ସୂତା ଖିଅରେ ଝୁଲିଛି ସୂତାକଳର ଭାଗ୍ୟ। ୧୯୯୯ ମସିହା ପରଠାରୁ ବନ୍ଦ ହୋଇଗଲାଣି କାମ। ଋଣ ଭାର ୪ କୋଟି ଉପରେ...କାରଖାନା ଖୋଲିବାକୁ ବାରମ୍ବାର ଦାବି କରୁଛନ୍ତି ଲୋକେ...ହେଲେ ସରକାରଙ୍କ ଆନ୍ତରିକତା ନଥଖିବାରୁ ଅନ୍ଧାରରେ ୧୨ ଶ୍ରମିକଙ୍କ ଭବିଷ୍ୟତ। କେମିତି ଚଳିବେ, କଣ ଖାଇବେ? ଚିନ୍ତାରେ ଶ୍ରମିକଙ୍କ ପରିବାର...
ନନ୍ଦନକାନନରେ ଛୁଆ ଜନ୍ମ ଦେଲା ୟେଲୋ ଆନାକୋଣ୍ଡା । ୟେଲୋ ଆନାକୋଣ୍ଡାଙ୍କ ସଂଖ୍ୟା ୪ରୁ ୫କୁ ବୃଦ୍ଧି ।
୩ ଜଣଙ୍କୁ ମୃତ ଘୋଷଣା କଲେ ମୋହନା ମେଡିକାଲ ଡାକ୍ତର ।
ସେ ଏକ ଲୁଗା ଦୋକାନର ସେଲ୍ସମ୍ଯାନ୍। କଳା କାରିଗରି ସହ ତାଙ୍କର କୌଣସି ସଂପର୍କ ନଥିଲା। ଦିନେ ରାତିରେ ସ୍ୱପ୍ନ ଦେଖିଲେ, ସେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଗଢୁଛନ୍ତି। ରାତି ପାହିଲା, ହଠାତ୍ ତାଙ୍କ ମନରେ ସାହସ ଆସିଲା, କିଛି ନଜାଣି ମଧ୍ୟ ସେ ସେବେଠୁ ଗଢ଼ିବା ଆରମ୍ଭ କଲେ କାଳିଆର ମୂର୍ତ୍ତି। ସେଦିନର ସେ ଅନୁଭୂତି ଥିଲା ଦେହ ଥରାଇ ଦେଲାପରି। ଆସନ୍ତୁ ଭେଟିବା ସେଲ୍ସମ୍ଯାନରୁ ମହାପ୍ରଭୁଙ୍କ କାରିଗର ପାଲଟି ଯାଇଥିବା ଏହି ବ୍ୟକ୍ତିଙ୍କୁ।
ଇତିହାସରେ ପ୍ରଥମ !! ଏକାଠି ଯୁଦ୍ଧ ବିମାନ ଉଡାଇ ରେକର୍ଡ କଲେ ବାପା-ଝିଅ....ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡ଼ିଓ...
ଆଲୋ ଆଲୋ....ଇଏ କଣ? ଏମିତି ଅସନା ପାଣିରେ ଧଳା କୁର୍ତା ପିନ୍ଧି କଣ ମୋକିମ୍ ବାବୁ ପଶିଛନ୍ତି? ଏଇଠି କଣ ମିଳିବ? ହାଉଲେ...ଟିକିଏ ଏପଟ ସେପଟ ହେଲେ ବେକେ ପାଣିରେ ପଶିଯିବ ଯେ ....ନାରଣ ତୁ କଣ ଜାଣିପାରୁନୁ? ଏଇଛି ପା ଚାଲିଛି ଆନ୍ଦୋଳନ...
‘ଆମେ ଦୁଇ ଜଣ ପରସ୍ପରକୁ ଅନେକ ଦିନ ହେବ ଭଲପାଉଥିଲୁ । କିନ୍ତୁ ପରିବାର ଲୋକ ଏଥିରେ ରାଜି ନଥିଲେ । ରାଜି ନହେବାରୁ ଆମେ ଏଭଳି ନିଷ୍ପତ୍ତି ନେବାକୁ ବାଧ୍ୟ ହେଲୁ । ’
ପ୍ରଶାସନଠୁ ଆରମ୍ଭ କରି ଲୋକେ ସମସ୍ତେ ଚୁପ୍ । ପ୍ରତିଦିନ ଜୀବନକୁ ବାଜି ଲଗାଇ ବୈତରଣୀ ମୁହାଣ ପାର ହେଉଛନ୍ତି ।
ଦିନେ ଏଇ ହାତରେ ଧରୁଥିଲେ ଗୋଳାବାରୁଦ ଆଉ ବନ୍ଧୁକ । ହେଲେ ଏବେ ଏଇ ହାତରେ ଧରୁଛନ୍ତି ଜେସିବି ଷ୍ଟିଅରିଂ। ବଣ ଜଙ୍ଗଲ ଛାଡ଼ି ଏବେ ଗାଁରେ ଚଳାଉଛନ୍ତି ଗାଡ଼ି ।
ମୟୂରଭଞ୍ଜ ନାଲି କାଇ ଚଟଣୀକୁ ସର୍ବୋଷଧି ମାନ୍ୟତା ମିଳିବ ବୋଲି ସମସ୍ତେ ଆଶାବାଦୀ ।
ନିଜ କାର୍ଯ୍ୟକାଳରୁ ଅବସର ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ରହିବେ କେଉଁଠି? ଭାରତ ସରକାରଙ୍କ ପକ୍ଷରୁ ତାଙ୍କୁ କେଉଁ କେଉଁ ସୁବିଧା ସୁଯୋଗ ମିଳିବ? ଦେଖନ୍ତୁ ଏଇ ଭିଡ଼ିଓ
ଫୋନ୍ ଆସିଲା ଆପଣ ଦେଇନାହାନ୍ତି ଇଲେକ୍ଟ୍ରୀ ବିଲ୍...ତୁରନ୍ତ ଏଇ ଆପ୍ରେ ପଇସା ଭରନ୍ତୁ ନଚେତ୍ ଆପଣଙ୍କ ଲାଇନ୍ କନେକ୍ସନ କାଟିଦେବୁ...ବାସ୍ ଏତିକି ପରେ ଆପ୍ ଡାଉନଲୋଡ୍ ମାରୁ ମାରୁ ଆକାଉଂଟରୁ କଟିଲା ଟଙ୍କା...ଜାଣିଲା ବେଳକୁ...
ଦିନେ ଏଇ ହାତରେ ଧରୁଥିଲେ ଗୋଳାବାରୁଦ ଆଉ ବନ୍ଧୁକ...ହେଲେ ଏବେ ଏଇ ହାତରେ ଧରୁଛନ୍ତି ଜେସିବି ଷ୍ଟିଅରିଂ। ବଣ ଜଙ୍ଗଲ ଛାଡ଼ି ଏବେ ଗାଁରେ ଚଳାଉଛନ୍ତି ଗାଡ଼ି....ମାଓବାଦୀ ଥିଲା ବେଳେ ପରିବାର ଭଲରେ ଚଳୁଥିଲା ହେଲେ ମୁଖ୍ୟସ୍ରୋତରେ ସାମିଲ ହେବା ପରେ ବହୁତ୍ ଅସୁବିଧା। ପିଲା ପଢିପାରିଲେନି ବାହାର ରାଜ୍ୟକୁ କାମରେ ଗଲେ...ସରକାରୀ ଯୋଜନା ଏମାନଙ୍କ ପାଇଁ ସାତସପନ...ଦେଖନ୍ତୁ ମାଓ ସଂଗଠନ ଛାଡ଼ିବା ପରେ କେତେ କଷ୍ଟରେ ଚଳୁଛନ୍ତି ଧନୁ...
ଏମିତି ପାଠ ପଢୁଛନ୍ତି ପିଲା। ସପ୍ତମ ଶ୍ରେଣୀରେ ପଢୁଛନ୍ତି ହେଲେ ସପ୍ତମ ବନାନ ଆସୁନି। ପିଲା ତ ପିଲା...ଖୋଦ୍ ମାଷ୍ଟରଙ୍କୁ ଜଣାନାହିଁ ଅଖଣ୍ଡ ସଂଖ୍ୟା କ’ଣ? ମୌଳିକ ଶବ୍ଦ ପତାରିବା ବେଳକୁ ପାଟି ଖନି ମାରିଯାଉଛି। ୪୯ ରୁ ୧୨ ଗଲେ ଆଉ କେତେ ରହିବ ତାହା ବି ଜାଣିନାହାନ୍ତି...ଆଉ ଏଇଠି ପିଲା ପଢିବେ କଣ? ଗଣଶିକ୍ଷା ମନ୍ତ୍ରୀ ସ୍କୁଲ ବୁଲୁଛନ୍ତି ହେଲେ ଏ ସ୍କୁଲର ପିଲାଙ୍କ ଭବିଷ୍ୟତ ହେବ କଣ? ଦେଖନ୍ତୁ ଓଟିଭି ରିଏଲଟି ଚେକ୍
ସେ ନାହାନ୍ତି...ମନ ମାନିବାକୁ ପ୍ରସ୍ତୁତ ନୁହେଁ। ତାଙ୍କର ଦମଦାର ଡାଇଲଗ୍କୁ ଖୋଜୁଛି ପେଣ୍ଡାଲ, ଖୋଜୁଛନ୍ତି ଦର୍ଶକ....ହେଲେ ସେ ନୀରବି ଯାଇଛନ୍ତି....ଏମିତି ଅଫେରନ୍ତା ରାଇଜକୁ ପଳାଇଲେ ଯେ, ଆଉ ଫେରିବେନି....
ମୋ ବୋଉଲେ...କି ଭିଡ଼...ଆଉ କାଳିଆର ଦୁଇ ବର୍ଷ ପରେ ଦର୍ଶନ ମିଳିଛି। ଦେଖୁନୁ, ନେତାମାନେ କେମିତି କାଳିଆ ପାଖରେ ଗୁହାରି କରିବାକୁ ଲଗାଇଲେଣି ଲମ୍ବା ଲାଇନ୍....ଆଲୋ ଆଲୋ...ଇଏ କଣ? ଗୋଟିଏ ମଂଚରେ ସବୁ ଦଳର ନେତା? ମଲା...ସମସ୍ତେ ତ ମିଶିକି ଜିତିବା ପାଇଁ ଡାକିଲେ ଜଗା ଶୁଣିବ କାହା କଥା?
ଓଲଟିଲା ବସ୍, ୧ ମୃତ । ରାୟଗଡ଼ାରେ ଗତକାଲି ବିଳମ୍ବିତ ରାତିରେ ବଡ଼ ଦୁର୍ଘଟଣା ।
ମଧ୍ୟାହ୍ନ ଭୋଜନ ଖାଇ ସାରିବା ପରେ ସମସ୍ତ ଛାତ୍ରୀ ଅସୁସ୍ଥ ହୋଇଥିବା ଆଶଙ୍କା କରାଯାଉଛି ।
ରାଗିଂ ହେଲେ ଚୁପ ନରହି ଅଭିଭାବକ ଓ କର୍ତ୍ତୃପକ୍ଷଙ୍କୁ ଜଣାନ୍ତୁ କହିଲେ ଶିକ୍ଷାବିତ୍ ।
ଯେଉଁ ବିଲରେ ଦିନେ ମାଟି ଫାଟି ଆଁ କରିଥିଲା, ଆଜି ସେଠାରେ ଅଚାନକ ପାଣି ଆଉ ଏହା ପରେ ସେଠାରୁ ଗ୍ୟାସ୍ ଭଳି ଜୋରରେ ପବନ ବି ବାହାରୁଛି।
ମଦ ପିଇ ଘରକୁ ଫେରିବେ, ରାତି ସାରା ମତେ ମାରିବେ। ସକାଳୁ ମୁଁ କେମିତି ତାଙ୍କୁ ଖାଇବା କି ଚା’ ଦେବି? କାହା ସାଙ୍ଗରେ କଥା ହେଲେ ସାଙ୍ଗେ ସାଙ୍ଗେ ସନ୍ଦେହ କରିବେ...ଏମିତି ସ୍ୱାମୀଙ୍କ ପାଖରେ ରହିବାକୁ ଚାହୁଁନାହାନ୍ତି ଶୈଳବାଳା। ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଏମିତି ବିବାଦ ହେଲା ଯେ, ଏବେ ଆଶାର ଆଲୋକ ମଞ୍ଚରେ ସ୍ୱାମୀ-ସ୍ତ୍ରୀ, ଦେଖନ୍ତୁ କେମିତି ହେଲା ସମାଧାନ?
ପ୍ରତି କଥାରେ ଆମେ ରାଜ୍ୟ ସରକାରଙ୍କୁ ଘେରାଉ କରୁ। ଆନ୍ଦୋଳନ ବେଳେ କିଏ କୋଉ କାମରେ ଯଦି ବ୍ୟସ୍ତ ଥିବ ତା’କୁ ନେଇ ରାଜନୀତି କରିବା ଠିକ୍ ନୁହେଁ। ବିଜେଡ଼ି ସହ ଲଢେଇ ହେବ, ବରାବର ହେବ...ଶୁଣନ୍ତୁ ଖୋଲାକଥାରେ ଆଉ କଣ ଖୋଲିକି କହିଲେ ବିଜେପି ନେତା ବିଷ୍ଣୁ ସେଠୀ...
ପୁଣି ଚର୍ଚ୍ଚାରେ କଲ୍ୟାଣସିଂହପୁରର କାସିମ୍ ଚାଚା । ଗରିବ ଭୋକିଲାଙ୍କୁ ଏଥର ଚିକେନ୍ ବିରିୟାନୀ ସହ ବାଣ୍ଟିଲେ ଜୋତା। କୁକୁଡ଼ା ମାଂସ ଦୋକାନ କରି ସପ୍ତାହକୁ ଥରେ ଭୋକିଲାଙ୍କୁ ଦେଉଛନ୍ତି ଖାଦ୍ୟ । କେତବେବେଳେ ଜୋତା ତ ପୁଣି କେତେବେଳେ ଛତା । ଧୋତି ଆଉ ଲୁଗା ବି ଦେଉଛନ୍ତି। କାସିମ୍ଙ୍କୁ ନେଇ ପୂରା ରାଜ୍ୟରେ ଏବେ ବଢିଲାଣି ଚର୍ଚ୍ଚା ।
ପୁଣି ଚର୍ଚ୍ଚାରେ କଲ୍ୟାଣସିଂହପୁରର କାସିମ୍ ଚାଚା। ଗରିବ ଭୋକିଲାଙ୍କୁ ଏଥର ଚିକେନ୍ ବିରିୟାନୀ ସହ ବାଣ୍ଟିଲେ ଜୋତା। କୁକୁଡ଼ା ମାଂସ ଦୋକାନ କରି ସପ୍ତାହକୁ ଏମିତି ଥରେ ଭୋକିଲାଙ୍କୁ ଦେଉଛନ୍ତି ଖାଦ୍ୟ...କେତବେବେଳେ ଜୋତା ତ ପୁଣି କେତେବେଳେ ଛତା...ଧୋତି ଆଉ ଲୁଗା ବି ଦେଉଛନ୍ତି। କାସିମ୍ଙ୍କୁ ନେଇ ପୂରା ରାଜ୍ୟରେ ଏବେ ବଢିଲାଣି ଚର୍ଚ୍ଚା, ଦେଖନ୍ତୁ ଏଇ ସ୍ୱତନ୍ତ୍ର ରିପୋର୍ଟ....
ପାଗଳ କରିଛି ପ୍ରକୃତି ପ୍ରେମ। ସହର ସାରା ବୁଲୁଛନ୍ତି....ନିଜ ଗାଡ଼ିରେ ଗଛ ଚାରା ରଖିଛନ୍ତି। ଟିକିଏ ଖାଲି ସ୍ଥାନ ଦେଖିଲେ ଚାରା ରୋପଣ ବି କରୁଛନ୍ତି। ଖାଲି ଗଛ ଲଗାଉଛନ୍ତି ତାହା ନୁହେଁ ବରଂ ନିଜ ପିଲାଙ୍କ ପରି ସେମାନଙ୍କ ଯତ୍ନ ବି ନେଉଛନ୍ତି। ଗ୍ରାଉଣ୍ଡ ଜିରୋରୁ ଦେଖନ୍ତୁ ଆମର ଏଇ ସ୍ୱତନ୍ତ୍ର ରିପୋର୍ଟ....