• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ରାଜଧାନୀ ରେ କୁକୁର କାମୁଡ଼ା କଳି ଉଗ୍ରରୂପ ନେବା ପରେ ଭୁବନେଶ୍ୱର ମହାନଗର ନିଗମର କଡା ନିୟମ । ଏଣିକି ପେଟ୍ ଆନିମଲ୍ ରଖିଲେ ନେବାକୁ ପଡିବ ବିଏମସି ର ଅନୁମତି । ବିଏମସିରେ କରିବାକୁ ପଡିବ ପଞ୍ଜିକରଣ । ଏନେଇ ଆସନ୍ତା ସପ୍ତାହ ସୁଦ୍ଧା ପେଟ୍ ଆନିମଲ ଗାଇଡଲାଇନସ ଲାଗୁ ହେବ ବୋଲି ବିଏମସି କମିଶନର ସୂଚନା ଦେଇଛନ୍ତି ।

ପେଟ୍‌ ରଖିବା ପାଇଁ ଘରେ ସୁସ୍ଥ ବାତାବରଣ ଅଛି କି ନାହିଁ ସେ ନେଇ ତଦାରଖ କରାଯିବ । ଭାକ୍ସିନେସନ୍‌ ସହ ଡାକ୍ତର ପରାମର୍ଶ ନେଇ ପେଟ୍ ଆନିମଲ ରଖିବାକୁ ମିଳିବ ଅନୁମତି । ଆପଣଙ୍କ ଆନିମଲ ଅନ୍ୟଙ୍କୁ ଯେଉଁଭଳି କ୍ଷତି ନ ପଂହଚାଏ ସେଥିପାଇଁ ଅଣ୍ଡରଟେକିଙ୍ଗ ଲେଖି ଦେବାକୁ ପଡିବ ।

ସେପଟେ ବିଏନସିର ଏ ନିଷ୍ପତ୍ତିକୁ ନାପସନ୍ଦ କରିଛନ୍ତି ପୂର୍ବତନ ସାଂସଦ ତଥାଗତ ଶତପଥୀ । ବିଏମସି ଏପରି କାହିଁକି କରୁଛି ସେ ଜାଣିନାହାଁନ୍ତି , ଯଦି କିଛି ଘଟଣା ହୋଇଥିବ ତାହେଲେ ସେଟା ବ୍ୟକ୍ତିଗତ ଘଟଣା ହୋଇଥିବ । ସେ କୁକୁର ପାଳି ପାରିନଥିବେ । କୁକୁର, ବିଲେଇ ମାଲିକର ଆଇନା ବୋଲି ତଥାଗତ କହିଛନ୍ତି ।

ସୂଚନାଯୋଗ୍ୟ ନଭେମ୍ବର ୬ ତାରିଖ ଭୁବନେଶ୍ୱର ତପସ୍ୱିନୀ କଲୋନୀରେ ସୁଚେତାଙ୍କ ୮ ବର୍ଷର ପୁଅ ଅର୍ଜୁନ ସାଇକେଲ ଚଳାଉଥିବା ବେଳେ ଏକ କୁକୁର ଉପରେ ସେ ପଡିଯାଇଥିଲା । ଆଉ ତା’ପରେ କୁକୁରଟି ମାଲିକଙ୍କ ହାତରୁ ଖସିଯାଇ ଆକ୍ରମଣ କରିଥିଲା ଅର୍ଜୁନ ଉପରେ । ତାକୁ କାମୁଡି ରକ୍ତାକ୍ତ କରିଦେଇଥିଲା । କୁକୁର କବଳରୁ ଅର୍ଜୁନକୁ କେୟାରଟେକର ଉଦ୍ଧାର କରିଥିଲେ ବି ସୁସ୍ଥ ହେବାକୁ ନାବାଳକକୁ ଆଇସିୟୁରେ ଭର୍ତ୍ତି କରିବାକୁ ପଡିଥିଲା । ତେବେ ଏହା ପର ଠାରୁ ବିବାଦ ଆରମ୍ଭ ହୋଇଛି ।

ଆଉ ଏହି ଘଟଣାର ୧୦ ଦିନର ତୁତୁ ମେମେ ପରେ କଲୋନୀ ଛାଡିଛି କୁକୁର । କୁକୁର ସିଜରକୁ ଗତକାଲି ଡଗ୍ କେୟାର ସେଣ୍ଟର ପଠାଯାଇଛି । ସେଠାରେ ତାର ଚିକିତ୍ସା କରାଯିବ । ସିଜରକୁ ପାଖରେ ରଖିବାକୁ ମାଲିକଙ୍କ ପକ୍ଷରୁ କୋର୍ଟରେ ଆବେଦନ କରାଯାଇଛି । ତେଣୁ କୋର୍ଟଙ୍କ ନିଷ୍ପତ୍ତି ନଆସିଲା ଯାଏଁ କୁକୁର ଆଉ ତପସ୍ବିନୀ ସୋସାଇଟିକୁ ଫେରିପାରିବନି ।