ଗତ ସୂର୍ଯ୍ୟୋପରାଗରୁ ଆରମ୍ଭ ଚିକେନ୍ ବିରିୟାନି ଖିଆ ବିବାଦ ଥମିବାର ନାଁ ନେଉନି । ଆସନ୍ତା ୮ ତାରିଖ ଚନ୍ଦ୍ରଗ୍ରହଣ ସମୟରେ ବି ଖାଦ୍ୟ ଭକ୍ଷଣ କରିବୁ ବୋଲି ହେତୁବାଦୀ ସଂଗଠନର ଦୃଢ଼ୋକ୍ତି ପରେ ତୀବ୍ର ପ୍ରତିବାଦର ଚେତାବନୀ ଦେଇଛି ଓଡ଼ିଶା ମନ୍ଦିର ସେବାୟତ ସଂଘ ।
ଆଉ ସହିବୁନି ସନାତନ ସଂସ୍କୃତିର ଅପମାନ । ବିଜ୍ଞାନ ନାଁରେ ଭ୍ରମ ସୃଷ୍ଟିକାରୀଙ୍କୁ ଛାଡ଼ିବୁନି । ଯେଉଁଠି ପରଂପରା ବିରୋଧୀ କାମ ହେବ, ସେଠି ପହଞ୍ଚି ଘଣ୍ଟ ପିଟିବୁ । ଭୁବନେଶ୍ୱରରେ ରାମମନ୍ଦିର ସମ୍ମୁଖରେ ଆଜି ଏମିତି ଢଙ୍ଗରେ ଚେତାଇଛି ଓଡ଼ିଶା ମନ୍ଦିର ସେବାୟତ ସଂଘ ।
ତଳିଆ ଅଞ୍ଚଳରେ ଘର ବୋଲି ଅସରାଏ ବର୍ଷା ହେଲେ ଘର ବୁଡ଼ି ପାଣି ଆଣ୍ଠୁଏ ହେଉଥିଲା। ଏବେ ସେ ଘର ଭୂତକୋଠି ହୋଇଗଲାଣି। ସେ ଘରର ଲୋକେ ଏବେ ବସ ଷ୍ଟାଣ୍ଡରେ ରହୁଛନ୍ତି। ଦେଖନ୍ତୁ ବାଲୁଗାଁରୁ ଏ ଅସହାୟ ପରିବାରର କାହାଣ
ବୁଝିଲୁରେ ନାରଣ, ଆମ ଲୋକ ଅଳ୍ପରେ ସନ୍ତୁଷ୍ଟ। ପଖାଳ ଭାତକୁ ଆଳୁ ଚକଟା ଟିକେ ହେଇଗଲେ ହେଲା। ରାତିରେ ନାଲପାଣି ଆଉ... କିଏ ପଚାରୁଛି କହିଲୁ। ନିର୍ବାଚନ ଆସିଲେ ନାଲିପାଣି ଫ୍ରି... ଭାଇ ଆମର ଚଢ଼େଇ ଦେଇଛନ୍ତି
UPI ତାହା କରିଦେଖେଇଛି ଯାହା କଳ୍ପନା କରିଥିଲା। ଦେଶର ଶେଷ ସୀମାରେ ଡିଜିଟାଲ ସେବା ପହଞ୍ଚିପାରିଛି। ଏହାକୁ ନେଇ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା କ’ଣ କହୁଛନ୍ତି ଆସନ୍ତୁ ଜାଣିବା।
ଆପଣ କେବେ ମଦ୍ୟ ଚା’ ବିଷୟରେ ଶୁଣିଛନ୍ତି କି? ଭାରତରେ ଏମିତି ଏକ ଜାଗା ଅଛି ଯେଉଁଠି ମିଳୁଛି ଏହି ଚା’। ଏହାର ନାଁ ରହିଛି ‘ଓଲ୍ଡ ମଙ୍କ୍ ଟି’। ଜାଣନ୍ତୁ କେଉଁଠି ମିଳୁଛି।
ମଡର୍ଣ୍ଣ ଦୁନିଆରେ ମରି ଯାଉଥିବା ମାନବିକତାର ଗଣ୍ଡା ଗଣ୍ଡା କାହାଣୀ ପ୍ରତ୍ୟେକ ଦିନ ଦେଖିବାକୁ ମିଳିଥାଏ। ଆଜି କିନ୍ତୁ ଏକ ଭଲ ଖବର ଆସିଛି ସୁନ୍ଦରଗୁଡ଼ରୁ। ଦେଖନ୍ତୁ, ମୃତକଙ୍କ ସମ୍ପର୍କୀୟମାନେ ସେମାନଙ୍କ ଦିବଂଗତ ଆତ୍ମୀୟଙ୍କ ଅସ୍ଥି ନେବାକୁ ନ ଆସିବାରୁ କେମିତି ମଶାଣି ବନ୍ଧୁମାନେ ସେହି ଅସ୍ଥିକୁ ସମ୍ମାନ ପୂର୍ବକ ପୂଜାବିଧି କରୁଛନ୍ତି। ଏହି ଅସ୍ଥି ସବୁ ପ୍ରୟାଗରାଜରେ ବିସର୍ଜନ ହେବ
ନିଆଁ ଆୟତ୍ତ ହେବା ପରେ ନୂଆ ଇଞ୍ଜିନ ଲଗାଯାଇଥିଲା । ପରେ ଟ୍ରେନ ଚଳାଚଳ ସ୍ୱାଭାବିକ ହୋଇଛି ।
ଦିନେ ମୁଢ଼ି ମୁଠେ ଖାଇବାକୁ ବି ମିଳୁ ନ ଥିଲା। ବାପା ମା ଚାଲିଗଲେ। ଅନାଥ ହୋଇଗଲେ। ମୂଲ ମଜୁରୀ ଲାଗି ବଞ୍ଚିଲେ। କିନ୍ତୁ, ପାଠପଢ଼ା ଛାଡ଼ି ନ ଥିଲେ। ଏବେ ଜୀବନ ବଦଳିଛି। 30 ଲକ୍ଷ ଟଙ୍କାର ଘର ତୋଳିଛନ୍ତି ଶେଷ କିସାନ। ଆଉ ଦିନ କେଇଟା ଗଲେ ହାତକୁ ଦି ହାତ ହେବେ
ରାଷ୍ଟ୍ରପତି ୧୦ ତାରିଖ ଦିନ ପୂର୍ବାହ୍ନରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ। ଏହାପରେ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ପୁରୀ ଯିବେ।
ଏ ଦୁହେଁ ଯାହା କଲେ ଚର୍ଚ୍ଚାରେ ରହିଥାନ୍ତି। ସେତେବେଳେ ବିବାହକୁ ନେଇ ଥିଲେ ଚର୍ଚ୍ଚାରେ। ଏବେ ସଂପତ୍ତିକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି ବିରାଟ କୋହଲି ଓ ଅନୁଷ୍କା ଶର୍ମା। ଉଭୟଙ୍କ ପାଖରେ ଏତେ ଟଙ୍କା ଅଛି ଯେ, ଯାହାକୁ ଜାଣିଲା ପରେ ତାଜୁବ୍ ହୋଇଯାଇଛନ୍ତି ଫ୍ୟାନ୍...
ଆଧୁନିକ ଯନ୍ତ୍ରପାତି ସାହାଯ୍ୟରେ ପ୍ରସ୍ତୁତ କରିଛନ୍ତି ସ୍ମାର୍ଟ ଷ୍ଟିକ୍ । ବେଆଇନ ଜିନିଷ ଚାଲାଣ ହେଲେ ସହଜରେ ଠାବ କରିହେବ ।
ବାଟ ଛାଡ ଆସୁଛି ଆମ ସାହି ମେଢ। ଆମ ସାହି ମେଢରେ ସୁର ଅଜାଙ୍କ ଭିଡ। ଆଗକୁ ଦେଖ, ପଛକୁ ଦେଖ। ଗାଡି ଉପରେ ଚାଲିଛି ହାଇଭୋଲଟେଜ୍ ପ୍ରଚାର। ଏବେ ବାଟ ଛାଡ଼.
ଢକ ଢକ କରି ମଦ ପିଉଛି ମାଙ୍କଡ। ଦୁଇ ହାତରେ ବୋତଲକୁ ଧରି ଆକଣ୍ଠ ପାନ କରି ଚାଲିଛି। ଏଇ ମାଙ୍କଡ ମଦ ଚୋରି କରୁଛି ବୋଲି ଥାନାରେ ଅଭିଯୋଗ ହୋଇଛି। ଭିଡିଓ ଭାଇରାଲ୍...
ଭଲ ଚାକିରୀ ତ ଥିଲା କିନ୍ତୁ ଥିଲା ଅଧିକ ଟେନସନ । ଚାକିରିରୁ ଯେତିକି ମିଳୁଥିଲା ସଞ୍ଚୟ କରିବା ମୁସକିଲ୍ ହୋଇପଡ଼ୁଥିଲା ।କ’ଣ କରିବେ ଭାବି ଶେଷରେ ଇଲେକ୍ଟ୍ରିକାଲ ଇଞ୍ଜିନିୟର ଚାକିରୀ ଛାଡ଼ି ଗାଁକୁ ଆସିଲେ ।
ମାତ୍ର ୬ ଟଙ୍କା ପାଇଁ ଗଣିଲେ ୨୫ ହଜାର ଟଙ୍କା। ଗ୍ରାହକଙ୍କୁ କ୍ୟାରି ବ୍ୟାଗ୍ ବିକ୍ରି କରିବାରୁ ଏକ ସପିଂ ମଲ୍ ଉପରେ ଏହି ଫାଇନ୍ ପଡ଼ିଛି।
ଚନ୍ଦ୍ର ଗ୍ରହଣ ଲାଗୁଥିବାରୁ ଚିନ୍ତାରେ ଡଙ୍ଗା କାରିଗର। କାରଣ ରାତିରୁ ଉଠି ଡଙ୍ଗା ଭସାଇବାକୁ ନାପସନ୍ଦ କରୁଛନ୍ତି ଲୋକେ। ଫଳରେ କୌଳିକ ବୃତ୍ତିକୁ ବଞ୍ଚାଇବାକୁ ଶହେରୁ ୨ ଶହ ଡଙ୍ଗା ତିଆରି କରିଛନ୍ତି କାରିଗର...
ଏକା ସାଙ୍ଗରେ ଯାଦୁଖେଳ ଦେଖାଇଲେ ଦେଶର ୬୦ ମେଜିକସିଆନ୍। ପ୍ରଶିକ୍ଷଣ ପରେ ଚମତ୍କାର ଯାଦୁ ଦେଖାଇଲେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ।
ଗରିବ ପାଖରେ ଦେଖାଯାଇଛି ମାନବିକତା। କିଏ କହୁଛି ଇଏ ହେଉଛି ପ୍ରକୃତ ଧନୀ ତ କିଏ କହୁଛି କେବଳ ଗରିବମାନେ ହିଁ ଅନ୍ୟମାନଙ୍କୁ ଖାଇବାକୁ ଦିଅନ୍ତି। ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।
Gmai ଆକାଉଣ୍ଟରେ ଅଦରକାରୀ ବାର୍ତ୍ତା ଭର୍ତ୍ତି ହୋଇଗଲେ ଗୁଗୁଲ୍ ଡ୍ରାଇଭରେ ବହୁତ ସ୍ଥାନ ନେଇପାରନ୍ତି। ଏପରି ପରିସ୍ଥିତିରେ ଏ ସବୁକୁ ଏକାବେଳେ ଡିଲିଟ୍ କରିବାକୁ ଜାଣନ୍ତୁ ପ୍ରକ୍ରିୟା।
ପୁଅଙ୍କୁ ରକ୍ଷାକରିବାକୁ ଯାଇ ମା ଗୁରୁତର, ବାପା ବି ଆହତ ।
ଦୃଷ୍ଟିବାଧିତ ମାଆର ପେଟପାଟଣା ପାଇଁ ଇଟା ଭାଟିରେ କାମ କରୁଥିଲା ପୁଅ । ଯାହା ଯେତିକି ଟଙ୍କା ରୋଜଗାର ହେଉଥିଲା ସେତିକିରେ ଚଳୁଥିଲା ପୁରା ପରିବାର । ପୁଅର ସୀମିତ ରୋଜଗାରରେ ବି ବେଶ୍ ଖୁସି ଥିଲା ମାଆ । ହେଲେ ଦୈବ ଯାହାର ଭାଗ୍ୟରେ ଦୁଃଖ ଲେଖିଥିବ ସିଏ କରିବ ବା କଣ ?
ରେଳବାଇରେ ବଡ଼ ଅଫିସର ଅଛି ପୁଅ। ମାଆକୁ ପୋଷିବା ପାଇଁ କିନ୍ତୁ ଟଙ୍କା ନାହିଁ ତା’ ପାଖରେ...ପରିଣତ ବୟସରେ ମାଆଙ୍କୁ ଏମିତି ନିର୍ଯାତନା ଦେଲା ଯେ ଏବେ କାନ୍ଦିକାନ୍ଦି ଥାନାରେ ପହଞ୍ଚିଲା ମାଆ...
ଖୋର୍ଦ୍ଧା-ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥର ବାଘମାରୀ ନିକଟରେ ବସ୍ଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଗାଡ଼ି ଓଲଟି ପଡ଼ିବା ଯୋଗୁ ୧୨ଜଣ ଆହତ ହୋଇଛନ୍ତି।
ଅଙ୍ଗଭଙ୍ଗୀ ସହ ମୁଖା ପିନ୍ଧି ସଲିଡ୍ ଡ୍ୟାନ୍ସ୍ କରୁଛନ୍ତି ବିଜେପି କର୍ମୀ। ବିଭିନ୍ନ ଅପରାଧିକ ମାମଲାକୁ ଢ଼ାଲ କରି ରାଜ୍ୟ ବିଜେପି ପକ୍ଷରୁ ନବୀନ ନିବାସ ଘେରାଉ ସମୟର ଦୃଶ୍ୟ