଦିତ ।

ଆମ ପିଲାମାନଙ୍କ ଭିତରେ ହିତକର ଓ ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତ କରିବା । ସେ ସବୁକୁ କିଭଳି ଭାବରେ ପରସିବା ଓ ସର୍ବୋପରି ଖାଦ୍ୟ ତିଆରି ପ୍ରତି ପିଲାମାନଙ୍କ ଆଗ୍ରହ ବଢ଼ାଇବା ପାଇଁ କଲେଜ କର୍ତ୍ତୃପକ୍ଷ ଏଭଳି ନିଆରା ଆୟୋଜନ କରିଥିବା କହିଛନ୍ତି । ଆଉ ଏଭଳି ଆୟୋଜନ ମଧ୍ୟ ବେଶ ସଫଳ ହୋଇଛି ।

କଲେଜ ସ୍ତରରେ ପାଠପଢ଼ା ସାଙ୍ଗକୁ ହିତକର ଖାଦ୍ୟ ତିଆରି କରିବା ଓ ପରିବେଷଣ କଳା ଶିଖାଉଥିବା ଏଭଳି ଖାଦ୍ୟମେଳା ନିଶ୍ଚିତଭାବେ ଏକ ଭଲ ପଦକ୍ଷେପ ।

କଟକ ନିଶ୍ଚିନ୍ତକୋଇଲିରୁ ମନୋଜ ଆଚାର୍ଯ୍ୟ