• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଦ୍ରୌପଦୀ ମୁର୍ମୁ। ଦେଶର ୧୫ ତମ ରାଷ୍ଟ୍ରପତି। ଖାଲି ୧୫ ତମ ରାଷ୍ଟ୍ରପତି ନୁହେଁ ବରଂ ଦେଶର ପ୍ରଥମ ଆଦିବାସୀ ଓ ସର୍ବକନିଷ୍ଠ ରାଷ୍ଟ୍ରପତି ହେଉଛନ୍ତି ଦ୍ରୌପଦୀ । ଦୁଇଦିନିଆ ଓଡିଶା ଗସ୍ତରେ ଆସୁଥିବାରୁ ତାଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା। ଆସନ୍ତୁ ଜାଣିବା ଶିକ୍ଷୟିତ୍ରୀରୁ କେମିତି ରାଷ୍ଟ୍ରପତି ହେଲେ ଦ୍ରୌପଦୀ ମୁର୍ମୁ?

ଜୁନ୍ ୨୦ ତାରିଖ...ନିଜର ୬୪ତମ ଜନ୍ମଦିନ ପାଳନ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେ ନିଜେ ବି ଜାଣିନଥିଲେ କି ସେହି ଜନ୍ମଦିନ ଦିନ ତାଙ୍କୁ ମିଳିବ ବିରାଟ ପୁରସ୍କାର। ତାଙ୍କୁ ଏମିତି ଏକ ଉପହାର ମିଳିବ ଯାହା ତାଙ୍କୁ ଦେଶର ଏକ ସର୍ବୋଚ୍ଚ ପଦରେ ଆସୀନ କରାଇବ । ତା’ପରଦିନ ଅର୍ଥାତ ଜୁନ୍ ୨୧ ତାରିଖ ଦ୍ରୌପଦୀଙ୍କୁ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଆଉ ଏବେ ଦେଶର ରାଷ୍ଟ୍ରପତି ହୋଇଛନ୍ତି ଦୌପଦୀ ମୁର୍ମୁ ।

ଅଧିକ ପଢ଼ନ୍ତୁ: ଦ୍ରୌପଦୀ ମୋର ପ୍ରକୃତ ନାଁ ନୁହେଁ; ଏମିତି କାହିଁକି କହିଲେ ମ୍ୟାଡମ ମୁର୍ମୁ

ଦ୍ରୌପଦୀ ହେଉଛନ୍ତି ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି । ଏହାସହ ସେ ସର୍ବକନିଷ୍ଠ ରାଷ୍ଟ୍ରପତି ମଧ୍ୟ । ଦ୍ରୌପଦୀଙ୍କ ବ୍ୟକ୍ତିଗତ ଜୀବନକୁ ବାଦ ଦେଲେ ବୃତ୍ତିଗତ ଜୀବନ ତଥା ରାଜନୈତିକ ଜୀବନ ବେଶ୍ ରୋଚକପୂର୍ଣ୍ଣ । ୧୯୯୪ ରାଇରଙ୍ଗପୁରର ଶ୍ରୀ ଅରବିନ୍ଦ ଏଜୁକେସନ୍ ଆଣ୍ଡ୍ ରିସର୍ଚ୍ଚରେ ଶିକ୍ଷୟିତ୍ରୀ ଭାବରେ ଯୋଗ ଦେଇଥିଲେ । ବିଭିନ୍ନ ବିଷୟରେ ତାଙ୍କର ଦକ୍ଷତା ମଧ୍ୟ ଥିଲା। ତେଣୁ ଶିକ୍ଷୟିତ୍ରୀ ଭାବରେ ବେଶ ପ୍ରଶଂସା ସାଉଁଟିଥିଲେ ଦ୍ରୌପଦୀ।

ପରିବାର କହିଲେ, ଦ୍ରୌପଦୀ ମୁର୍ମୁଙ୍କ ବିବାହ ଶ୍ୟାମଚରଣ ମୁର୍ମୁଙ୍କ ସହ ହୋଇଥିଲା । ତାଙ୍କର ଦୁଇ ପୁଅ ଓ ଜଣେ ଝିଅ ଥିଲେ। ହେଲେ ଭାଗ୍ୟର ବିଡମ୍ବନା ବିବାହର କିଛି ବର୍ଷ ପରେ ସ୍ୱାମୀଙ୍କର ଦେହାନ୍ତ ହୋଇଯାଇଥିଲା । ପରେ ପରେ ଦୁଇ ପୁଅଙ୍କର ମଧ୍ୟ ଦେହାନ୍ତ ହୋଇଥିଲା । ତଥାପି ଅସୀମ ଧୈର୍ଯ୍ୟ ସହକାରେ ଜୀବନ ପଥରେ ଆଗକୁ ବଢିଥିଲେ । ସ୍ୱାମୀ ଓ ଦୁଇ ପୁଅଙ୍କ ମୃତ୍ୟୁ ପରେ ନିଜ ଘରକୁ ଏକ ବିଦ୍ୟାଳୟରେ ପରିଣତ କରିଦେଇଥିଲେ ଦୌପଦୀ ମୁର୍ମୁ । ଆଜି ବି ସେଠାରେ ଏକ ବଡ ବୋର୍ଡିଙ୍ଗ ସ୍କୁଲ ଚାଲିଛି । ତେବେ ରାଷ୍ଟ୍ରପତି ପୂର୍ବରୁ ବେଶ ସଂଘର୍ଷପୂର୍ଣ୍ଣ ଜୀବନ ଅତିବାହିତ କରିଥିଲେ ଦ୍ରୌପଦୀ...ଆଜି ଓଡିଶା ଆସୁଥିବାରୁ ତାଙ୍କର ଜୀବନକାହାଣୀକୁ ନେଇ ଚାଲିଛି ଚର୍ଚ୍ଚା।