• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ହାତରେ ଫଟୋ ଟିଏ ଧରିଛି । ଭୋ ଭୋ ହୋଇ ମାଆ କାନ୍ଦୁଛି । ଆଉ କହୁଛି, ମୋ ସୁନା ଝିଅ କୁଆଡେ ଗଲୁଲୋ ? ବାପା-ମାଆଙ୍କ ପାଇଁ ଆହାର ଯୋଗାଡ କରିବାକୁ ଯାଇ ଝିଅ ଯେତେବେଳେ ଆରପାରିକୁ ଚାଲିଯାଏ, ତେବେ ମାଆ କାନ୍ଦିବନି ତ ଆଉ କରିବ ବା କଣ ? ବର୍ଷେ ତଳେ ଭାଇ ଚାଲିଯାଇଥିଲା, ଏବେ ଭଉଣୀ । ମାତ୍ର ବର୍ଷକରେ ସାଙ୍ଗ ହୋଇ ଡକାଡକି ହୋଇ ଚାଲିଗଲେ ଭାଇ-ଭଉଣୀ । ୧୦ ମାସ ଗର୍ଭରେ ଧରି ଯାହାକୁ ଜନ୍ମ ଦେଇଥିଲା, ତାହାର ଜୀବନ ଯେତେବେଳେ ଗଲା ସେତେବେଳେ ମାଆର ଅବସ୍ଥା କଣ ହେଉଥିବ ଥରେ ଚିନ୍ତା କରନ୍ତୁ ।

ଅଧିକ ପଢ଼ନ୍ତୁ: ଭଗବାନ ଏମିତି ଦୁଃଖ କାହାକୁ ନଦିଅନ୍ତୁ ! ହସ ଖୁସିରେ ଖେଳୁଥିଲା ବେଳେ ଧରିଦେଲା ବିଦ୍ୟୁତ ତାର

ରୋଜଗାର ପାଇଁ ବାଙ୍ଗାଲୋର ଯାଇଥିବା ଝିଅ ସବୁବେଳେ ଘରକୁ ଫୋନ୍‌ କରେ । ସେଦିନ ବି ଫୋନ୍‌ କରିଥି ।ଲା ଆଉ ବାପା-ମାଆଙ୍କ ସହ କଥା ହେଉଥିଲା ଝିଅ । ବାସ୍‌ ୧୫ ମିନିଟ୍‌ ପରେ ଫୋନ୍‌ ଆସିଲା ତୁମ ଝିଅ ଆଉ ଏ ଦୁନିଆରେ ନାହିଁ । ଆଉ ଏଇ କଥା ଶୁଣିବା ପରେ ବାପା-ମାଆଙ୍କର ପାଦ ତଳୁ ଖସିଯାଇଥିଲା ମାଟି ।

ଏମିତି ଦୁଃଖଦ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଢୋଲମରା ଗାଁରେ । ମୃତ ଯୁବତୀ ହେଉଛନ୍ତି ଢୋଲମରା ଗାଁର ପାରମାଣିକ ପ୍ରଧାନଙ୍କ ୨୨ ବର୍ଷୀୟା ଝିଅ ପାର୍ବତୀ ପ୍ରଧାନ । ପାରମାଣିକ ପ୍ରଧାନଙ୍କର ଆର୍ଥିକସ୍ଥିତି ଭଲ ନଥିବାରୁ ଝିଅ ବାହାରେ କାମ କରୁଥିଲା । ଆଉ ଘରେ ବାପା-ମାଆ ଚାଷକାମରୁ ପରିବାର ପୋଷୁଥିଲେ। ପୁଅ ରୋଜଗାର ଆରମ୍ଭ କରୁ କରୁ ହଠାତ୍‌ ଗତବର୍ଷ ଆରପାରିକୁ ଚାଲିଗଲା। ଏହା ବାପାମା’ଙ୍କୁ ଶକ୍ତ ଧକ୍କା ଦେଇଥିବା ବେଳେ ସେମାନଙ୍କ ଆଖିରୁ ଲୁହ ଶୁଖିବା ନାଁ ଧରୁ ନ ଥିଲା।

ବାପାମା’ଙ୍କ ସାହାରା ହେବାକୁ ପୁଅ ଭଳି ସବୁ ଦାୟିତ୍ୱ ସମ୍ଭାଳିବାକୁ ଘରୁ ଗୋଡ଼ କାଢ଼ିଥିଲେ ପାର୍ବତୀ । ବିଏ ପାସ୍‌ କରିଥିବା ପାର୍ବତୀ ସେଠାରେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ ଏବଂ ମାସକୁ ମାସ ଘରକୁ ଟଙ୍କା ପଠାଉଥିଲେ । ହେଲେ ଗତ ଶନିବାର ପାର୍ବତୀ ବାପାମା’ଙ୍କ ସହ କଥା ହେଉଥିବା ବେଳେ ପ୍ରଥମାଷ୍ଟମୀ ପାଇଁ ଖୁବ୍‌ ଶୀଘ୍ର ଟଙ୍କା ପଠାଇବେ ବୋଲି ବି କହିଥିଲେ । ହେଲେ କଥା ହେବାର ୧୫ ମିନିଟ୍‌ ପରେ ପାର୍ବତୀଙ୍କ ସାଙ୍ଗ ଫୋନ୍‌ କରି ତୁମ ଝିଅ ଦେହ ଭଲ ନାହିଁ ବୋଲି କହିଥିଲେ । ଏହାପରେ ଫୋନ କରି ମେଡିକାଲ ନେବା ବାଟରେ ତାର ମୃତ୍ୟୁ ହୋଇଯାଇଥିବା କହିଲେ ।

ଝିଅ ସମ୍ପୂର୍ଣ୍ଣ ସୁସ୍ଥ ଥିବା ବେଳେ ହଠାତ୍‌ କ’ଣ ଘଟିଲା ଯେ ସେ ଆଖି ବୁଜିଲା । ତାହାର ଉତ୍ତର ପାଇପାରୁ ନାହାନ୍ତି ବୃଦ୍ଧ ବାପା ମା’ । ପରିବାର ମୁହଁରେ ଆହାର ଦେବାକୁ ସୁଦୂର ବାଙ୍ଗାଲୋର ଯାଇଥିବା ଝିଅ ଯେ ଏବେ ଶବ ହୋଇ ଫେରିବ ସେ କଥାକୁ ସହଜେ ଗ୍ରହଣ କରିପାରୁ ନାହାନ୍ତି ବାପା ମା’ । ଏବେ କେବଳ ଶେଷ ଥର ପାଇଁ ଝିଅ ମୁହଁ ଦେଖିବାକୁ ଅନାଇ ବସିଛନ୍ତି । ଆଉ ଝିଅକୁ ହରାଇ ଭୋ ଭୋ କାନ୍ଦୁଛନ୍ତି ।

(ରିପୋର୍ଟ- ପ୍ରବୀର ନାୟକ, ପଟ୍ଟାମୁଣ୍ଡାଇ)