Advertisment

ଲାଇସେନ୍ସ ରଦ୍ଦ ଚେତାବନୀ ପରେ ନରମିଲେ ଓକିଲ ସଂଘ

ଓକିଲମାନେ ତୁରନ୍ତ ଆନ୍ଦୋଳନ ପ୍ରତ୍ୟାହାର ନକଲେ ସେମାନଙ୍କ ଲାଇସେନ୍ସ ରଦ୍ଦ ପାଇଁ ଚେତାବନୀ ଦିଆଯାଇଥିଲା।

author-image
Chandan Shishu
ଅଦ୍ୟତନ ହୋଇଛି
SC on Lawyers' strike

SC warning against protest for HC bench

ଗୋଟେପଟେ କାର୍ଯ୍ୟାନୁଷ୍ଠାନ ଚେତାବନୀ, ଅନ୍ୟପଟେ ଜିିଦରେ ଅଟଳ ଓକିଲ ସଂଘ। ସମ୍ବଲପୁର ସମେତ ରାଜ୍ୟ ର ୫ଟି ଓକିଲ ସଂଘ ଆନ୍ଦୋଳନକୁ ନେଇ ମୁହାଁମୁହିଁ ରାଜ୍ୟ ବାର କାଉନସିଲ ଓ ଆଞ୍ଚଳିକ ଓକିଲ ସଂଘ। ସମ୍ବଲପୁର ରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ଦାବିରେ ସମ୍ବଲପୁର ଓକିଲ ସଂଘ ଏବଂ ଅନ୍ୟାନ୍ୟ ଦାବି ନେଇ ରାଜ୍ୟର ଆଉ ୪ଟି ବାର ସଂଘ ଦୀର୍ଘ ଦିନ ଧରି ଆନ୍ଦୋଳନକୁ ଓହ୍ଲାଇଛନ୍ତିି। ଫଳରେ ଦୈନନ୍ଦିନର ନ୍ୟାୟିକ ଅଧିକାରରୁ ବଞ୍ଚିତ ହେଉଛନ୍ତି ସାଧାରଣ ଲୋକେ। ଓକିଲଙ୍କ ଏ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ପ୍ରଥମେ ସୁପ୍ରିମକୋର୍ଟ ଙ୍କ ନିର୍ଦ୍ଦେଶ ଓ ପରେ ବାର କାଉନସିଲ ଅଫ୍ ଇଣ୍ଡିଆ ଓ ରାଜ୍ୟ ଆଇନଜୀବୀ ପରିଷଦର ଚେତାବନୀ ପରେ ବି ନଛୋଡ଼ବନ୍ଦା ଆନ୍ଦୋଳନରତ ଓକିଲ।

Advertisment

ତେବେ ବାର କାଉନସିଲର ବାରମ୍ବାର ଚେତାବନୀ ପରେ କଟକ ବଡ଼ମ୍ବା, ଖୋର୍ଦ୍ଧା ଟାଙ୍ଗି, ଅନୁଗୁଳର ତାଳଚେର ଓ ପାଲଲହଡ଼ା ବାର ଆସୋସିଏସନ୍ ଆନ୍ଦୋଳନରୁ ଓହରିବାକୁ ଏକପ୍ରକାର ନିଷ୍ପତ୍ତି ନେଇଥିଲେ ବି କାର୍ଯ୍ୟାନୁଷ୍ଠାନ ଧମକ ସତ୍ତ୍ୱେ ସେବା ନିବୃତ୍ତ ନିଷ୍ପତ୍ତିରେ କାଏମ୍ ରହିଛି ସମ୍ବଲପୁର ଓକିଲ ସଂଘ।

ଭିନ୍ନ ଭିନ୍ନ ଦାବି ନେଇ ଦୀର୍ଘଦିନ ଧରି ଆନ୍ଦୋଳନ ଚଳାଇଥିବାରୁ ସମ୍ବଲପୁର ସମେତ ବଡ଼ମ୍ବା, ଟାଙ୍ଗୀ, ତାଳଚେର ଓ ପାଲଲହଡ଼ା ବାରକୁ ଦୁଇ ଦିନ ତଳେ ପ୍ରଥମେ ନୋଟିସ କରିଥିଲା ବାର କାଉନସିଲ ଅଫ୍ ଇଣ୍ଡିଆ। ଓକିଲମାନେ ତୁରନ୍ତ ଆନ୍ଦୋଳନ ପ୍ରତ୍ୟାହାର ନକଲେ ସେମାନଙ୍କ ଲାଇସେନ୍ସ ରଦ୍ଦ ପାଇଁ ଚେତାବନୀ ଦିଆଯାଇଥିଲା। ସମାନ ଢଙ୍ଗରେ ସଂପୃକ୍ତ ୫ଟି ଓକିଲ ସଂଘକୁ ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ ଆନ୍ଦୋଳନ ପ୍ରତ୍ୟାହାର ଅପିଲ ସହ ଆନ୍ଦୋଳନରେ ସାମିଲ ଓକିଲଙ୍କୁ ନିଲମ୍ବନ ନୋଟିସ ହୋଇଥିଲା। ଉଭୟ କେନ୍ଦ୍ର ଓ ରାଜ୍ୟ ବାର କାଉନସିଲର ଏଭଳି କଠୋର ଆଭିମୁଖ୍ୟ ପରେ ଏହାକୁ ନେଇ ଆନ୍ଦୋଳରତ ଆଇନଜୀବୀଙ୍କ ମଧ୍ୟରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

Advertisment

ଏହା ପୂର୍ବରୁ ନଭେମ୍ବର ୧୬ ସୁଦ୍ଧା ଓକିଲମାନେ ଆନ୍ଦୋଳନ ପ୍ରତ୍ୟାହାର ନକଲେ ବାର କାଉନ୍ସିଲ ଅଫ ଇଣ୍ଡିଆରୁ ସଂପୃକ୍ତ ଓକିଲଙ୍କ ଲାଇସେନ୍ସ ସସପେଣ୍ଡ କରାଯିବ ବୋଲି କଡ଼ା ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ। ଏହି ମାମଲାରେ ସୁପ୍ରିମକୋର୍ଟ ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ, ବାର୍ କାଉନସିଲ୍ ଅଫ ଓଡ଼ିଶା ଏବଂ ଓଡ଼ିଶାର ସମସ୍ତ ଜିଲ୍ଲାର ବାର୍ ଆସୋସିଏସନ୍କୁ ବ୍ୟକ୍ତିଗତ ଭାବରେ ସୁପ୍ରିମକୋର୍ଟରେ ହାଜର ହେବାକୁ ନିର୍ଦେଶ ଦେଇଥିଲେ।

HC Bench
Advertisment
Advertisment