• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରାସ୍ତାରେ ଲାଗିଛି ଏଲଇଡି ଲାଇଟ୍‌ । ଆଉ ସେଥିରେ ଗୁଡ଼ା ହୋଇଛି କପଡ଼ା । ଯାହାକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ । ଆଉ ମନରେ ପ୍ରଶ୍ନ ଆସିବ ଏଲ୍‌ଇଡି ଲାଇଟ୍‌ରେ କାହିଁକି ଗୁଡ଼ାଯାଇଛି କପଡ଼ା । ରାସ୍ତା ଆଲୋକିତ ପାଇଁ ତ ଲାଇଟ୍‌ ଲାଗିଛି ହେଲେ ତାକୁ ଘୋଡାଇଛି କିଏ ? ଏହି ଲାଇଟ୍‌ ସବୁ ଘୋଡା ହେବା ପଛର ସତ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଆଉ କହିବେ ଲାଇଟ୍‌ ପାଇଁ ଆମେ ଦିନେ ଉପବାସରେ ରହିବା ।

ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ନୀଳଗିରି ଅଂଚଳରେ । ଭାଲୁ ଯିବାଆସିବା କରୁଥିବାରୁ ରାସ୍ତାରେ ଏମିତି ପ୍ରଶାସନ ପକ୍ଷରୁ ଲାଇଟ୍‌ ଲଗାଯାଇଛି । ହେଲେ ସେଇ ଲାଇଟ୍‌ ପାଇଁ ଆଜି ମୁଣ୍ଡରେ ହାତ ଦେଇ କଇଁକଇଁ କାନ୍ଦୁଛି ଚାଷୀ । ରାସ୍ତା କଡରେ ଲାଇଟ ଜଳୁଥିବା କାରଣରୁ ଧାନ ଗଛରେ କେଣ୍ଢା ବାହାରୁ ନାହିଁ କି ଥୋଡ଼ ବି ଆସୁନି । ଲାଇଟ୍ ପଡୁଥିବା ଗଛରେ ଧାନ ହେଉନଥିବା ବେଳେ ଅନ୍ଧାର ଥିବା ଗଛରେ ଧାନ କେଣ୍ଡା ଧରିଲାଣି ।

ଫସଲ ଅମଳ ନହେଉଥିବା କାରଣରୁ ଖୁଂଟରେ କିଏ କିଏ ଅଖା କିମ୍ବା କପଡା ଘୋଡାଇ ରଖିଛି । ଆଉ ଆଶା ରଖିଛି ଫସଲ ଆସିବ ବୋଲି । ହେଲେ ଲାଇଟ୍‌ ପଡୁଥିବା କାରଣରୁ ଫସଲ ଆସିବାର ନା ଧରୁନି । ଯାହାକୁ ନେଇ ଚିନ୍ତାରେ ଚାଷୀ । ସ୍ଥିତି ଏମିତି ହେଲାଣି ଯେ ଅଧିକାଂଶ ରାସ୍ତା କଡ଼ ଜମିରେ ଚାଷ କରୁନାହାନ୍ତି ଲୋକେ । ଆଉ କହୁଛନ୍ତି ରାସ୍ତା କଡରେ ଲାଇଟ୍‌ ଜଳିଲେ ଆମର ଫସଲ ହେବନି । ବେକାର ପରିଶ୍ରମ କରି ଲାଭ କଣ ? ଏ ସମସ୍ୟା ଆଜିର କି କାଲିର ନୁହେଁ ବରଂ ବର୍ଷ ବର୍ଷର । ଅନେକ ଚାଷୀ ଫସଲ ପାଇଁ ରାସ୍ତା କଡରେ ଥିବା ଷ୍ଟ୍ରିଟ୍‌ ଲାଇଟକୁ ଢାଙ୍କିଦେଇଛନ୍ତି । କିନ୍ତୁ ଟିକିଏ ଲାଇଟ୍‌ ପଡିଲେ ଫସଲ ଆସୁନି । ଯାହାକୁ ନେଇ ଚିନ୍ତାରେ ଚାଷୀ ।

ସେପଟେ ଏହି ସମସ୍ୟା ସମ୍ପର୍କରେ ଏନଏସି ଅଧିକାରୀଙ୍କୁ ସାକ୍ଷାତ୍‌ କରି ସବୁ ବଖାଣିଛନ୍ତି ଚାଷୀ । ଯାହା ଫଳରେ କିଛିଦିନ ହେଲା ରାସ୍ତା କଡରୁ ଲାଇଟ୍‌ କଟାଯାଇଛି । ହେଲେ ଏବେ ବି ଲାଇଟ୍‌ର ପ୍ରଭାବ ରହିଛି । ଆଉ ଏଯାଏଁ ଧାନ କେଣ୍ଢା ଧରିନି । ଯାହାକୁ ନେଇ ଚିନ୍ତାରେ ଚାଷୀ । ତେବେ ଲାଇଟ୍‌ ପଡିଲେ ଧାନ କେଣ୍ଢା ଆସୁନଥିବା କାରଣରୁ ଏବେ ଚିନ୍ତାରେ ରାସ୍ତା କଡର ଚାଷୀ ।

(ରିପୋର୍ଟ- ବିଶ୍ୱମ୍ବର ଦାସ, ନୀଳଗିରି)