Advertisment

ହାତୀ ମୃତ୍ୟୁ ରୋକିବା ପାଇଁ ଆକ୍ସନ ପ୍ଲାନ୍‌, ଚିହ୍ନଟ ହେବ କରିଡର୍‌

ହାତୀ ମୃତ୍ୟୁ ରୋକିବା ଲାଗି ପ୍ରସ୍ତୁତ କରାଯାଇଥିବା ଆକ୍ସନ ପ୍ଲାନ୍‌କୁ ଆସନ୍ତା ଡିସେମ୍ବର ସୁଦ୍ଧା ପୂର୍ଣ୍ଣାଙ୍ଗ ରୂପ ଦିଆଯିବ। ବିଦ୍ୟୁତ୍‌ ଆଘାତ ଜନିତ ହାତୀ ମୃତ୍ୟୁ ଏବଂ ରେଳ ଦୁର୍ଘଟଣା ଜନିତ ହାତୀ ମୃତ୍ୟୁ ରୋକିବା ପାଇଁ ଉଦ୍ୟମ କରାଯିବ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Elephant Corridors

All Elephant Corridors In Odisha To Be Identified

ରାଜ୍ୟର ସମସ୍ତ ହାତୀ କରିଡରକୁ ଚିହ୍ନଟ କରାଯିବ। ହାତୀମାନେ ଚଳ ପ୍ରଚଳ କରୁଥିବା ଅଞ୍ଚଳରେ ଏହି କରିଡର ଗୁଡ଼ିକୁ ଚିହ୍ନଟ କରାଯାଇ ସ୍ଥାନୀୟ ଜନସାଧାରଣଙ୍କୁ ହାତୀ ସୁରକ୍ଷା ପ୍ରସଙ୍ଗରେ ସଚେତନ କରାଯିବ। ହାତୀ ମୃତ୍ୟୁ ରୋକିବା ଲାଗି ପ୍ରସ୍ତୁତ କରାଯାଇଥିବା ଆକ୍ସନ ପ୍ଲାନ୍‌କୁ ଆସନ୍ତା ଡିସେମ୍ବର ସୁଦ୍ଧା ପୂର୍ଣ୍ଣାଙ୍ଗ ରୂପ ଦିଆଯିବ। ଏହି ଆକ୍ସନ ପ୍ଲାନ୍‌ରେ ଥିବା କେତେକ ପ୍ରସଙ୍ଗରେ ଡିସେମ୍ବର ସୁଦ୍ଧା ସଫଳ ରୂପାୟନ କରାଯିବ ବୋଲି ଜଏଣ୍ଟ ଟାସ୍କ ଫୋର୍ସ ପକ୍ଷରୁ ହାଇକୋର୍ଟ ରେ ସତ୍ୟପାଠ ଜରିଆରେ ଦର୍ଶାଯାଇଛି।

Advertisment

ଅଧିକ ପଢ଼ନ୍ତୁ: ଗାଡି ଧକ୍କାରେ ଆଉ ହାତୀଙ୍କ ଜୀବନହାନି ହେବନି : ବିନା ଦ୍ୱିଧାରେ ଜାତୀୟ ରାଜପଥ ପାରିହେବେ ଗଜରାଜ

ଆସନ୍ତା ଜାନୁଆରୀ ୧୮ ସୁଦ୍ଧା ଆକ୍ସନ ପ୍ଲାନ୍‌ର ରୂପାୟନ ନେଇ ରିପୋର୍ଟ ଦେବ ଜଏଣ୍ଟ ଟାସ୍କ ଫୋର୍ସ। ବିଦ୍ୟୁତ୍‌ ଆଘାତ ଜନିତ ହାତୀ ମୃତ୍ୟୁ ଏବଂ ରେଳ ଦୁର୍ଘଟଣା ଜନିତ ହାତୀ ମୃତ୍ୟୁ ରୋକିବା ପାଇଁ ଉଦ୍ୟମ କରାଯିବ। ଏନେଇ ବିଦ୍ୟୁତ୍‌ ବିତରଣ କମ୍ପାନୀଙ୍କ ସହ ଆଲୋଚନା ଜାରି ରହିଛି। ରେଳବାଇ ସହ ଆଲୋଚନା କରି ହାତୀ କରିଡରରେ ରେଳ ଦୁର୍ଘଟଣା ଜନିତ ହାତୀ ମୃତ୍ୟୁ ରୋକିବା ପାଇଁ ବିକଳ୍ପ ବ୍ୟବସ୍ଥା କରାଯିବ ବୋଲି ଜଏଣ୍ଟ ଟାସ୍କ ଫୋର୍ସର ସତ୍ୟପାଠରେ ଦର୍ଶାଯାଇଛି।

Advertisment

ଅନ୍ୟପକ୍ଷେ, ଜଏଣ୍ଟ ଟାସ୍କ ଫୋର୍ସରେ ବିଶିଷ୍ଟ ବନ୍ୟପ୍ରାଣୀ ବିଶେଷଜ୍ଞ ଶୁଭେନ୍ଦୁ ମଲ୍ଲିକ ଏବଂ ଡଃ ବିଶ୍ୱଜିତ ମହାନ୍ତିଙ୍କୁ ସାମିଲ କରିବାକୁ କୋର୍ଟ ପରାମର୍ଶ ଦେଇଛନ୍ତି। ଜେଟିଏଫ୍‌ ଦ୍ୱାରା ପ୍ରସ୍ତୁତ ଆକ୍ସନ ପ୍ଲାନ୍‌ ବିଷୟ ଉପରେ କେତେ ଦୂର କାର୍ଯ୍ୟକାରୀ କରାଯାଇଛି, ସେନେଇ ଜଣାଇବା ପାଇଁ କୋର୍ଟ କହିଛନ୍ତି। ଏହାସହ ହାତୀ ଶିକାରକୁ ନେଇ ହାଇକୋର୍ଟ ଉଦ୍‌ବେଗ ପ୍ରକାଶ କରିଛନ୍ତି।

ହାତୀ ଶିକାରକୁ ନେଇ ଦାୟର ସମସ୍ତ ମାମଲାର ତ୍ୱରିତ ବିଚାର ପାଇଁ ପଦକ୍ଷେପ ନେବାକୁ ଜେଟିଏଫ ସଦସ୍ୟ ତଥା ଅତିରିକ୍ତ ଏସପିଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଶୁଣାଣି ବେଳେ ଜେଟିଏଫର ସମସ୍ତ ସଦସ୍ୟ ଭିଡିଓ କନଫରେନ୍ସିଂ ଜରିଆରେ ଉପସ୍ଥିତ ଥିଲେ। କର୍ଣ୍ଣାଟକ ଏବଂ ଇଷ୍ଟ ସେଣ୍ଟ୍ରାଲ୍‌ ଏଲିଫାଣ୍ଟ ଆକ୍ସନ ପ୍ଲାନ୍‌କୁ ତର୍ଜମା କରି ସେହି ଆଧାରରେ ପଦକ୍ଷେପ ନେବାକୁ ଜେଟିଏଫକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ଜାନୁଆରୀ ୧୮ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। 

Elephant Elephant Death Elephant Corridors
Advertisment
Advertisment