• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଜିନ୍‌ସ ପିନ୍ଧିବା ଏବେ ଏକ ପ୍ରକାର ଟ୍ରେଣ୍ଡ ଚାଲିଛି । ପୁଅ ହେଉ କି ଝିଅ, ସମସ୍ତେ ଜିନ୍‌ସ ପିନ୍ଧିବାକୁ ପସନ୍ଦ କରିଥାନ୍ତି । ବୟସ୍କ ମଧ୍ୟ ଜିନ୍‌ସ ପିନ୍ଧୁଛନ୍ତି । ଭାରି ସଉକ୍‌ରେ ଜିନ୍‌ସ ପିନ୍ଧନ୍ତି । ବୟସ୍କଙ୍କ ମଧ୍ୟରୁ କେହି କେହି ନିଜକୁ ଫିଟ୍ ଓ ଯବାନ ବୋଲି କହିବା ପାଇଁ ଜିନ୍‌ସ ପିନ୍ଧି ଥାନ୍ତି । ରାସ୍ତାରେ ଛିଡ଼ା ହୋଇ ଯଦି ଦେଖିବା ୬୦ରୁ ୭୦ ପ୍ରତିଶତ ଲୋକେ ଜିନ୍‌ସ ପିନ୍ଧିଥିବେ ।

ତେବେ ଏଥିରୁ ପ୍ରମାଣିତ ଯେ, ଆମେ ସମସ୍ତେ ଜିନ୍‌ସ ପିନ୍ଧିବାକୁ ଭଲ ପାଆନ୍ତି । କିନ୍ତୁ ଆମେ ଜାଣିଛନ୍ତି କି ଜିନ୍‌ସ ପ୍ୟାଣ୍ଟର ଆଗ ପଟେ ଥିବା ଦୁଇଟି ପକେଟ୍‌ ମଧ୍ୟରୁ ଗୋଟିଏ ପାଖ ପକେଟରେ ଏକ ଛୋଟ ପକେଟ ବି ଥାଏ । ଆଉ ସେହି ପକେଟ୍‌ କାହିଁକି ଥାଏ ? ଏହି ପକେଟ୍‌ର ଅର୍ଥ କଣ ? କେଉଁ କାମରେ ଏହି ପକେଟ ଲାଗିଥାଏ ? କେଉଁ ଉଦ୍ୟେଶ୍ୟରେ ଏହି ପକେଟ୍‌ର ଉଦ୍‌ଭାବନ କରାଯାଇଥିଲା ?

ଏହି ପ୍ରଶ୍ନ ଆମ ମନକୁ ଯେମିତି ଆନ୍ଦୋଳିତ କରିଛି ଠିକ୍ ସେମିତି ଆପଣଙ୍କ ମନକୁ ବି ଆସୁଥିବ । ତେବେ ଆମେ ଆଜି ଏହାର ଉତ୍ତର ଆପଣଙ୍କୁ ଦେବୁ । ଯାହା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ । ଏହି ପ୍ରଶ୍ନ ବର୍ଷ ବର୍ଷ ଧରି ଲୋକଙ୍କ ମନରେ ରହିଛି । ଯାହାର ଉତ୍ତର ସେମାନଙ୍କୁ ଏଯାଏଁ ମିଳିନଥିବ ।

ତେବେ ଏହି ପ୍ରଶ୍ନର ଉତ୍ତର ରଖିଛନ୍ତି, ଲିଭାଇସ୍‌ର ଟେସି ପାନେକ୍ । ସେ କହିଛନ୍ତି ଏହି ଛୋଟ ପକେଟର ପ୍ରଥା ୧୮୭୯ ମସିହାରୁ ଚାଲି ଆସିଛି । ଏହାକୁ ୱାଚ୍‌ ପକେଟ୍‌ କୁହାଯାଏ । ଲିଭାଇସ୍‌ କମ୍ପାନୀର ପ୍ୟାଣ୍ଟରେ ପ୍ରଥମେ ଏହାକୁ ବ୍ୟବହାର କରାଯାଇଥିଲା । ଆମେ ପ୍ରାୟ ସମୟରେ ଖୁଚୁରା ପଇସା ରଖିବା ନେଇ ଏହାକୁ ବ୍ୟବହାର କରିଥାଉ । କିନ୍ତୁ ପ୍ରକୃତ କଥା ହେଉଛି ଏହି ଛୋଟ ପକେଟ ଖୁଚୁରା ପଇସା ପାଇଁ ନୁହେଁ ବରଂ ଏକ ଛୋଟ ଘଣ୍ଟା ରଖିବା ପାଇଁ ତିଆରି ହୋଇଛି।

ଅଷ୍ଟାଦଶ ଶତାବ୍ଦୀରେ, ଛୋଟ ଚେନ୍ ଥିବା ଘଣ୍ଟା ଚାଲୁଥିଲା। ସେହି ଘଣ୍ଟାକୁ ରଖିବା ନେଇ ଏହି ଛୋଟ ପକେଟ୍‌ ତିଆରି କରାଯାଇଥିଲା। ଏହି ପକେଟ୍ ଲିଭାଇସ୍‌ କମ୍ପାନୀ ଆରମ୍ଭ କରିଥିଲା । ବର୍ତ୍ତମାନ ଏହା ଏକ ଟ୍ରେଣ୍ଡରେ ପରିଣତ ହୋଇଛି।

ତେବେ ଏହି ପକେଟ୍‌କୁ ୱାଚ୍ ପକେଟ୍ କୁହାଯାଏ । ପୁରାତନ କାଳରେ, ଗାଇ ଚରାଳିମାନେ ତା ’ଭିତରେ ଏକ ଚେନ୍ ଥିବା ଘଣ୍ଟା ରଖୁଥିଲେ । ଏହି ଜାଗାରେ ଘଣ୍ଟା ରଖିବା ଦ୍ୱାରା ଏହାର ଭାଙ୍ଗିବାର ସମ୍ଭାବନା କମ ଥିଲା । ଏହାକୁ ପ୍ରତ୍ୟେକ ଶ୍ରମିକ ବ୍ୟବହାର କରୁଥିଲେ । ପରେ ଏହି ଘଣ୍ଟାର ଚାହିଦା କମିଯାଇଥିଲା । ସେତେବେଳେ ଲୋକେ ଭାବିଲେ ଏହା ବୋଧେ ଖୁଚୁରା ପଇସା ରଖିବା ପାଇଁ ତିଆରି ହୋଇଛି । ପରେ ଲୋକମାନେ ଏହି ଘଣ୍ଟା ପକେଟ୍‌କୁ ଏତେ ପସନ୍ଦ କରିବାକୁ ଲାଗିଲେ ଯେ ବର୍ତ୍ତମାନ ସୁଦ୍ଧା ଏହା ଜିନ୍‌ସ ପ୍ୟାଣ୍ଟର ଡାହାଣ ପାଖରେ ତିଆରି ହେଉଛି ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, କେବଳ ଶ୍ରମିକମାନଙ୍କ ପାଇଁ ହିଁ ଜିନ୍‌ସ ପ୍ରସ୍ତୁତ ହୋଇଥିଲା । କାରଣ ଶ୍ରମିକମାନଙ୍କ ପୋଷାକ ଖୁବ ଶୀଘ୍ର ମଇଳା ହୋଇଯାଇଥାଏ । ଯାହାକୁ ବାରମ୍ବାର ସଫା କରିବା ସେମାନଙ୍କ ପାଖରେ ସମ୍ଭବ ନୁହେଁ । ଏହି ଅସୁବିଧାକୁ ଦୂର କରିବା ପାଇଁ ଜିନ୍‌ସ ତିଆରି କରାଯାଇଥିଲା ।