Advertisment

ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ମହାମହିମ ଓଡ଼ିଶା ଗସ୍ତକୁ ନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ହୋଇଛି।

author-image
Chandan Shishu
ଅଦ୍ୟତନ ହୋଇଛି
President draupadi Murmmu

President draupadi Murmmu

୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ସେ ନିଜ ଜନ୍ମଭୂମି ଓଡ଼ିଶା ଆସୁଛନ୍ତି ୧୦ ତାରିଖ ସକାଳେ ଭୁବନେଶ୍ୱରରେ ପହଞ୍ଚିବା ପରେ ସେ ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ। ଅପରାହ୍ନରେ ଭୁବନେଶ୍ୱର ଫେରି ଆସିବେ। ରାଜଭବନରେ ସିଭିକ ରିସେପ୍ସନ୍ ହେବ।

Advertisment

ରାଜଭବନରେ ରାତ୍ରୀଯାପନ କରିବା ପରେ ୧୧ ତାରିଖରେ ଖଣ୍ଡଗିରି ତପୋବନ ହାଇସ୍କୁଲ, ୟୁନିଟ -୨ ସରକାରୀ ବାଳିକା ହାଇସ୍କୁଲ, କୁନ୍ତଳା କୁମାରୀ ସାବତ ଆଦିବାସୀ ଛାତ୍ରୀ ନିବାସ ପରିଦର୍ଶନ କରିବେ ରାଷ୍ଟ୍ରପତି। ପରେ ଜୟଦେବ ଭବନରେ ଓଡ଼ିଆ ଭାଷାର ଇଂଜିନିୟରିଂ ପୁସ୍ତକ, ଓଡ଼ିଆ ବୈଷୟିକ ଭାଷାକୋଷ, ବିବିଧ ଭାରତୀୟ ଭାଷାରେ ଜ୍ଞାନ ପୋର୍ଟାଲ ଇ କୁମ୍ଭ ଉନ୍ମୋଚନ କରିବେ।

ସେହି ଦିନ ଅପରାହ୍ନରେ ଭୁବନେଶ୍ୱର ବିମାନ ବନ୍ଦରରୁ ଦିଲ୍ଲୀ ଫେରିଯିବେ ରାଷ୍ଟ୍ରପତି। ତାଙ୍କର ଓଡ଼ିଶା ଗସ୍ତକୁ ନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ହୋଇଛି। ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ନିର୍ଦ୍ଧାରିତ ପ୍ରୋଟୋକଲ ପାଳନ ସହିତ କାର୍ଯ୍ୟକ୍ରମର ସମସ୍ତ ବ୍ୟବସ୍ଥାକୁ ତ୍ରୁଟିଶୂନ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Advertisment
President Of India Draupadi Murmu
Advertisment
Advertisment