• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଘୁଞ୍ଚିଲା କୋଟିଆ ଶୁଣାଣି, ଶୁଣାଣି ଘୁଞ୍ଚାଇଛନ୍ତି ସୁପ୍ରିମକୋର୍ଟ ଅଦାଲତ

ଘୁଞ୍ଚିଲା କୋଟିଆ ଶୁଣାଣି । ଶୁଣାଣି ଘୁଞ୍ଚାଇଛନ୍ତି ସୁପ୍ରିମକୋର୍ଟ ଅଦାଲତ । ଓଡ଼ିଶା ପକ୍ଷରୁ ଆନ୍ଧ୍ର ବିରୋଧରେ ଦାୟର ମାମଲାର ଶୁଣାଣିକୁ ଘୁଞ୍ଚାଇଛନ୍ତି ସୁପ୍ରିମକୋର୍ଟ । ଅବମାନନା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଆଉ ଏକ ମାମଲା କରାଯାଇଥିବା ଖଣ୍ଡପୀଠଙ୍କୁ ଅବଗତ କରାଯାଇଛି ।

କୋଟିଆ ବିବାଦ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଦାୟର ମାମଲାକୁ ୧୯୬୮ ମସିହାରେ ସମ୍ବିଧାନ ଧାରା ୧୩୧ ଅନୁଯାୟୀ ଟେକନିକାଲ ଗ୍ରାଉଣ୍ଡରେ ଖାରଜ କରିଥିଲା ସୁପ୍ରିମକୋର୍ଟ । ତେବେ ମୂଳ ମାମଲା ଉପରେ ଆଉ ଥରେ ଶୁଣାଣି ପାଇଁ ରାଜ୍ୟ ସରକାର ଆଉ ଏକ ମାମାଲା କରିଥିବା ସୁପ୍ରିମକୋର୍ଟକୁ ଜଣାଇଥିଲେ ।

ମୂଳ ମାମଲାର ରାୟକୁ ପ୍ରାଥମିକତା ଦେଇ କୋର୍ଟ ଅବମାନନା ମାମାଲାର ରାୟକୁ ଘୁଞ୍ଚାଇ ଦେଇଛନ୍ତି । ତେବେ ଉଭୟ ମାମାଲାର ଶୁଣାଣି ମଧ୍ୟରେ ଯଦି ଆବଶ୍ୟକ ପଡେ ତେବେ ଓଡିଶା ସରକାର ମାନ୍ୟବର କୋର୍ଟକୁ ଅବଗତ କରାଇପାରିବେ ବୋଲି ଖଣ୍ଡପୀଠ ଅନୁମତି ଦେଇଛନ୍ତି