Advertisment

ନାଗାଲ୍ୟାଣ୍ଡରେ ସାଲେପୁର ଘୁଷୁରୀର ଡିମାଣ୍ଡ

କିଛି ଗୋଟେ କରିବେ ବୋଲି ଭାବୁଥିଲେ। ଠିକ ସେତିକି ବେଳେ ୟୁଟ୍ୟୁବରୁ ଦେଖିଲେ ଧଳା ଘୁଷୁରୀ ଚାଷ ବିଷୟରେ। ଆଉ ତା’ପରେ ନିଜ ଗାଁରେ କରୁଛନ୍ତି ଧଳା ଘୁଷୁରୀ ଚାଷ। ଏଠାରେ ଘୁଷୁରୀ ଛୁଆ ପ୍ରସ୍ତୁତ କରି ବିଭିନ୍ନ ରାଜ୍ୟକୁ ପଠାଇ ଭଲ ରୋଜଗାର କରୁଛନ୍ତି ସାଲେପୁରର ଅମୂଲ୍ୟ ରାଉତ

author-image
Otv Khabar Bureau
ଅଦ୍ୟତନ ହୋଇଛି
White Pig Farming

White Pig Farming

ଇଏ ହେଉଛି କଟକ ପାଗା ନିକଟ ଗୋପୀନାଥପୁର ଗାଁର ଅମୂଲ୍ୟ ରାଉତଙ୍କ ଘୁଷୁରୀ ଫାର୍ମ। ୧୭ଟି କୋଠରୀ ବିଶିଷ୍ଟ ୫ ହଜାର ସ୍କୋୟାର ଫୁଟର ଏହି ଫାର୍ମରେ ରହୁଛନ୍ତି ୨ ଶହ ଧଳା ଘୁଷୁରୀ। ଏମାନଙ୍କୁ ଲାଳନପାଳନ କରିବା ପାଇଁ ଫାର୍ମରେ କାମ କରୁଛନ୍ତି ୫ ଜଣ। ଦାନା ଦେବା ଠାରୁ ଆରମ୍ଭ କରି ଔଷଧ ଦେବା ପର୍ଯ୍ୟନ୍ତ ସବୁ କିଛି ୟୁଟ୍ୟୁବ ଦେଖି କରୁଛନ୍ତି ଅମୂଲ୍ୟ ଓ ତାଙ୍କ ଲୋକମାନେ।

Advertisment

ଆସାମ, ମଣିପୁର, ନାଗାଲ୍ୟାଣ୍ଡରେ ଧଳା ଘୁଷୁରୀର ବହୁତ ଚାହିଦା ରହିଛି। ସେଥି ପାଇଁ ଅମୂଲ୍ୟଙ୍କ ଫାର୍ମରେ ଘୁଷୁରୀ ଛୁଆ ପ୍ରସ୍ତୁତ କରାଯାଇ ଏ ସବୁ ରାଜ୍ୟକୁ ପଠା ଯାଉଛି। ଧଳା ଘୁଷୁରୀ ଏକ ଲାଭଜନକ ଚାଷ ହୋଇଥିବାରୁ ଏହା ଦ୍ୱାରା ଅମୂଲ୍ୟ ଭଲ ରୋଜଗାର କରିବା ସହ ଶ୍ରମିକମାନଙ୍କୁ ବେତନ ଦେଇ ପାରୁଛନ୍ତି।

ଅମୂଲ୍ୟଙ୍କ ଅଦମ୍ୟ ଇଚ୍ଛାଶକ୍ତି ଓ ଅଧ୍ୟବ୍ୟସାୟ ତାଙ୍କୁ ସଫଳତା ଆଣି ଦେଇଛି। ଧଳା ଘୁଷୁରୀ ଚାଷ କରି ନିଜେ ସ୍ଵାବଲମ୍ବୀ ହେବ ସହ ଅନ୍ୟମାନଙ୍କ ପାଇଁ ଉଦାହରାଣ ହୋଇ ପାରିଛନ୍ତି।

Advertisment

ରିପୋର୍ଟର- ସାଲେପୁରରୁ ମନୋଜ ଆଚାର୍ଯ୍ୟ

Special Story White Pig Farming
Advertisment
Advertisment