• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଦୁର୍ଘଟଣାରେ ଗୋଡ କଟିଗଲା । ବୁଲୁଙ୍କ ସଂସାର ଉଜୁଡ଼ି ହୋଇଗଲା । ଭଲ ଥିବା ବେଳେ ସୁରଟ୍‌ରେ ଯାଇ ଯାହା କିଛି ରୋଜଗାର କରୁଥିଲେ ସେତିକିରେ ପରିବାର ଚଳୁଥିଲା । ହେଲେ ଗୋଡ କଟିଯିବା ପରେ ସବୁ ଓଲଟପାଲଟ ହୋଇଗଲା । ସବୁ ସ୍ୱପ୍ନ ମାଟିରେ ମିଶି ଚୁରମାର ହୋଇଗଲା । ଏବେ ବଡ କଷ୍ଟରେ ରହୁଛନ୍ତି ବୁଲୁ । ବିନା ଆଶା ବାଡିରେ ପାଦେ ଚାଲିବା ବି ତାଙ୍କ ପକ୍ଷରେ କଷ୍ଟ । ସ୍ତ୍ରୀଙ୍କ ସାହାଯ୍ୟ ମିଳିଲେ ଆଶାବାଡି ଧରି ଛୋଟେଇ ଛୋଟେଇ ଚଲାବୁଲା କରୁଛନ୍ତି ବୁଲୁ ।

ଅଧିକ ପଢ଼ନ୍ତୁ: କି ଦୁଃଖ ! ମାଆ ଚାଲିଗଲା ପରେ ଦିବ୍ୟାଙ୍ଗ ପୁଅକୁ ପାଚାରିଲେନି ବାପା-ଭାଇ

ବିନା ଆଶାବାଡିରେ ତାଙ୍କ ପାଖରେ ଚାଲିବା ବି କଷ୍ଟ । କଥାରେ ଅଛି ଯେତେବେଳେ ଦୈବ ଦେଇଛି ଦୁଃଖ କିଏ ବା କରିବ ଲାଘବ ? ଗୋଡ କଟିବା ପରେ ନିଜେ ଦିବ୍ୟାଙ୍ଗ ହୋଇଗଲେ । ବୁଲୁଙ୍କ ଏ ଅବସ୍ଥା ଦେଖି କଇଁ କଇଁ କାନ୍ଦୁଛି ଝିଅ । ବାପା ଯାହା ଯେତିକି ରୋଜଗାର କରୁଥିଲେ ସେତିକିରେ ପରିବାର ଚଳୁଥିଲା । ଆଉ ଦିବ୍ୟାଙ୍ଗ ଝିଅର ପାଠ ପଢା ବି ହେଉଥିଲା । ହେଲେ ଏବେ ତାହା ସବୁ ସ୍ୱପ୍ନ ପାଲଟିଯାଇଛି ।

ରୋଜଗାର ବନ୍ଦ ହୋଇଯିବାରୁ ଘର ଖଣ୍ଡିଏ ବି କରିପାରିଲେନି ବୁଲୁ । ତେଣୁ ଏକ ଭଙ୍ଗା ଘରେ ବଡ କଷ୍ଟରେ ବିତୁଛି ଜୀବନ । ବର୍ତ୍ତମାନ ଘରର ଛାତ ଅବସ୍ଥା ଦେଖିଲେ ଆପଣ ବିଶ୍ୱାସ କରିପାରିବେନି । କେତେବଳେ ଯେ ତାହା ଭୁଶୁଡ଼ିବ ତାହା କହି ହେବ ନାହିଁ । ବାପାଙ୍କର ଏମିତି ଅବସ୍ଥା ଦେଖିବା ପରେ ଦିବ୍ୟାଙ୍ଗ ଝିଅ କହୁଛି ମୁଁ ପାଠ ପଢିବି ଆଉ ରୋଜଗାର କରି ପରିବାର ଚଳାଇବି । ହେଲେ ତାହା ବି ସମ୍ଭବ ହେଉନି । ପାଠ ପଢିବା ପାଇଁ ଇଚ୍ଛା ଥିଲେ ବି ଅର୍ଥ ସାଜିଛି ବାଧକ । ତେଣୁ ସରକାରୀ ସହାୟତାକୁ ଏବେ ବୁଲୁଙ୍କ ପରିବାର କରିଛି ଅପେକ୍ଷା ।

ସେପଟେ ବୁଲୁଙ୍କର ଏପରି ଅବସ୍ଥା ଦେଖି ପାଖ ପଡୋଶୀ ଯାହା ପାରୁଛନ୍ତି ସାହାଯ୍ୟ କରୁଛନ୍ତି । ହେଲେ ତାହା ସମୁଦ୍ରକୁ ଶଙ୍ଖେ । ତେଣୁ ସରକାରୀ ସହାୟତା ଏ ପରିବାକୁ ନିହାତି ଦରକାର ବୋଲି କହିଛନ୍ତି ସ୍ଥାନୀୟ ଲୋକେ । ଏପଟେ ସରପଂଚ କହିଛନ୍ତି ପଂଚାୟତ ସ୍ତରରେ ଯେତିକି ସହାୟତା ମିଳିପାରିବ ଆମେ ଯୋଗାଇ ଦେବୁ ।

(ରିପୋର୍ଟ- ମନୋଜ ମୁନୀ, ଗଂଜାମ )