Advertisment

ନିଜ ପୁଅର ପିଲାର ମା’ ହେଲେ ୫୬ ବର୍ଷୀୟ ବୃଦ୍ଧା

ଆପଣ ନିଶ୍ଚୟ ଦେଖିଥିବେ କିମ୍ବା ଶୁଣିଥିବେ ମା ଏବଂ ଝିଅ ଏକତ୍ର ଗର୍ଭବତୀ ହେବାର ବା ଶାଶୁ ଏବଂ ବୋହୂ ଏକାବେଳେ ସନ୍ତାନ ପ୍ରସବ କରିବାର। ଆପଣଙ୍କ କାନ ଉଠିଲା ଦିନରୁ କେବେ ଶୁଣିଛନ୍ତି କି ଜଣେ ମହିଳା ନିଜ ପୁଅ-ବୋହୂର ସନ୍ତାନର ମା’ ହେବା କଥା। ତେବେ ଦେଖନ୍ତୁ…

author-image
Pramod Behera
ଅଦ୍ୟତନ ହୋଇଛି
 Surrogate Mother

56 year old grandmother gave birth to her own granddaughter

ଆପଣ ନିଶ୍ଚୟ ଅନେକ ଅଜବ କାହାଣୀ ବିଷୟରେ ଶୁଣିଥିବେ ଆଉ ଦେଖି ବି ଥିବେ। ଏସବୁ ଭିତରେ କେଉଁ କାହାଣୀ ଆପଣଙ୍କୁ ଆଶ୍ଚର୍ଯ୍ୟ କରିଥିବ ତ ପୁଣି କେଉଁ କାହାଣୀ ଆପଣଙ୍କ ହୃଦୟକୁ ଛୁଇଁ ଯାଇଥିବ। ବର୍ତ୍ତମାନ ସେମିତି ଏକ କାହାଣୀ ସାମ୍ନାକୁ ଆସିଛି।

Advertisment

ଅଧିକ ପଢ଼ନ୍ତୁ: ୨୩ ଲକ୍ଷ ଟଙ୍କା ଖର୍ଚ୍ଚ କରି ପୁଣି ମା’ ହେଲେ ଜେଜେମା’

ପୂର୍ବରୁ ଆପଣ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ଅନେକ ସରୋଗେସୀର କାହାଣୀ ପାଇଥିବେ। ଆଜି ଆମେ ଆପଣଙ୍କୁ ସେମିତି ଏକ ସରୋଗେସୀର କାହାଣୀ କହିବୁ ତାହା ଯେତିକି ଆଶ୍ଚର୍ଯ୍ୟଜନକ ସେତିକି ରୋଚକପୂର୍ଣ୍ଣ।

Advertisment

ଆପଣ ନିଶ୍ଚୟ ଦେଖିଥିବେ କିମ୍ବା ଶୁଣିଥିବେ, ଅନେକ ଥର ମା ଏବଂ ଝିଅ ଏକତ୍ର ଗର୍ଭବତୀ ହେବାର ଏବଂ ଏକା ସମୟରେ ସେମାନଙ୍କର ପ୍ରସବ ହେବାର। ଏମିତି କି ଦୁଇ ପିଢିକୁ ଏକାଠି ଜନ୍ମ ଦେବା ନେଇ ଅନେକ ସମୟରେ ଶାଶୁ ଏବଂ ବୋହୂ ମଧ୍ୟ ଏକାବେଳେ ସନ୍ତାନ ପ୍ରସବ କରିବା ଦେଖାଯାଏ। ଆଜି କିନ୍ତୁ ଆମେ ଆପଣଙ୍କୁ ଏମିତି ଏକ ନିଆରା କାହାଣୀ କହିବାକୁ ଯାଉଛୁ, ଯେଉଁଥିରେ ଜଣେ ମହିଳା ନିଜ ପିଲାର ଶିଶୁର ମା’ ହେବା ଦେଖାଯାଏ। ଏହା ମଧ୍ୟ କୁହାଯିବ ଯେ ଜେଜେମା’ ଗର୍ଭରୁ ନାତୁଣୀ ଜନ୍ମ।

ସାଧାରଣତଃ ଜଣେ ମା’ ନିଜ ପିଲାକୁ ଜନ୍ମ ଦେଇ ଲାଳନ ପାଳନ କରୁଥିବା ବେଳେ ଏହି ଖବର ନିଶ୍ଚିତ ଅଜବ ଲାଗୁଥିବ ଯେ ଜଣେ ମା’ କିପରି ନିଜ ପିଲାର ଝିଅର ମା’ ହେଲା! ଏହା ଅଜବ ଲାଗୁଥିଲେ ବି ସତ। ଆମେରିକାରେ ରହୁଥିବା ୫୬ ବର୍ଷିୟ ନୈନ୍ସୀ ହକ୍ ନିଜ ନାତୁଣୀକୁ ଜନ୍ମ ଦେ‍ଇ ସରୋଗେସୀ ମା’ ହୋଇପାରିଛନ୍ତି। ସରୋଗେସୀର ଏହି ମଜାଦାର ମାମଲା ଆମେରିକାର ୟୁଟାରେ ଚର୍ଚ୍ଚାର ବିଷୟ ହୋଇଛି ଯିଏ ସରୋଗେଟ୍ ହୋଇ ନିଜ ପୁଅ ଏବଂ ବୋହୂର ପିଲାକୁ ଜନ୍ମ ଦେଇଛନ୍ତି।

ଆମେରିକାର ସାପ୍ତାହିକ ପତ୍ରିକା ଦି ପିପୁଲ୍ ଅନୁଯାୟୀ, ଜଣେ ମହିଳାଙ୍କ ବୋହୂ ହେଷ୍ଟେରେକ୍ଟୋମି (ଗର୍ଭାଶୟର ସବୁ କିମ୍ବା କିଛି ଅଂଶ ବାହାର କରିବା ପାଇଁ ଏକ ସର୍ଜିକାଲ୍ ଅପରେସନ୍) ପରେ ପ୍ରସବ କରିବାରେ ଅସମର୍ଥ ହୋଇଥିଲେ। ଆମେରିକୀୟ ଆଉଟଲେଟ୍ ଅନୁଯାୟୀ, ପତ୍ନୀଙ୍କର ଏକ ଅସ୍ତ୍ରୋପଚାର କରାଯାଇଥିଲା ଯାହା ଫଳରେ ତାଙ୍କୁ ହେଷ୍ଟେରେକ୍ଟୋମିର ସମ୍ମୁଖିନ ହେବାକୁ ପଡିଥିଲା। କାରଣ ସେମାନଙ୍କ ପାଖରେ ଅନ୍ୟ କୌଣସି ବିକଳ୍ପ ନଥିଲା।

Ajab Gajab Surrogate Mother
Advertisment
Advertisment