Advertisment

ବନ୍ଧୁକ ଟ୍ରିଗର୍‌ରୁ ଜେସିବି ଷ୍ଟିଅରିଂ, ମାଓକ୍ୟାମ୍ପ ଛାଡ଼ିବା ପରେ..

ଦିନେ ଏଇ ହାତରେ ଧରୁଥିଲେ ଗୋଳାବାରୁଦ ଆଉ ବନ୍ଧୁକ । ହେଲେ ଏବେ ଏଇ ହାତରେ ଧରୁଛନ୍ତି ଜେସିବି ଷ୍ଟିଅରିଂ। ବଣ ଜଙ୍ଗଲ ଛାଡ଼ି ଏବେ ଗାଁରେ ଚଳାଉଛନ୍ତି ଗାଡ଼ି ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Maoist

Maoist

ଦିନେ ହାତରେ ବନ୍ଧୁକ ଗୋଳାବାରୁଦ ଧରି ଜଙ୍ଗଲରେ ରାଜ୍‌ କରୁଥିଲେ। ଲାଲ୍‌ ସଲାମ କହି ଲୋକଙ୍କୁ ଧମକାଉଥିଲେ ତ କେତେବେଳେ ଜୀବନରୁ ମାରି ବି ଦେଉଥିଲେ । ହେଲେ ଏବେ ସମୟ ବଦଳିଛି, ପରିସ୍ଥିତି ବି ବଦଳିଯାଇଛି । ଯିଏ ଦିନେ ଜଙ୍ଗଲରେ ବୁଲି ବୁଲି ସରକାରୀ କାମକୁ ବିରୋଧ କରୁଥିଲେ ଆଜି ସିଏ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ପରେ ଜେସିବି ସହ ଟ୍ରାକ୍ଟର ଚଳାଇ ପରିବାର ପ୍ରତିପୋଷଣ କରୁଛନ୍ତି ।

Advertisment

ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ସରାପାଲି ପଞ୍ଚାୟତର ଧନୁ ଦେହୁରୀ । ଦିନେ ମାଓଗଡର ହାଡକୋର୍ଡ ମାଓବାଦୀ ନାଁରେ ବେଶ ପରିଚିତ ଥିଲେ ଧନୁ । ତାଙ୍କ ନାଁ ଶୁଣିଲେ ଭୟରେ ଥରୁଥିଲେ ଲୋକେ । ହେଲେ ଏବେ ସକାଳ ହେଲେ ତାଙ୍କ ସହ ଦେଖା କରିବାକୁ ଅନେକ ଲୋକ ଆସୁଛନ୍ତି । କାରଣ ଧନୁ ଏବେ ଗନ୍‌ ଚଲାଇବା ବଦଳରେ ଚଲାଉଛନ୍ତି ଜେସିବି ଓ ଟ୍ରାକ୍ଟର।

ତେବେ ମାଓବାଦୀରୁ ସିନା ମୁଖ୍ୟସ୍ରୋତକୁ ଫେରିଲେ କିନ୍ତୁ ସରକାରଙ୍କ କୌଣସି ଯୋଜନାରେ ସାମିଲ ହୋଇପାରିଲେ ନାହିଁ । ଏମିତିକି ଟଙ୍କା ଅଭାବରୁ ତିନିତିନୋଟି ପିଲା ପାଠ ପଢିପାରିଲେନି ବରଂ ବାହାର ରାଜ୍ୟକୁ ଯାଇ କାମ କରୁଛନ୍ତି । ସ୍ୱାମୀ ଗାଡି ଚଲେଇ ଯାହା ଟଙ୍କା ପାଉଛନ୍ତି ସେତିକିରେ କଷ୍ଟମଷ୍ଟେ ଆମେ ଚଳୁଛୁ ବୋଲି କହିଛନ୍ତି ଧନୁଙ୍କ ସ୍ତ୍ରୀ ଅଂଜଳୀ ଅଞ୍ଜଳି ଦେହୁରୀ ।

Advertisment

ପ୍ରକୃତରେ ଧନୁଙ୍କ ନାଁ ଏୟା ନୁହେଁ। ବାପା ମାଆ ଦେଇଥିଲେ ଭବାନୀ ଝାଙ୍କର। ଏମିତିକି ୨୦୦୨ରେ ସେ ୱାର୍ଡମେମ୍ବର ଭାବରେ ନିର୍ବାଚିତ ବି ହୋଇଥିଲେ। ପରେ କିନ୍ତୁ ୨୦୦୫ ମସିହାରେ ମାଓ ସଂଗଠନରେ ସାମିଲ ହୋଇଥିଲେ। ପରେ ୨୦୦୮ରେ ସେ ଗିରଫ ବି ହେଲେ। କିନ୍ତୁ ୭ ବର୍ଷ ପରେ ଅର୍ଥାତ୍‌ ୨୦୧୫ ମସିହାରେ ସେ ଜେଲରୁ ମୁକ୍ତି ପାଇଥିଲେ। ହେଲେ ସେଇ ପୁରୁଣା ରାସ୍ତାକୁ ନ ଆପଣାଇ ଶ୍ୱଶୁର ଘରେ ରହି ମୁଲମଜୁରୀ କଲେ। ପରେ ସମ୍ପର୍କୀୟଙ୍କ ସହଯୋଗରେ ଏବେ ଜେସିବି ଓ ଟ୍ରାକ୍ଟର ଚଲାଉଛନ୍ତି ଧନୁ। ତେବେ ଧନୁଙ୍କୁ ସରକାରୀ ସହାୟତା ନମିଳିଲେ ପରିବାର ଚଳାଇବା କଷ୍ଟକର ହୋଇ ପଡ଼ୁଛି ବୋଲି ଗାଁ ଲୋକ କହିଲେଣି ।

Maoist Special Story
Advertisment
Advertisment