/odishatv-khabar/media/post_attachments/uploadimage/library/16_9/16_9_0/Dengue_1657174162.jpg)
Dengue
ମଶା ରୋକିବ ଡେଙ୍ଗୁ । ଚିକନଗୁନିଆ ଓ ଡେଙ୍ଗୁ ନିୟନ୍ତ୍ରଣ ପାଇଁ ଚାଲିଥିବା ଗବେଷଣାରେ ବଡ଼ ସଫଳତା । ଏକ ନୂଆ ପ୍ରଜାତିର ମାଇ ମଶା ଜରିଆରେ ଡେଙ୍ଗୁ ଓ ଚିକନଗୁନିଆ ରୋଗକୁ ନିୟନ୍ତ୍ରଣ କରାଯାଇପାରିବ ବୋଲି ସୂଚନା ଦେଇଛି ଇଣ୍ଡିଆନ୍ କାଉନ୍ସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚ ବା ICMR ।
Advertisment
ପୁଡୁଚେରୀରେ ଆଇସିଏମ୍ଆରର ଭେକ୍ଟର କଣ୍ଟ୍ରୋଲ ରିସର୍ଚ୍ଚ ସେଣ୍ଟର ଏହି ନୂଆ ପ୍ରଜାତିର ମାଈ ମଶାକୁ ଡେଭଲପ୍ କରିଛି । ଏନେଇ ଏହାର ନିର୍ଦ୍ଦେଶକ ଡାକ୍ତର ଅଶ୍ୱିନୀ କୁମାର ସୂଚନା ଦେଇଛନ୍ତି । ଗଲା ୪ ବର୍ଷ ଧରି ଭେକ୍ଟର କଣ୍ଟ୍ରୋଲ ରିସର୍ଚ୍ଚ ସେଣ୍ଟର ଏସମ୍ପର୍କରେ ଗବେଷଣା ଜାରି ରଖିଥିଲା । ଏବେ ଗବେଷଣା ସରିଯାଇଛି । କିନ୍ତୁ ସରକାରଙ୍କ ଅନୁମତିକୁ ଅପେକ୍ଷା ରହିଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)