Advertisment

୧୦୮କୁ ଅଶ୍ଲୀଳ କଲ୍‌: ‘କିଏ କହୁଛି ମ୍ୟାଡାମ୍‌ଙ୍କ ନମ୍ବର ଦିଅ’...ଆଉ କିଏ କହୁଛି- ‘କିଛି ହୋଇନି’

ଲୋକଙ୍କୁ ଯେଉଁଠି ସହାୟତା ମିଳିବା କଥା ସେଠି କିଛି ଲୋକେ ଜାଣିଶୁଣି ୧୦୮ ନମ୍ବରକୁ କଲ୍‌ କରି ଟେଲି କଲର୍‌ଙ୍କ ସହ ଇଆଡ଼ୁ ସିଆଡ଼ୁ ଗପିବା ସହ ଅଶ୍ଲୀଳ ଭାଷାରେ ଗାଳି ଗୁଲଜ୍ କରୁଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Fake Calls To 108 Ambulance

Fake Call Tension In 108 Ambulance Service

ଜରୁରୀ ଆମ୍ବୁଲାନ୍ସ ସେବା ପାଇଁ ୧୦୮ ନମ୍ବର ଜାରି ହୋଇଛି।  ଏଥିରେ ୨୪ ଘଣ୍ଟା ଲୋକଙ୍କ ପାଇଁ କାମ କରୁଛନ୍ତି କର୍ମଚାରୀ। ହେଲେ କିଛି ବଦମାସ୍ ଏହାକୁ ନିଜର ଖୁସି ପାଇଁ ଅପବ୍ୟବହାର କରୁଛନ୍ତି। ଫୋନ୍ କରି ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରି ମଜା ନେଉଛନ୍ତି। ଗୋଟିଏ କି ଦୁଇଟି ନୁହେଁ ବାରମ୍ବାର ଏପରି ଘଟଣା ଘଟୁଛି।

Advertisment

ଲୋକଙ୍କୁ ଯେଉଁଠି ସହାୟତା ମିଳିବା କଥା ସେଠି କିଛି ଲୋକେ ଜାଣିଶୁଣି ୧୦୮ ନମ୍ବରକୁ କଲ୍‌ କରି ଟେଲି କଲର୍‌ଙ୍କ ସହ ଇଆଡ଼ୁ ସିଆଡ଼ୁ ଗପିବା ସହ ଅଶ୍ଲୀଳ ଭାଷାରେ ଗାଳି ଗୁଲଜ୍ କରୁଛନ୍ତି। ବିଶେଷ ଭାବେ ଯୁବତୀ ଟେଲି କଲର୍‌ଙ୍କୁ ବାରମ୍ବାର ନିର୍ଦ୍ଧିଷ୍ଟ ଫୋନ୍‌ ନମ୍ବରରୁ କଲ୍ ଆସୁଛି। ଆପଣ ଜାଣିକି ଆଶ୍ଚର୍ଯ୍ୟ ହେବେ ପ୍ରତିଦିନ ୧୦ ହଜାର ମୋଟ୍‌ କଲ୍‌ ଆସିଥିବା ବେଳେ ସେଥିରୁ ୭ ଶହ କଲ୍ ଏପରି ଫେକ୍ ଆସୁଛି। ବାରମ୍ବାର ଏନେଇ ପୋଲିସ୍‌କୁ ଅଭିଯୋଗ କରିବା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନି।

ଏନେଇ ୧୦୮ କଲ୍ ସେଣ୍ଟର୍‌ର ପ୍ରୋଜେକ୍ଟ ହେଡ୍ ସବ୍ୟସାଚୀ ବିଶ୍ୱାଳ କହିଛନ୍ତି ଯେ, କିଛି ଅସାମାଜିକ ଲୋକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାର ଆଳଦ ଦେଖାଇ ଏର୍ମଜେନ୍ସି ନମ୍ବରକୁ ଅଯଥାରା ବ୍ୟସ୍ତ ରଖୁଛନ୍ତି। ଅନେକ ସମୟରେ ଏମିତି ବି ହୋଇଛି ଆମ୍ବୁଲାନ୍ସକୁ ଡକାଯାଉଛି, ହେଲେ ପହଞ୍ଚିଲା ବେଳକୁ ରୋଗୀ ନାହାନ୍ତି। 

Advertisment

ଜରୁରୀସେବା ପାଇଁ ଉପଲ୍ଲବ୍ଧ ନମ୍ବରକୁ ଏଭଳି ଭାବେ ଫୋନ୍‌ କରି ଅଯଥାରେ ଟେଲି କଲର୍‌ଙ୍କୁ ହଇରାଣ କରିବା ଓ ସେମାନଙ୍କୁ ଗାଳିଗୁଲଜ କରିବା ଘଟଣା ସଭ୍ୟ ସମାଜ ପାଇଁ ଅନେକ ପ୍ରଶ୍ନ ସୃଷ୍ଟି କରିଛି। ଯେଉଁଠି ଲୋକଙ୍କୁ ସହାୟତା ପାଇଁ ଏହି କଲ୍ ବ୍ୟବସ୍ଥା ହୋଇଛି ସେଠି ଏଭଳି ବ୍ୟବହାର କେତେ ଦୂର ଠିକ୍ ? 

Fake Call 108 Ambulance
Advertisment
Advertisment