ରବି ଫସଲ ପାଇଁ ମିଳୁନି ବିହନ, ସାର, ଔଷଧ
ମାର୍ଚ୍ଚ ୯ରେ ମାମଲାର ପରବର୍ତ୍ତୀ ଶୁଣାଣି
ଗଛ ମୂଳରେ ଚାଲିଛି ପୂଜାର୍ଚ୍ଚନ। ବିଭିନ୍ନ ଦେବାଦେବୀଙ୍କ ଫଟୋ ବି ଲାଗିଛି। ଆଉ ଜୋରସୋରରେ ଚାଲିଛି ପୂଜା। ଦେହରେ ଗେରୁଆ ବସ୍ତ୍ର, ବେକରେ ପଡିଛି ରୁଦ୍ରାକ୍ଷ ମାଳା। ଭୋଲାବାବାଙ୍କ ମନ୍ତ୍ର ଉଚ୍ଚାରଣ କରି ପୂଜା କରୁଥିବା ନାବାଳକ ଜଣକ ହେଉଛନ୍ତି ସ୍ୱାଧୀନ ରଣା। ବୟସ ୧୩ ହେବ। କିନ୍ତୁ ସେ କୁଆଡ଼େ ଭବିଷ୍ୟତ କହିପାରୁଥିବାରୁ ତାଙ୍କୁ ସ୍ଥାନୀୟ ଅଂଚଳରେ କୁନି ବାବା ବୋଲି ସମ୍ବୋଧନ କରୁଛନ୍ତି ଲୋକ।
ରାଇସିନା ହିଲ୍। ରାଷ୍ଟ୍ରପତିଙ୍କ ବାସଭବନ...ଦେଖିବାକୁ ଯେମିତି, ଅତ୍ୟାଧୁନିକ ବ୍ୟବସ୍ଥା ଉପଲବ୍ଧ ବି ସେମିତି..୩୪୦ କୋଠରୀକୁ ନେଇ ନିର୍ମାଣ ହୋଇଛି ଭବ୍ୟ ସୌଧ
ଆଜି ଟେଡି ଡେ, ଖାସ୍ କରି ପ୍ରେମିକମାନଙ୍କ ପାଇଁ ଆଜିର ଦିନ ବେଶ୍ ସ୍ୱତନ୍ତ୍ର । ନିଜ ପ୍ରେମିକାକୁ କଣ୍ଢେଇ ଭାବୁଥିବା ପ୍ରେମିକମାନେ ସୁନ୍ଦର ଓ ଆକର୍ଷଣୀୟ ଡିଜାଇନର କଣ୍ଢେଇ ଦେଇ ମନ ଜିଣିଥାନ୍ତି…
ଜୀବନ କେତେବେଳେ କାହାଁ ପାଇଁ କେମିତି । ଦିନେ ଯିଏ ଧନୀ ତା ପର ଦିନ ହୁଏତ ସେ ଦାଣ୍ଡର ଭିକାରୀ । ଠିକ୍ ଏମିତି କିଛି ଘଟିଛି ଦିଲ୍ଲୀର ଜଣେ ମହିଳାଙ୍କ କ୍ଷେତ୍ରରେ । ଏଇ ମାଆ ଦିନେ ପ୍ରାଚୁର୍ଯ୍ୟରେ ବଢ଼ିଥିଲେ, ଏବେ କିନ୍ତୁ ଦିଲ୍ଲୀର ରାଜପଥରେ ବିତୁଛି ଜୀବନ...
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତ ଲାଗି କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାଜଧାନୀ ଭୁବନେଶ୍ୱର ଓ କଟକରେ ମୋଟ ୬୦ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି।
କିଛିଦିନ ବ୍ୟବଧାନରେ ସେ ଓଡିଶା ଆସୁଥିବାରୁ ତାଙ୍କୁ ନେଇ ଚର୍ଚ୍ଚା ଚାଲିଛି। ଆସନ୍ତୁ ଜାଣିବା ଦେଶର ପ୍ରଥମ ନାଗରିକ ଭାବେ ଦ୍ରୌପଦୀଙ୍କୁ ଭାରତ ସରକାରଙ୍କ ପକ୍ଷରୁ କେଉଁ କେଉଁ ସୁବିଧା ମିଳୁଛି
ଦ୍ରୌପଦୀ ହେଉଛନ୍ତି ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି । ଏହାସହ ସେ ସର୍ବକନିଷ୍ଠ ରାଷ୍ଟ୍ରପତି ମଧ୍ୟ । ଦ୍ରୌପଦୀଙ୍କ ବ୍ୟକ୍ତିଗତ ଜୀବନକୁ ବାଦ ଦେଲେ ବୃତ୍ତିଗତ ଜୀବନ ତଥା ରାଜନୈତିକ ଜୀବନ ବେଶ୍ ରୋଚକପୂର୍ଣ୍ଣ । ୧୯୯୪ ରାଇରଙ୍ଗପୁରର ଶ୍ରୀ ଅରବିନ୍ଦ ଏଜୁକେସନ୍ ଆଣ୍ଡ୍ ରିସର୍ଚ୍ଚରେ ଶିକ୍ଷୟିତ୍ରୀ ଭାବରେ ଯୋଗ ଦେଇଥିଲେ । ବିଭିନ୍ନ ବିଷୟରେ ତାଙ୍କର ଦକ୍ଷତା ମଧ୍ୟ ଥିଲା। ତେଣୁ ଶିକ୍ଷୟିତ୍ରୀ ଭାବରେ ବେଶ ପ୍ରଶଂସା ସାଉଁଟିଥିଲେ ଦ୍ରୌପଦୀ।
ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ମାଡାମ୍ ପ୍ରେସିଡେଣ୍ଟ। ଏଥିପାଇଁ ସମସ୍ତ ପ୍ରସ୍ତୁତି ସହ ଶେଷ ହୋଇଛି ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ ପ୍ରକ୍ରିୟା। ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ କମିଶନରେଟ ପୋଲିସ ପକ୍ଷରୁ କରାଯାଇଛି ଫୁଲପ୍ରୁଫ ରିହର୍ସାଲ। ଆସନ୍ତାକାଲି ମଧ୍ୟାହ୍ନରେ ରାଷ୍ଟ୍ରପତି ଆସି ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ସିଧାସଳଖ ଉତ୍କଳ ମଣ୍ଡପରେ ଜ୍ଞାନପ୍ରଭା ମିଶନର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଯୋଗ ଦେବେ।
ଯେଉଁ କଲେଜରେ ଦିନେ ପାଠପଢୁଥିଲେ, ସେହି ଶିକ୍ଷାନୁଷ୍ଠାନରେ ଏବେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।
ଝାରସୁଗୁଡ଼ା ସରବାହାଲ ହାଇସ୍କୁଲ୍ ପଡ଼ିଆରେ ସ୍ୱର୍ଗତଃ ମନ୍ତ୍ରୀ ନବ ଦାସଙ୍କ ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ କରାଯାଇଥିଲା। ଏଥିରେ ବିଭିନ୍ନ ରାଜନୈତିକ ଦଳର ନେତା, ନବ ଦାସଙ୍କ ସମର୍ଥକଙ୍କ ସମେତ ପ୍ରମୁଖ ବ୍ୟକ୍ତି ଯୋଗ ଦେଇଥିଲେ।
ତାଳଚେର ଅନୁଗୁଳ-ମେରାମଣ୍ଡଳି ଉନ୍ନୟନ କର୍ତ୍ତୃପକ୍ଷ (ତାମଡ଼ା) ଓ ଏମ୍ସିଏଲ୍ ମଧ୍ୟରେ ଭୁଗର୍ଭ କୋଇଲା ଖଣିରେ ବାଲି ଭର୍ତ୍ତି କରିବାକୁ ନେଇ ଚିଠିରେ ଖେଳ ଚାଲିଛି । ଆଉ ସହରବାସୀଙ୍କ ଉପରେ ଘନେଇବାରେ ଲାଗିଛି ବିପଦ।
କଥାରେ ଅଛି, ମାରେ ହରି ତ ରଖେ କିଏ? ଜୀବନ ଦେଇଛନ୍ତି ଭଗବାନ। ଯେତେବେଳେ ସେ ଜଣକୁ ବଂଚାଇ ରଖିବାକୁ ଚାହିଁବେ, ତାହେଲେ କେହି ତାକୁ ମାରିପାରିବେ ନାହିଁ। ତୁର୍କୀ ଭୂମିକମ୍ପର ଧ୍ୱଂସସ୍ତୁପ ତଳୁ ଏବେ ଜୀବୀତ ଅବସ୍ଥାରେ ଉଦ୍ଧାର ହେଉଛନ୍ତି ଶହ ଶହ ଶିଶୁ। ସେ ଦୃଶ୍ୟ ଦେଖିଲେ ଛାତି ଫାଟିଗଲା ପରି ଲାଗିବ। ଖୁବ୍
ଆମକୁ ଖାଇବାକୁ ଦେବେ ବୋଲି କହିଲେ, ଆମେ ଆଇଲୁ। ଏବେ ଖାଇବାକୁ ଦେଉନାହାନ୍ତି...ଷଣ୍ଢକୁ ଡାଲି ଡିସ୍ ଦେଉଛନ୍ତି। ଟଙ୍କା କଥା ତ କହିନଥିଲେ? ନାରଣ ଏଇଠି କଣ ହେଉଥିଲା କିରେ?
ଜନ୍ମରୁ ଜଗାକୁ ଦେଖିନାହାନ୍ତି...ହେଲେ ଏମିତି ଭଜନ ଗାଉଛନ୍ତି ନଶୁଣିଲେ ବିଶ୍ୱାସ ହେବନି। କହୁଛନ୍ତି, ଆଖି ନଥିଲେ କଣ ହେବ? କଣ୍ଠ ଅଛି..ଲଢେଇ କିରିବି, ନିଶ୍ଚୟ ଜିତିବି
ପୁଣି ଦାନ ମାଝି ଘଟଣାର ପୁନରାବୃତ୍ତି। ପତ୍ନୀଙ୍କ ଶବକୁ ୩୩ କି.ମି. କାନ୍ଧରେ ବୋହିଲେ ସ୍ୱାମୀ। ଏଭଳି ହୃଦୟ ବିଦାରକ ଦୃଶ୍ୟ କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ୍ ସୀମାନ୍ତରେ ଦେଖିବାକୁ ମିଳିଛି।
ମାଆର ମମତା ସମସ୍ତଙ୍କ ପାଇଁ ସମାନ। ମଝି ରାସ୍ତାରେ ବାଛୁରୀର ଚିକିତ୍ସା କରୁଥିଲେ ଗୋ-ସେବକ ଓ ଡାକ୍ତର। ଚିକିତ୍ସକଙ୍କୁ ଚାଟି ଚାଲିଥିଲା ଗାଈ...
ତୁର୍କୀରେ ଛାତିଥରା ଭୂମିକଂପ। ହେଲେ ତାଳଚେରରେ ଛନକା, କାରଣ ବି ଆପଣଙ୍କ ସାମ୍ନାରେ। କାହା ଶୋଇବା ଘର ମଝିରେ ଗାତ, ତ କାହା ଘର ଅଗଣାରେ ଗଭୀର ଖାତ। ପୁଣି କେଉଁଠି ଘର କାନ୍ଥ ଫାଟିଛି, ତ କେଉଁଠି ଲୋକଙ୍କ ନିତିଦିନିଆ ଯାଆସ ରାସ୍ତାରେ ନିଶ୍ଚିତ ମୃତ୍ୟୁକୁ ଅପେକ୍ଷା କରିଛି ଖାଇ ଭଳି ଖାଲ। କୋଇଲା ଖାଦାନର ଗନ୍ତାଘର ତାଳଚେର ଅଞ୍ଚଳରେ ଯେଭଳି ଭାବରେ ବିପଦ ମୁହଁରେ ପଡିଛି ଜନଜୀବନ, ତାକୁ ନେଇ ଚିନ୍ତା ଯେତିକି, ଭୟ ବି ସେତିକି।ସାମାନ୍ୟ ଭୂମିକଂପର ଝଟକାରେ ସାରା ତାଳଚେର ସହର ତାସ୍ ଘର ଭଳି ମାଟିରେ ମିଶିବାକୁ ମିନିଟିଏ ବି ଲାଗିବନି କହିଛନ୍ତି ଅଞ୍ଚଳବାସୀ।
ଖରା ବଢ଼ିଲେ ଆହୁରି ଗମ୍ଭୀର ହେବ ସ୍ଥିତି
ସାମାନ୍ୟ ଝଟ୍କାରେ ସହର ଧୂଳିସାତ୍ ହେବା ଆଶଙ୍କା
ଏମାନଙ୍କୁ ଏସନ ସାହସିକତା ପୁରସ୍କାର ମିଳିବ। ଦେଖୁନୁରେ ନାରଣ, ଟ୍ରେନ କେମିତି ହର୍ଣ୍ଣ ଦେଇ ଆଗକୁ ମାଡିଆସୁଛି...ଏ ଭାଇ ଜଣକ ରେଳ ସାମ୍ନାରେ ଜିନିଷ ଧରି ଧାଉଁଛନ୍ତି। ଏମାନଙ୍କୁ କହିବୁ କଣ?
ହନୁମାନ ବେଶରେ ପହଞ୍ଚିଥିବା ଜଣେ ବ୍ୟକ୍ତିଙ୍କୁ ଦେଖିବାକୁ ସ୍ଥାନୀୟ ଅଂଚଳରେ ପ୍ରବଳ ଗହଳି ବି ଲାଗିଥିଲା। ଆଉ ଭକ୍ତଙ୍କ ଶ୍ରଦ୍ଧାକୁ ନିରାଶ କରିନଥିଲେ ହନୁମାନ। ହନୁମାନ ବେଶଧାରୀ ବ୍ୟକ୍ତି ଜଣଙ୍କ ହେଉଛନ୍ତି ସମ୍ବଲପୁର ବିଶ୍ୱ ବିଦ୍ୟାଳୟର ଲାଇବ୍ରେରୀ ଦାୟିତ୍ୱରେ ଥିବା ଚପରାସୀ କୃଷ୍ଣ ଚନ୍ଦ୍ର ମେହେର।
ଏମାନଙ୍କ ଉପଦ୍ରବ ଏତେ ମାତ୍ରାରେ ବଢିଲାଣି ଯେ ତ୍ରାହି ତ୍ରାହି ଡାକିଲେଣି ଫଳ ଓ ପରିବା ଦୋକାନୀ। ଦୋକାନରେ ପଶିବା ମାତ୍ରେ ପୂରା ସଫା କରିଦେଉଛନ୍ତି ସବୁ। ବଜାର ଭିତରେ ସାଇକେଲ କି ଗାଡିରେ ବ୍ୟାଗ୍ ରହିଲେ ତାକୁ ନେଇ ସିଧା ଗଛ ଉପରକୁ ଫେରାର। ମାଙ୍କଡକୁ ଉପଦ୍ରବ ନେଇ ବାରମ୍ବାର ପ୍ରଶାସନ ପାଖରେ ଅଭିଯୋଗ କରିଛନ୍ତି ଲୋକ। ଅଭିଯୋଗ ପରେ ଏବେ ଆକ୍ସନ ମୋଡରେ ବନବିଭାଗ।
ନିଜ ଅଞ୍ଚଳରୁ ପ୍ରାକୃତିକ ବାଷ୍ପ ଓ ଖଣିଜ ତୈଳ ବାହାରିବ କଥା ଶୁଣି ଖୁସି ସ୍ଥାନୀୟ ଅଞ୍ଚଳର ବାସିନ୍ଦା।