• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନାଲି କାଇ ଚଟଣୀକୁ ମିଳିବ ଜିଆଇ ଟ୍ୟାଗ୍‌ ! ଏବେ ଏମିତି କିଛି ଆରମ୍ଭ ହୋଇଛି ଯୋଜନା । ନାଲି କାଇ ଚଟଣୀକୁ ସର୍ବୋଷଧି ମାନ୍ୟତା ଦେବା ପାଇଁ ବାରିପଦା ପିଡବ୍ଲୁଡ଼ି ସହକାରୀ ଯନ୍ତ୍ରୀଙ୍କ ଏକ ଚିଠିରେ ଆୟୁଷ ମନ୍ତ୍ରଣାଳୟ ଦେଇଥିବା ପ୍ରତିଉତ୍ତରରେ ଏକଥା ସ୍ପଷ୍ଟ ହୋଇଛି । ଦୀର୍ଘ ଦିନରୁ ରାଷ୍ଟ୍ରପତିଙ୍କ ସହ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କଠାରେ ଦାବି ହୋଇ ଆସୁଥିବା ଏହି ବିଷୟକୁ ଏବେ ଗୁରୁତର ସହ ନେଇଛି ଆୟୁଷ ମନ୍ତ୍ରଣାଳୟ ।

ଆୟୁର୍ବେଦ ବିଜ୍ଞାନର ସେଣ୍ଟ୍ରାଲ କାଉନସିଲ ଫର୍ ରିସର୍ଚ୍ଚକୁ ଏହି ଚଟଣୀର ବୈଜ୍ଞାନିକ ପରୀକ୍ଷା ପାଇଁ ଆୟୁଷ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି । ନିକଟରେ ଓୟୁଏଟି ଦ୍ୱାରା ହୋଇଥିବା ପରୀକ୍ଷାରେ ଏଥିରେ ପ୍ରୋଟିନ ଭରପୁର ମାତ୍ରାରେ ଥିବା ସହ କାଲସିୟମ୍, ଜିଙ୍କ, ମାଗ୍ନେସିୟମ, ସୋଡ଼ିୟମ ଥିବା ଜଣାପଡ଼ିଥିଲା । ତେଣୁ ମୟୂରଭଞ୍ଜ ନାଲି କାଇ ଚଟଣୀକୁ ସର୍ବୋଷଧି ମାନ୍ୟତା ମିଳିବ ବୋଲି ସମସ୍ତେ ଆଶାବାଦୀ ।

ଏଥର ଆସିବା ପୁରା କାହାଣୀକୁ । କ’ଣ ଏହି ନାଲି କାଇ ଚଟଣୀ । ଜଙ୍ଗଲରୁ ଖୋଜି ଖୋଜି ବାହାର କରାଯାଏ ନାଲି କାଇ । ଯେଉଁଠି ନାଲି କାଇ ବସା ମିଳୁଛି, ସେଠାରୁ ଆଦିବାସୀମାନେ ସଂଗ୍ରହ କରୁଛନ୍ତି କାଇ । ମୟୂରଭଞ୍ଜ  ଜିଲ୍ଲାରେ ବସବାସ କରୁଥିବା ବିଭିନ୍ନ ସମ୍ପ୍ରଦାୟର ଆଦିବାସୀ ଜନଜାତି ଲୋକେ ଜୀବିକା ନିର୍ବାହ କରିବାକୁ ଜଂଗଲ ଜାତ ଦ୍ରବ୍ୟ ଉପରେ ନିର୍ଭର କରନ୍ତି । କାସ, ଜ୍ୱର ଏବଂ ବିଭିନ୍ନ ସମସ୍ୟାରୁ ମୁକ୍ତି ପାଇଁ ଜଙ୍ଗଲରେ ଦେଖା ଯାଉଥିବା ନାଲି କାଇକୁ ସଂଗ୍ରହ କରନ୍ତି ।

ସାବଧାନର ସହ ଗଛ ପତ୍ରରେ ବସା ବାନ୍ଧିଥିବା କାଇ ବସାକୁ ଭାଙ୍ଗିଥାନ୍ତି । ଘରକୁ ନାଲି କାଇ ନେବା ପରେ ଶିଳପତାରେ ରସୁଣ, ଅଦା, ଧନିଆପତ୍ର, କଞ୍ଚଲଙ୍କା, ତେନ୍ତୁଳି, ଲୁଣ ସହ ମିଶାଇ ଚଟଣୀ କରିଥାନ୍ତି । ସେହି ଚଟଣୀକୁ ଏକ କାଚପାତ୍ରରେ ୬ ମାସରୁ ବର୍ଷେ ଯାଏଁ ଘୋଡ଼ାଇ ରଖାଯାଏ । ପ୍ରତିଦିନ ଖାଦ୍ୟରେ ଚଟଣୀ ଭଳି ଏହାକୁ ବ୍ୟବହାର ଦ୍ୱାରା ବିଭିନ୍ନ ସମସ୍ୟା ଦୂର ହୁଏ ବୋଲି ଦାବି ହୋଇଛି । ଏହାକୁ ଆଦିବାସୀମାନେ ଔଷଧ ଭାବେ ବ୍ୟବହାର କରିଥାନ୍ତି ।

ତେବେ ମୟୁରଭଞ୍ଜର ଏହି ନାଲି କାଇ ଚଟଣୀ କୁ ମିଳିପାରେ ଜିଆଇ ଟ୍ୟାଗ୍ । ଆଦିମ ଜନଜାତି ତଥା ଆଦିବାସୀଙ୍କ ଖାଦ୍ୟ ନାଲି କାଇ ଚଟଣୀକୁ ଏହି ଟ୍ୟାଗ୍ ଦେଇପାରନ୍ତି କେନ୍ଦ୍ର ସରକାର । ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାପଡିଛି । ଦୀର୍ଘ ଦିନରୁ ଏନେଇ ଦାବି କରିଆସୁଛନ୍ତି ଇଞ୍ଜିନିୟର ନୟାଧର ପାଢିଆଲ ।