• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

President Draupadi Murmu To Visit Odisha On November 10
ନଭେମ୍ବର ୧୦ରେ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ରାଷ୍ଟ୍ରପତି ୧୦ ତାରିଖ ଦିନ ପୂର୍ବାହ୍ନରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ। ଏହାପରେ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ପୁରୀ ଯିବେ। 

viruska
ବିରାଟଙ୍କ ସଂପତ୍ତି ଜାଣିଲେ ଉଡ଼ିଯିବ ହୋସ୍... ଇନକମରେ ପଛରେ ନାହାଁନ୍ତି ଅନୁଷ୍କା...

ଏ ଦୁହେଁ ଯାହା କଲେ ଚର୍ଚ୍ଚାରେ ରହିଥାନ୍ତି। ସେତେବେଳେ ବିବାହକୁ ନେଇ ଥିଲେ ଚର୍ଚ୍ଚାରେ। ଏବେ ସଂପତ୍ତିକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି ବିରାଟ କୋହଲି ଓ ଅନୁଷ୍କା ଶର୍ମା। ଉଭୟଙ୍କ ପାଖରେ ଏତେ ଟଙ୍କା ଅଛି ଯେ, ଯାହାକୁ ଜାଣିଲା ପରେ ତାଜୁବ୍ ହୋଇଯାଇଛନ୍ତି ଫ୍ୟାନ୍...

Smart Stick
ପୋଲିସଙ୍କ ପାଇଁ ସ୍ମାର୍ଟ ଷ୍ଟିକ୍, ଚେକିଂ ବେଳେ ସହଜରରେ ଧରାପଡ଼ିବ ଚୋରି ସାମଗ୍ରୀ !

ଆଧୁନିକ ଯନ୍ତ୍ରପାତି ସାହାଯ୍ୟରେ ପ୍ରସ୍ତୁତ କରିଛନ୍ତି ସ୍ମାର୍ଟ ଷ୍ଟିକ୍ । ବେଆଇନ ଜିନିଷ ଚାଲାଣ ହେଲେ ସହଜରେ ଠାବ କରିହେବ ।

  • Saturday, 05 November 2022
  • Mohana
News Fuse
ମୁନ୍ନା ଭାଇ-ସୁର ଭାଇ ଡ୍ୟାନ୍ସ

ବାଟ ଛାଡ ଆସୁଛି ଆମ ସାହି ମେଢ। ଆମ ସାହି ମେଢରେ ସୁର ଅଜାଙ୍କ ଭିଡ। ଆଗକୁ ଦେଖ, ପଛକୁ ଦେଖ। ଗାଡି ଉପରେ ଚାଲିଛି ହାଇଭୋଲଟେଜ୍ ପ୍ରଚାର। ଏବେ ବାଟ ଛାଡ଼.

monkey
ନାକେଦମ କଲାଣି ମଦୁଆ ମାଙ୍କଡ, ଚୋରି କରି ପିଇ ଦେଉଛି ମଦ

ଢକ ଢକ କରି ମଦ ପିଉଛି ମାଙ୍କଡ। ଦୁଇ ହାତରେ ବୋତଲକୁ ଧରି ଆକଣ୍ଠ ପାନ କରି ଚାଲିଛି। ଏଇ ମାଙ୍କଡ ମଦ ଚୋରି କରୁଛି ବୋଲି ଥାନାରେ ଅଭିଯୋଗ ହୋଇଛି। ଭିଡିଓ ଭାଇରାଲ୍...

  • Saturday, 05 November 2022
  • Monkey
Engineer
ଚାଷ ପାଇଁ ପେଷା ବଦଳାଇଲେ ଇଞ୍ଜିନିୟର; ଭଲ ଆୟ ଦେଉଛି କୁକୁଡ଼ା ଚାଷ

ଭଲ ଚାକିରୀ ତ ଥିଲା କିନ୍ତୁ ଥିଲା ଅଧିକ ଟେନସନ । ଚାକିରିରୁ ଯେତିକି ମିଳୁଥିଲା ସଞ୍ଚୟ କରିବା ମୁସକିଲ୍ ହୋଇପଡ଼ୁଥିଲା ।କ’ଣ କରିବେ ଭାବି ଶେଷରେ ଇଲେକ୍ଟ୍ରିକାଲ ଇଞ୍ଜିନିୟର ଚାକିରୀ ଛାଡ଼ି ଗାଁକୁ ଆସିଲେ ।

Shopping Mall Fined Rs 25,000 For Charging Rs 6 As Carry Bag Price Without Informing Customer
ମାତ୍ର ୬ ଟଙ୍କାର କ୍ୟାରି ବ୍ୟାଗ୍‌ ପାଇଁ ୨୫ ହଜାର ଟଙ୍କା ଗଣିଲା ସପିଂ ମଲ୍‌

ମାତ୍ର ୬ ଟଙ୍କା ପାଇଁ ଗଣିଲେ ୨୫ ହଜାର ଟଙ୍କା। ଗ୍ରାହକଙ୍କୁ କ୍ୟାରି ବ୍ୟାଗ୍‌ ବିକ୍ରି କରିବାରୁ ଏକ ସପିଂ ମଲ୍‌ ଉପରେ ଏହି ଫାଇନ୍‌ ପଡ଼ିଛି।

boat maker
ଚନ୍ଦ୍ର ଗ୍ରହଣ ଲାଗୁଥିବାରୁ ବିକ୍ରି ହେଉନି ଡଙ୍ଗା

ଚନ୍ଦ୍ର ଗ୍ରହଣ ଲାଗୁଥିବାରୁ ଚିନ୍ତାରେ ଡଙ୍ଗା କାରିଗର। କାରଣ ରାତିରୁ ଉଠି ଡଙ୍ଗା ଭସାଇବାକୁ ନାପସନ୍ଦ କରୁଛନ୍ତି ଲୋକେ। ଫଳରେ କୌଳିକ ବୃତ୍ତିକୁ ବଞ୍ଚାଇବାକୁ ଶହେରୁ ୨ ଶହ ଡଙ୍ଗା ତିଆରି କରିଛନ୍ତି କାରିଗର...

 Jadugar Bhetghat 2022
ଯାଦୁଖେଳ ଦେଖାଇଲେ ୬୦ ଯାଦୁଗର

ଏକା ସାଙ୍ଗରେ ଯାଦୁଖେଳ ଦେଖାଇଲେ ଦେଶର ୬୦ ମେଜିକସିଆନ୍। ପ୍ରଶିକ୍ଷଣ ପରେ ଚମତ୍କାର ଯାଦୁ ଦେଖାଇଲେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ।

  • Friday, 04 November 2022
Homeless Man Feed A Thirsty Dog
ପାଖରେ ଫଟା ପାହୁଲା ନାହିଁ, ସମସ୍ତେ କହୁଛନ୍ତି ଦୁନିଆର ସବୁଠୁ ଧନୀ ମଣିଷ...ଦେଖନ୍ତୁ ଭିଡିଓ...

ଗରିବ ପାଖରେ ଦେଖାଯାଇଛି ମାନବିକତା। କିଏ କହୁଛି ଇଏ ହେଉଛି ପ୍ରକୃତ ଧନୀ ତ କିଏ କହୁଛି କେବଳ ଗରିବମାନେ ହିଁ ଅନ୍ୟମାନଙ୍କୁ ଖାଇବାକୁ ଦିଅନ୍ତି। ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

How to delete gmail messages in bulk on your mobile
Gmail ଆକାଉଣ୍ଟରୁ କିପରି ଏକାଧିକ ଅଦରକାରୀ ମେସେଜ୍ ଡିଲିଟ୍ କରିବେ

Gmai ଆକାଉଣ୍ଟରେ ଅଦରକାରୀ ବାର୍ତ୍ତା ଭର୍ତ୍ତି ହୋଇଗଲେ ଗୁଗୁଲ୍ ଡ୍ରାଇଭରେ ବହୁତ ସ୍ଥାନ ନେଇପାରନ୍ତି। ଏପରି ପରିସ୍ଥିତିରେ ଏ ସବୁକୁ ଏକାବେଳେ ଡିଲିଟ୍ କରିବାକୁ ଜାଣନ୍ତୁ ପ୍ରକ୍ରିୟା।

Elephant Attack
ଭାଗ୍ୟର ବିଡ଼ମ୍ବନା ! ବାପା, ମାଙ୍କ ଆଖି ଆଗରେ ଦୁଇ ପୁଅଙ୍କୁ ଦଳିଦେଲା ହାତୀ

ପୁଅଙ୍କୁ ରକ୍ଷାକରିବାକୁ ଯାଇ ମା ଗୁରୁତର, ବାପା ବି ଆହତ ।

Man Burn
ଭାଗ୍ୟରେ ଦୁଃଖ ଲେଖାଥିଲେ ମଣିଷ କରିବ ବା କ’ଣ ! ପଢ଼ନ୍ତୁ ଏହି ମାଆ ପୁଅଙ୍କ କାହାଣୀ..

ଦୃଷ୍ଟିବାଧିତ ମାଆର ପେଟପାଟଣା ପାଇଁ ଇଟା ଭାଟିରେ କାମ କରୁଥିଲା ପୁଅ । ଯାହା ଯେତିକି ଟଙ୍କା ରୋଜଗାର ହେଉଥିଲା ସେତିକିରେ ଚଳୁଥିଲା ପୁରା ପରିବାର । ପୁଅର ସୀମିତ ରୋଜଗାରରେ ବି ବେଶ୍‌ ଖୁସି ଥିଲା ମାଆ । ହେଲେ ଦୈବ ଯାହାର ଭାଗ୍ୟରେ ଦୁଃଖ ଲେଖିଥିବ ସିଏ କରିବ ବା କଣ ?

Tragic tales
ରେଲୱେର ଚାକିରି କରି ମାଆ ଧକ୍କା ଦେଇ ଘରୁ ବାହାର କରିଦେଲା ପୁଅ

ରେଳବାଇରେ ବଡ଼ ଅଫିସର ଅଛି ପୁଅ। ମାଆକୁ ପୋଷିବା ପାଇଁ କିନ୍ତୁ ଟଙ୍କା ନାହିଁ ତା’ ପାଖରେ...ପରିଣତ ବୟସରେ ମାଆଙ୍କୁ ଏମିତି ନିର୍ଯାତନା ଦେଲା ଯେ ଏବେ କାନ୍ଦିକାନ୍ଦି ଥାନାରେ ପହଞ୍ଚିଲା ମାଆ...

Bus Accident In Khorda
ଓଲଟିଲା ଯାତ୍ରୀବାହୀ ବସ୍‌, ଭୁବନେଶ୍ୱର ଆସୁଥିବା ବେଳେ ଦୁର୍ଘଟଣା...

 ଖୋର୍ଦ୍ଧା-ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥର ବାଘମାରୀ ନିକଟରେ ବସ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଗାଡ଼ି ଓଲଟି ପଡ଼ିବା ଯୋଗୁ ୧୨ଜଣ ଆହତ ହୋଇଛନ୍ତି। 

News Fuse
ପାରମ୍ପରିକ ବାଦ୍ୟ ନୃତ୍ୟ ସାଙ୍ଗକୁ ମୁଖାଧାରୀଙ୍କ ନାଚ

ଅଙ୍ଗଭଙ୍ଗୀ ସହ ମୁଖା ପିନ୍ଧି ସଲିଡ୍ ଡ୍ୟାନ୍ସ୍ କରୁଛନ୍ତି ବିଜେପି କର୍ମୀ। ବିଭିନ୍ନ ଅପରାଧିକ ମାମଲାକୁ ଢ଼ାଲ କରି ରାଜ୍ୟ ବିଜେପି ପକ୍ଷରୁ ନବୀନ ନିବାସ ଘେରାଉ ସମୟର ଦୃଶ୍ୟ

Dhabaleswar Temple
ଘଡ଼ିକି ଘଡ଼ି ବଦଳୁଛି ଧବଳେଶ୍ୱରଙ୍କ ଦର୍ଶନ ନିୟମ, ମନ ବୁଝେଇବାକୁ ଲାଗିବ ଏଲଇଡି

ଗଲା ୩୧ ତାରିଖରୁ ଲାଗି ରହିଛି ଧବଳେଶ୍ୱର ପୀଠରେ ଦର୍ଶନ ଦ୍ୱନ୍ଦ୍ୱ।

President draupadi Murmmu
ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ମହାମହିମ ଓଡ଼ିଶା ଗସ୍ତକୁ ନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ହୋଇଛି। 

Trinity Undergoes Purification As Blood Spill In Puri Jagannath Temple
ଶ୍ରୀମନ୍ଦିରରେ ରକ୍ତ ଛିଟା, ଶ୍ରୀଜିଉଙ୍କ ହେଲା ମହାସ୍ନାନ...

ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ମହାସ୍ନାନ। ଭିତର କାଠରେ ରକ୍ତ ଛିଟା ପଡ଼ିବାରୁ ଶ୍ରୀଜିଉଙ୍କ ମହାସ୍ନାନ ହୋଇଛି।

Bridge construction
୪ ବର୍ଷ ହେଲାଣି ପଡିପାରୁନି ଛାତ...ହଇରାଣ ହେଉଛନ୍ତି ଲୋକ

ବର୍ଷେ ନୁହେଁ କି ଦୁଇବର୍ଷ ନୁହେଁ ବରଂ ୪ ବର୍ଷ ହେଲାଣି ପଡିପାରୁନି ପୋଲ। ୪ କିଲୋମିଟର ରାସ୍ତାକୁ ୨୫ କିମି ବାଟ ବୁଲି ଯାଉଛନ୍ତି ଲୋକେ...ଗୁହାରି କରିବା ପରେ ବି ଶୁଣୁନି ପ୍ରଶାସନ

friendship
ସାଙ୍ଗ… ମୋ ଚପଲ ହଳକ ଟିକେ ସିଲେଇ ଦେ…

ବନ୍ଧତ୍ୱ ଆଗରେ ସବୁ ତୁଚ୍ଛ। ଅଭାବ ଅନଟନ ଦୁଃଖ ଦାରିଦ୍ରତା ସଦାବେଳେ ଲାଗି ରହିବ। ଆଜି ସୁଖ ଅଛି ତ କାଲି ଦୁଃଖ… ହେଲେ ବନ୍ଧୁତ୍ୱ ଏକ ସୀମାହୀନ ଅନ୍ତହୀନ ଆବେଗର ନାଁ… ବୌଦ୍ଧ ଜିଲ୍ଲାରୁ ଭେଟନ୍ତୁ ଏହି ଦୁଇ ବନ୍ଧୁଙ୍କୁ

Special Story
ମୋ ଘର ଟିକେ ଛାଣି କରିଦିଅ, ମତେ ଗୋଟେ ଟ୍ରାଇ ସାଇକେଲ ଦିଅ

ପୁଅ ଯାଇଛି ଦାଦନ ଖଟି, ସ୍ତ୍ରୀ ଯାଉଛି ମୂଲ ଲାଗି। ମୁଁ ଏଠି ଘର ପିଣ୍ଡାରେ ବସିଛି ମୋ ରୋଗକୁ ଧରି। ହେ ସରକାର ମତେ ଟିକେ ସାହାଯ୍ୟ କର। ନ ହେଲେ ମୋ ପରିବାର ଭାସିଯିବ…

Engineer
ଭଲ ଦରମା ନ ମିଳିବାରୁ ଛାଡ଼ିଦେଲେ ଚାକିରୀ, ଏବେ କୁକୁଡ଼ା ଚାଷରୁ ଲକ୍ଷପତି

ଭଲ ଚାକିରୀ ତ ଥିଲା କିନ୍ତୁ ଅଧିକ ଟେନସନ । ଦରମା ଯେତିକି ମିଳୁଥିଲା ସଞ୍ଚୟ କରିବା ମୁସକିଲ୍ ହୋଇପଡ଼ୁଥିଲା । କଣ କରିବେ ଭାବି ଶେଷରେ ଇଲେକ୍ଟ୍ରିକାଲ ଇଞ୍ଜିନିୟର ଚାକିରୀ ଛାଡ଼ି ଗାଁକୁ ଆସିଲେ । ଗାଁରେ ନିଜ ସ୍ୱପ୍ନର ବ୍ୟବସାୟ ଆରମ୍ଭ କଲେ । କୁକୁଡ଼ା ପାଳନ କରି ଭଲ ଦି ପଇସା ରୋଜଗାର ସହ ଅନ୍ୟ କିଛି ଯୁବକଙ୍କୁ ସ୍ୱାବଲମ୍ବୀ କରାଇ ପାରିଛନ୍ତି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ରାଇପୁରର ଯୁବ ଇଞ୍ଜିନିୟର ସୁଶାନ୍ତ ଖଟୁଆ

News Fuse
ଗୋଟେ ଭଲ ରକମ ଚାଲିଥିଲା, ତମେ କାଇଁ ଭାଙ୍ଗୁଣିଆ କଲ !

ଓଃ… ଠିକ୍ ମୌସମ ବେଳକୁ ତମେ ବିଗାଡି ଦେଲ ଆଉ। ଦର୍ଶକ ଆମର ନୋଟ୍ ଉଡେଇଲା ବେଳକୁ ତମେ ଚପଲ ମାଡ କରିଦେଲ ! ବୁଝିଲ ନାନି, ତମେ ଟିକେ ନରମି ଯାଇଥାଆନ୍ତ ନା ଆଉ, ଆମର ପା ଗୀତ ବାଜୁଥିଲା ନରମ ନରମ ନିଆଳି ଛେନା, ଗରମ ଗରମ ଖାଇବା ମନା… ତମେ ଏତେ କାଇଁ ଗରମ ହଉଥିଲ ବା

Special story
ଆମିଷ ଖାଇଲେ ଗୋଖର ମାରିବ ଚୋଟ

ଢେଙ୍କାନାଳ ଜିଲ୍ଲାର ଇଏ ଏମିତି ଏକ ଗାଁ, ଯେଉଁ ଗାଁରେ କେହି ଆମିଷ ଖାଆନ୍ତି ନାହିଁ। ଏମିତି କି ବାହାଘର ଭୋଜିରେ ବି ଆମିଷ ହୁଏ ନାହିଁ। ଏ ଗାଁକୁ ସେହି ଘରୁ ଝିଅ ବୋହୂ ହୋଇ ଆସନ୍ତି ଯେଉଁ ଘରେ କହେ ଆମିଷ ଖାଉ ନ ଥିବେ। ଆଉ ଏ ବିଶ୍ୱାସ ପଛର ରହସ୍ୟ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଦେଖନ୍ତୁ ଢେଙ୍କାନାଳ ଜିଲ୍ଲା ଭୁବନରୁ ଏ ରିପୋର୍ଟ।