• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ରାଜଧାନୀରେ କୁକୁର କଳି କୋର୍ଟକୁ ଗଲା ପରେ ଚେତିଲା ବିଏମ୍‌ସି । କୁକୁର କାମୁଡା କଳିରୁ ମହାଭାରତ ପରେ ପ୍ରଶୁପ୍ରେମୀଙ୍କ ପାଇଁ ବଢିଲା ଅଡୁଆ । ଏଣିକି ରାଜଧାନୀରେ କେହି ପଶୁପ୍ରେମୀ ଘରେ କୁକୁର କିମ୍ବା ଅନ୍ୟ ଗୃହପାଳିତ ପଶୁ ରଖିଲେ, ମାନିବେ ବିଏମସିର ଗାଇଡଲାଇନ୍ସ । ବିଏମସି ଖୁବଶୀଘ୍ର ଆଣିବାକୁ ଯାଉଛି ଏ ସମ୍ପର୍କୀତ ନିୟମାବଳି ।

କୁକୁର ଓ ଅନ୍ୟ ଗୃହପାଳିତ ପଶୁ ରଖିବାକୁ ହେଲେ ମାଲିକମାନଙ୍କୁ କଣ କରିବାକୁ ପଡ଼ିବ, ସେମାନଙ୍କ ଦାୟିତ୍ୱ କେମିତି ନେବେ, ବାହାରକୁ ନେବାବେଳେ କିଭଳି ସତର୍କତା ଅବଲମ୍ବନ କରିବେ, ଏସବୁକୁ ନେଇ ବିଏମସି ପ୍ରସ୍ତୁତ କରୁଛି ପେଟ୍ ଆନିମାଲ ଗାଇଡଲାଇନସ । ଭୁବନେଶ୍ୱବାସୀଙ୍କ ଲାଗି ଖୁବଶୀଘ୍ର ଏହି ଗାଇଡଲାଇନସ ଲାଗୁ ହେବ ବୋଲି କହିଛନ୍ତି ବିଏମସି କମିଶନର । ଏହାକୁ ଉଲ୍ଲଘଂନ ହେଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସୂଚାଇ ଦେଇଛନ୍ତି ବିଏମସି କମିଶନର ।

ଆନିମଲ ୱେଲଫେୟାର ବୋର୍ଡ ଅଫ୍ ଇଣ୍ଡିଆର ନିର୍ଦ୍ଦେଶ ଅନୁସାରେ ଦିଲ୍ଲୀ, ମୁମ୍ବାଇ, ଚଣ୍ଡିଗଡ, ବେଙ୍ଗାଲୁରୁ, କୋଚି ଭଳି ଅନେକ ସହରରେ ପେଟ୍ ଆନିମଲ ଗାଇଡଲାଇନସ କାର୍ଯ୍ୟକାରୀ ହେଉଛି । ଏସବୁ ସହରର ପ୍ରଚଳିତ ନିୟମକୁ ନେଇ ମଧ୍ୟ ସମୀକ୍ଷା କରୁଛି ବିଏମ୍‌ସି । ଏବେ ନଜର ପକାନ୍ତୁ ଗାଇଡଲାଇନସ ଆସିଲେ କେଉଁ ସମ୍ଭାବ୍ୟ ନିମୟ ମାନିବେ ।

  • ପେଟ୍ ଲଭର ପ୍ରଥମେ କୌଣସି ଗୃହପାଳିତ ପଶୁ ରଖିବାକୁ ହେଲେ ଭୁବନେଶ୍ୱର ମହାନଗର ନିଗମ ପାଖରେ ରେଜିଷ୍ଟ୍ରେସନ କରିବାକୁ ପଡିବ ।
  • ମାଲିକମାନେ କୁକୁରଙ୍କର ନିୟମିତ ଭ୍ୟାକ୍ସିନେସନ କରିବାକୁ ବାଧ୍ୟ ।
  • ବାହାରେ କୁକୁର ବୁଲାଇବା କିଛି ନିର୍ଦ୍ଦିଷ୍ଟ ନିମୟ ପ୍ରତି ଧ୍ୟାନ ଦେବାକୁ ପଡ଼ିବ ।
  • ଯଦି କାହା ଗୃହପାଳିତ ପଶୁ ଅନ୍ୟ କାହାକୁ ହଇରାଣ କିମ୍ବା କ୍ଷତି ପହଞ୍ଚାଏ, ତାହେଲେ ମାଲିକଙ୍କୁ ଅର୍ଥଦଣ୍ଡ ଦେବାକୁ ପଡ଼ିବ ।

ଏପଟେ ବିଏମ୍‌ସିର ଏ ପ୍ରସ୍ତାବିତ ଗାଇଡଲାଇନସକୁ ସ୍ୱାଗତ କରିଛନ୍ତି ପଶୁପ୍ରେମୀ । ଭୁବନେଶ୍ୱର ଭଳି କ୍ରମବର୍ଦ୍ଧିଷ୍ନୁ ଜନବହୁଳ ସହରରେ ଏବେ କୁକୁର ଓ ଅନ୍ୟ ଗୃହପାଳିତ ପଶୁପ୍ରେମୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହା ଭିତରେ ଦେଶରେ ବ୍ୟାନ ହୋଇଥିବା କିଛି କୁକୁରର ପ୍ରଜାତିକୁ ମଧ୍ୟ ଲୋକେ ଘରେ ରଖୁଛନ୍ତି । ତେବେ ଗାଇଡଲାଇନସ ଆସିଲେ ଏସବୁ ଅନିୟମିତତାକୁ ନିୟନ୍ତ୍ରଣ କରାଯାଇପାରିବ ବୋଲି ଆଶା କରାଯାଉଛି ।

(ରିପୋର୍ଟ- ଭୁବନେଶ୍ୱରରୁ ସୌମ୍ୟ ରଞ୍ଜନ ସାହୁ)