• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବାପା, ମାଙ୍କ ଆଖି ଆଗରେ ଦୁଇ ପୁଅଙ୍କୁ ଦଳିଦେଲା ହାତୀ । ଝାରସୁଗୁଡ଼ା ବାଗଡିହି ରେଂଜ ଭଉଁରା ନିକଟରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।  ହାତୀ ଆକ୍ରମଣରେ ଦୁଇଜଣ ନାବାଳକଙ୍କ ମୃତ୍ୟୁ ହୋଇଛି । ସେମାନଙ୍କୁ ବଂଚାଇବାକୁ ଯାଇ ତାଙ୍କ ମାଆଙ୍କର ହାତ ଭାଙ୍ଗିଯାଇଥିବା ବେଳେ ବାପା ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ମୃତକମାନେ ସେମାନଙ୍କ ପରିବାର ସହ ଛତିଶଗଡ଼ ଅଂଚଳରୁ ଆସିଥିଲେ ବୋଲି ସୂଚନା ମିଳିଛି ।

ଅଧିକ ପଢ଼ନ୍ତୁ: ଟ୍ରେନ୍‌ ଲାଇନ୍‌କୁ ଯିବେନି ହାତୀ ! ବନ ବିଭାଗ ଲଗାଇଲା ହ୍ୟାଙ୍ଗିଂ ସୋଲାର ଫେନ୍ସିଂ ତାର

ସେହିଭଳି ଅନୁଗୁଳରେ ବି ଦେଖିବାକୁ ମିଳିଛି ହାତୀ ଆତଙ୍କ । ବଅଁରପାଳର କୁଲାଡ ପଂଚାୟତରେ ହାତୀ ଆତଙ୍କ ଦେଖାଯାଇଛି । ହାତୀ ଆକ୍ରମଣରେ ଜଣେ ବନରକ୍ଷୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ ବନରକ୍ଷୀଙ୍କ ନାଁ ଶରତ ଘଡେଇ । ସେ ଅନୁଗୋଳ ବନଖଣ୍ଡ ବିଭାଗରେ କାର୍ଯ୍ୟ କରୁଥିଲେ । ଶରତ  ଘଉଡାଇବାକୁ ଯାଇଥିବାବେଳେ ହାତୀ ଆକ୍ରମଣ କରିଥିଲା । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ବନବିଭାଗର ବରିଷ୍ଠ ଅଧିକାରୀ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇବା ସହ ଘଟଣାର ତଦନ୍ତ କରୁଛନ୍ତି । ସେପଟେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ସହ ସ୍ଥାୟୀ ଚାକିରି ଦାବିରେ ସ୍ଥାନୀୟ ଲୋକମାନେ ପ୍ରତିବାଦ କରିଛନ୍ତି ।