ମୋ ପେପର୍ ଦେଲେ ମୁଁ ତଳକୁ ଓହ୍ଲାଇବି। ନହେଲେ ଏଇ ଟାୱାର ଉପରେ ବସିବି...ନିର୍ବାଚନ ଲଢିବାକୁ ନେଇ ହାଇଡ୍ରାମା
କୁକୁର କାମୁଡା କଳିରୁ ମହାଭାରତ ପରେ ପ୍ରଶୁପ୍ରେମୀଙ୍କ ପାଇଁ ବଢିଲା ଅଡୁଆ । ଏଣିକି ରାଜଧାନୀରେ କେହି ପଶୁପ୍ରେମୀ ଘରେ କୁକୁର କିମ୍ବା ଅନ୍ୟ ଗୃହପାଳିତ ପଶୁ ରଖିଲେ, ମାନିବେ ବିଏମସିର ଗାଇଡଲାଇନ୍ସ । ବିଏମସି ଖୁବଶୀଘ୍ର ଆଣିବାକୁ ଯାଉଛି ଏ ସମ୍ପର୍କୀତ ନିୟମାବଳି ।
ଆନିମଲ ୱେଲଫେୟାର ବୋର୍ଡ ଅଫ୍ ଇଣ୍ଡିଆର ନିର୍ଦ୍ଦେଶ ଅନୁସାରେ ଦିଲ୍ଲୀ, ମୁମ୍ବାଇ, ଚଣ୍ଡିଗଡ, ବେଙ୍ଗାଲୁରୁ, କୋଚି ଭଳି ଅନେକ ସହରରେ ପେଟ୍ ଆନିମଲ ଗାଇଡଲାଇନସ କାର୍ଯ୍ୟକାରୀ ହେଉଛି । ଏସବୁ ସହରର ପ୍ରଚଳିତ ନିୟମକୁ ନେଇ ମଧ୍ୟ ସମୀକ୍ଷା କରୁଛି ବିଏମ୍ସି ।
ମଣିଷର ମୁର୍ଖାମୀ ପାଇଁ ଷଣ୍ଢ ପାଟିରେ ପଶିଲା ଟିଣ ଡବା। ୪ ଦିନ ହେଲଣି କିଛି ଖାଉନି...ଏ ଗଳିରୁ ସେ ଗଳିକୁ ଦାଣ୍ଡିଆ ମାରୁଛି। ବହୁ କଷ୍ଟରେ ବନ୍ଧା ହେବା ପରେ ପାଟିରୁ ବାହାରିଲା ଡବା...କ୍ଷତ କଷ୍ଟକୁ ନେଇ ବୁଲୁଛି ଷଣ୍ଢ
ଚାଷୀଙ୍କ ଚିନ୍ତା ବଢାଇଲା ଏଲଇଡି ଲାଇଟ୍। ରାସ୍ତା କଡ ବିଲରେ ଧାନ ଗଛରେ ଆସୁଛି କେଣ୍ଡା...ଖୁଣ୍ଟରେ ଲାଗିଛି ଅଖା ଆଉ କପଡା...ଏଇ ଲାଇଟ୍ ପାଇଁ ଆମେ ବି ଦିନେ ଉପବାସରେ ରହିବା !!
EMI ଋଣ ସଠିକ୍ ଟାଇମ୍ରେ ନଦେଲେ ତାହା ଆପଣଙ୍କୁ ଭବିଷ୍ୟତରେ ମହଙ୍ଗା ସାବ୍ୟସ୍ତ ହୋଇପାରେ ।
ଲାଇଟ୍ ସବୁ ଘୋଡା ହେବା ପଛର ସତ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଆଉ କହିବେ ଲାଇଟ୍ ପାଇଁ ଆମେ ଦିନେ ଉପବାସରେ ରହିବା ।
ଆଇନଜୀବୀଙ୍କ ପାଇଁ ଆଜି ରାସ୍ତା କଡରେ ଏମିତି ବସି କଇଁ କଇଁ କାନ୍ଦୁଛନ୍ତି ସେହି ବୁଢୀ ମାଆ ।
ଲୋକଙ୍କୁ ଯେଉଁଠି ସହାୟତା ମିଳିବା କଥା ସେଠି କିଛି ଲୋକେ ଜାଣିଶୁଣି ୧୦୮ ନମ୍ବରକୁ କଲ୍ କରି ଟେଲି କଲର୍ଙ୍କ ସହ ଇଆଡ଼ୁ ସିଆଡ଼ୁ ଗପିବା ସହ ଅଶ୍ଲୀଳ ଭାଷାରେ ଗାଳି ଗୁଲଜ୍ କରୁଛନ୍ତି।
ଗତକାଲି ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆଙ୍କ ପରଲୋକ ହୋଇଛି। ରାଷ୍ଟ୍ରଦୂତ ଭାବେ କାର୍ଯ୍ୟ କରି ବେଶ୍ ସୁନାମ ଅର୍ଜନ କରିଥିଲେ।
ଅଜବ ଛେଳି ଛୁଆର ଜନ୍ମ। ଏହାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା। ଛେଳିଟି ମାନବ ଚେହେରା ଥିବା ପିଲା ଜନ୍ମ ଦେଇଛି। ଲୋକେ ଏହାକୁ ଚମତ୍କାର ଭାବୁଛନ୍ତି।
କୋର୍ଟଙ୍କ ନିଷ୍ପତ୍ତି ନଆସିଲା ଯାଏଁ କୁକୁର ଆଉ ତପସ୍ୱିନୀ ସୋସାଇଟିକୁ ଫେରିପାରିବନି ।
୧୦ ମାସ ଗର୍ଭରେ ଧରି ଯାହାକୁ ଜନ୍ମ ଦେଇଥିଲା, ତାହାର ଜୀବନ ଯେତେବେଳେ ଗଲା ସେତେବେଳେ ମାଆର ଅବସ୍ଥା କଣ ହେଉଥିବ ଥରେ ଚିନ୍ତା କରନ୍ତୁ ।
ଭାଇରାଲ୍ ହେଉଛି ଏକ ମଜାଦାର ଭିଡିଓ। ଗୋଟିଏ ସାଇକେଲ୍ରେ ୯ ଜଣ ପିଲା ଲଦାଲଦି ହୋଇଯାଉଛନ୍ତି। ଜଣେ ସାଇକେଲ କ୍ୟାରିୟର୍ରେ ବସିଥିବା ବେଳେ ଜଣେ କାନ୍ଧରେ ଓହଳିଛନ୍ତି, ଆଉ କେହି ସାଇକେଲ୍ ଆଗ ରଡ୍ରେ ତ ଆଉ କେହି ଆଗ ଚକରେ ବସିଥିବା ଦେଖାଯାଏ। ଦେଖନ୍ତୁ ଏହି ଭିଡିଓ…
କାନ୍ଦୁଛନ୍ତି ଓ ନିଜର ଦୁଃଖକୁ ପ୍ରକାଶ କରୁଛନ୍ତି ‘ଗ୍ରାଜୁଏଟ୍ ଚାଆବାଲୀ’। ବିହାରର ବାସିନ୍ଦା ପ୍ରିୟଙ୍କା ଗୁପ୍ତା ଏକ ଚା’ ଷ୍ଟଲ୍ ଖୋଲିଥିଲେ। ଏହି ଚା’ ଦୋକାନର ନାମ ହେଉଛି ‘ଗ୍ରାଜୁଏଟ୍ ଚାଆବାଲୀ’। ଝିଅମାନଙ୍କର ସୀମା କେବଳ ରୋଷେଇ ଘର ବୋଲି ସେ କହିଛନ୍ତି। ପୂରା ଖବର ଜାଣିବା ପାଇଁ ଦେଖନ୍ତୁ…
ହାତୀ ମୃତ୍ୟୁ ରୋକିବା ଲାଗି ପ୍ରସ୍ତୁତ କରାଯାଇଥିବା ଆକ୍ସନ ପ୍ଲାନ୍କୁ ଆସନ୍ତା ଡିସେମ୍ବର ସୁଦ୍ଧା ପୂର୍ଣ୍ଣାଙ୍ଗ ରୂପ ଦିଆଯିବ। ବିଦ୍ୟୁତ୍ ଆଘାତ ଜନିତ ହାତୀ ମୃତ୍ୟୁ ଏବଂ ରେଳ ଦୁର୍ଘଟଣା ଜନିତ ହାତୀ ମୃତ୍ୟୁ ରୋକିବା ପାଇଁ ଉଦ୍ୟମ କରାଯିବ।
ଓକିଲମାନେ ତୁରନ୍ତ ଆନ୍ଦୋଳନ ପ୍ରତ୍ୟାହାର ନକଲେ ସେମାନଙ୍କ ଲାଇସେନ୍ସ ରଦ୍ଦ ପାଇଁ ଚେତାବନୀ ଦିଆଯାଇଥିଲା।
ବାପା ଯାହା ଯେତିକି ରୋଜଗାର କରୁଥିଲେ ସେତିକିରେ ପରିବାର ଚଳୁଥିଲା । ଆଉ ଦିବ୍ୟାଙ୍ଗ ଝିଅର ପାଠ ପଢା ବି ହେଉଥିଲା । ହେଲେ ଏବେ ତାହା ସବୁ ସ୍ୱପ୍ନ ପାଲଟିଯାଇଛି ।
ଏହି ପ୍ରଶ୍ନ ବର୍ଷ ବର୍ଷ ଧରି ଲୋକଙ୍କ ମନରେ ରହିଛି । ଯାହାର ଉତ୍ତର ସେମାନଙ୍କୁ ଏଯାଏଁ ମିଳିନଥିବ ।
ହେ ସରକାର ମୋ ହାତ ଦୁଇଟା ଲଗାଇ ଦିଅ। ମୁଁ ପାଠ ପଢିବି, ସାଙ୍ଗଙ୍କ ସହ ଖେଳିବି। ହାତ ପାଇଁ ସରକାରଙ୍କ ପାଖରେ କାନ୍ଦି କାନ୍ଦି ଗୁହାରି କରୁଛି କୁନି ପୁଅ
ସାମୁଦ୍ରିକ ସୀମାରେ ଆତଙ୍କି ଅନୁପ୍ରବେଶ ରୋକିବା ଉଦ୍ଦେଶ୍ୟରେ ଏହା ଏକ ପ୍ରସ୍ତୁତି ଅଭ୍ୟାସ ।
ଶହ ଶହ କାନ୍ଧି କଦଳୀ ବିକ୍ରି ସରିଲାଣି.. ଡିସେମ୍ବର ସୁଦ୍ଧା ଥାଇଲାଣ୍ଡ କୋଳି ବିକ୍ରି ପାଇଁ ବାହାରିବ.. ଭଳିକି ଭଳି ଚାରା ଲାଗିଛି ଆଗକୁ ଫଳ, ଫୁଲ ଧରିବ.. ସବୁଠୁ ବଡ଼ କଥା ଏ ସବୁ ସୁନାର ଫସଲ ପଛରେ କେହି ଅଭିଜ୍ଞ ଚାଷୀ ନୁହେଁ.. ବରଂ ଅଛି ୟୁଟ୍ୟୁବ୍ ମାଷ୍ଟର..
ପ୍ରେମ କରି ବିବାହ କଲେ, ଘରେ ଏବେ କିନ୍ତୁ ପଶିପାରୁନି ବୋହୂ। ଶାଶୂଘର ଲୋକ କହୁଛନ୍ତି ବାପଘରୁ ୩ ଲକ୍ଷ ଟଙ୍କା ଆଣିବା ପରେ ଜାତି ହେବୁ, ପରେ ଆମ ଘରେ ପଶିବୁ...ସେପଟେ ସ୍ୱାମୀର ଦ୍ୱିତୀୟ ବିବାହ ଖବର ପାଇବା ପରେ ଧାରଣାରେ ବସିଲାଣି ସ୍ତ୍ରୀ
ଇଲୋ ହେଇ..ବୋଇତରୁ ଓହ୍ଲାଇ ନେତାଗଣ କଣ ଅଟୋରେ ବସିଲେଣି.. ଆଗରେ ପଛରେ ଓଟୋ ଘୋଡ଼ା ଚାଲୁଛନ୍ତି..ସତରେ ନାରଣ ମୋ ଦିଲ୍ ପୂରା ଗାର୍ଡେନ୍ ଗାର୍ଡେନ୍ ହେଇଗଲା..
ଓଟିଭି ଇଂଲିଶ ଚ୍ୟାନେଲକୁ ୟୁଟ୍ୟୁବ ପକ୍ଷରୁ ସିଲଭର ପ୍ଲେ ବଟନ୍ ପୁରସ୍କାର ପ୍ରଦାନ କରାଯାଇଛି