Advertisment

ଅଜବ: ଜନ୍ମ ହେଲା ମଣିଷ ମୁହଁ ଥିବା ଛେଳି ଛୁଆ, ଲାଗୁଛି ସାନ୍ତା କ୍ଲଜ୍

ଅଜବ ଛେଳି ଛୁଆର ଜନ୍ମ। ଏହାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା। ଛେଳିଟି ମାନବ ଚେହେରା ଥିବା ପିଲା ଜନ୍ମ ଦେଇଛି। ଲୋକେ ଏହାକୁ ଚମତ୍କାର ଭାବୁଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
Goat With Human Face

Goat born with human face weird eyes

ସେ ମଣିଷ ହୁଅନ୍ତୁ ବା ପଶୁପକ୍ଷୀ, ସେମାନଙ୍କ ଠାରେ ରୋଗ ହେବା ଏକ ସାଧାରଣ କଥା। ଏମିତି ବି ଅନେକ ଥ୍ର ଦେଖାଯାଇଛି ଯେ କିଛି ଗୁରୁତର ରୋଗ ବା ସମସ୍ୟା ହେତୁ ସେମାନଙ୍କ ଶରୀରରେ ଏପରି ବ୍ୟାଧି ଆସେ ଯେ ଶରୀରର ଗଠନ ସମ୍ପୂର୍ଣ୍ଣ ରୂପେ ବଦଳିଯାଏ। ଲୋକମାନେ ଏହି ବିକୃତିକୁ ଚମତ୍କାର ଭାବରେ ବିବେଚନା କରନ୍ତି ଏବଂ ଏହାକୁ ଦୂର ଦୂରାନ୍ତର ପର୍ଯ୍ୟନ୍ତ ବିସ୍ତାର କରନ୍ତି।

Advertisment

ନିକଟରେ ମଧ୍ୟପ୍ରଦେଶର ଏକ ଗ୍ରାମରେ ଏମିତି ଏକ ଚମତ୍କାର ଘଟିଛି ଯାହା ଚର୍ଚ୍ଚାର ବିଷୟ ହୋଇଛି। ଏଠାରେ ଏକ ଛେଳି ମାନବ ଚେହେରା ଥିବା ପିଲା ଜନ୍ମ ଦେଇଛି।

ଅଧିକ ପଢ଼ନ୍ତୁ: ବେଙ୍ଗର ବି ବିଷ! ୩ ମିନିଟ୍‌ରେ ମାରିଦେବ ୧୦ ଲୋକ

ଖବର ଅନୁଯାୟୀ, ମଧ୍ୟପ୍ରଦେଶର ବିଦିଶାର ସିରୋଞ୍ଜ ତହସିଲର ସେମଲ ଖେଡି ଗାଁରେ ଚଞ୍ଚଲ୍ୟ ଖେଳିଯାଇଛି। ଏହାର କାରଣ ସାଜିଛି ଏକ ଏକ ଅଜବ ଛେଳି। ଗାଁର ବାସିନ୍ଦା ନବାବ ଖାନଙ୍କ ଘରେ ତାଙ୍କ ଗୃହପାଳିତ ଛେଳି ଏକ ଛୁଆ ଜନ୍ମ ଦେଇଛି ଯାହାର ଚେହେରା ମଣିଷ ପରି। କେବଳ ଗାଁର ଲୋକ ନୁହଁନ୍ତି, ସମଗ୍ର ତହସିଲର ଲୋକମାନେ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

Advertisment

ସୋସିଆଲ ମିଡିଆ ରେ ଭାଇରାଲ ହେଉଥିବା ଏହାର ଫଟୋ ଓ ଭିଡିଓରେ ଛେଳିର ଚେହେରା ଖୁବ୍ ଅଦ୍ଭୁତ ଦେଖାଯାଉଛି। ଏହାର ମଣିଷ ପରି ଦୁଇ ଆଖି ରହିଛି ଓ ଏହାର ଚାରିପାଖରେ କଳା ଘେର ରହିଛି ଯାହା ଚଷମା ପରି ଲାଗୁଛି। ଲାଗୁଛି ସତେ ଯେମିତି ଜଣେ ମଣିଷ ସାନ୍ତା କ୍ଲଜ୍ ଭାବେ ସଜେଇ ହୋଇଛି।

Goat born with human face weird eyes(ଅଜବ ଛେଳି ଛୁଆ ଜନ୍ମ)

ଏହା ବ୍ୟତୀତ ଛେଳିର ପାଟି ମଧ୍ୟ ମଣିଷ ପରି ଏବଂ ଏହାର ମୁଣ୍ଡରେ ଅନେକ ଧଳା ରୁମ ଅଛି। ଛେଳିର ଅଦ୍ଭୁତ ପାଟି ହେତୁ ତାକୁ ସିରିଞ୍ଜ ମାଧ୍ୟମରେ କ୍ଷୀର ଖାଇବାକୁ ଦେବାକୁ ପଡୁଛି। ଏହା ସ୍ପଷ୍ଟ ହୋଇଛି ଯେ ଛେଳିର ଏଭଳି ଚେହେରା ପଛରେ କିଛି ବିକୃତି ରହିଛି କିନ୍ତୁ ଲୋକମାନେ ଏହାକୁ ଏକ ଚମତ୍କାର ଭାବି ଚାରିଆଡେ ପ୍ରଚାର କରୁଛନ୍ତି।

ପ୍ରାଣୀ ଚିକିତ୍ସକଙ୍କ ମତରେ ଛେଳିଟି ଯେଉଁ ସମସ୍ୟାର ସମ୍ମୁଖୀନ ହୋଇଛି, ଏହାକୁ 'ହେଡ୍ ଡିସପେସିଆ' କୁହାଯାଏ। ୫୦,୦୦୦ ମଧ୍ୟରୁ କେବଳ ଗୋଟିଏ ପ୍ରାଣୀ ଏଥିରେ ପୀଡିତ ହୁଅନ୍ତି। ଏହା ସାଧାରଣତଃ ଗାଇ ଓ ମଇଁଷିମାନଙ୍କ କ୍ଷେତ୍ରରେ ହୁଏ, ଛେଳି କ୍ଷେତ୍ରରେ ନୁହେଁ। ଡାକ୍ତରଙ୍କ କହିବା କଥା ଏହି ଅବସ୍ଥାରେ ପଶୁଙ୍କ ମୁଣ୍ଡ ଫୁଲିଯାଏ। ଏହାର କାରଣ ହେଉଛି ଗର୍ଭାବସ୍ଥାରେ ଭିଟାମିନ୍ ଏ’ ର ଅଭାବ କିମ୍ବା ଗର୍ଭାବସ୍ଥାରେ ଭୁଲ ଔଷଧ ପ୍ରୟୋଗ। ଏହି ଅବସ୍ଥାକୁ "ହାଇଡ୍ରୋସେଫାଲସ୍" କୁହାଯାଏ।

Ajab Gajab
Advertisment
Advertisment