• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

କେମିତି ହେବ ଚାଷ ? କେମିତି ଆଗକୁ ବଢିବେ ଚାଷୀ ? କେଉଁଠି ବିହନ, ସାର, ଖତର ଅଭାବ ତ କେଉଁଠି ବଜାର ବ୍ୟବସ୍ଥା ନଥିବାରୁ ହଇରାଣ ହେଉଛନ୍ତି ଚାଷୀ । ପିଢି ପରେ ପିଢି ଯେଉଁଠି କୌଳିକ ବୃତ୍ତି ଭାବେ ଆଖୁ, ବାଦାମ ଚାଷ କରୁଥିଲେ । ଏବେ ସେଇ ଚାଷ ପ୍ରତି ବିମୁଖ ଚାଷୀ ।

ବୁଡ଼ିବାକୁ ବସିଲାଣି ବାଦାମ ଚାଷ । ଉପଯୁକ୍ତ ସମୟରେ ମଂଜି ନ ମିଳିବା, ସାର ବିହନ, ଔଷଧର ଅଭାବ ଖାଇ ଗୋଡାଉଛି ଚାଷୀଙ୍କୁ । ଯାହାଫଳରେ ବାଦାମ ଚାଷ ପ୍ରତି ବିମୁଖ ହେଉଛନ୍ତି ଚାଷୀ । କଟକ ଜିଲ୍ଲା ନିଆଳୀ କଂଟାପଡା ବ୍ଲକର ଅଧିକାଂଶ ଲୋକଙ୍କ ବେଉସା ।

ଦିନ ଥିଲା ଏକର ଏକର ଜାଗାରେ କେବଳ ବାଦାମ ଚାଷ ହିଁ ହେଉଥିଲା ।କିନ୍ତୁ ଏବେ ପୂର୍ବର ସେ ଅବସ୍ଥା ନାହିଁ । ଏଥିପାଇଁ ସରକାରୀ ଅବହେଳାକୁ ଦାୟୀ କରିଛନ୍ତି ଚାଷୀ । ସେପଟେ ଏନେଇ କୃଷି ଅଧିକାରୀଙ୍କ ସହ ଯୋଗାଯୋଗ କରାଯାଇଥିଲେବି ସେ ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି ।

ଅର୍ଥକରୀ ଫସଲ ଆଖୁ, କିନ୍ତୁ ଲାଭ ବଦଳରେ କେବଳ କ୍ଷତି ହିଁ ସହୁଛନ୍ତି ଚାଷୀ । କାରଣ- ବଜାର ବ୍ୟବସ୍ଥାର ଅଭାବ। ବିହନ କିଣାଠୁ ନେଇ ଖତ, ଔଷଧ, ଅମଳ ପିଛା ଖର୍ଚ୍ଚ ହେଉଛି ଅନେକ, କିନ୍ତୁ ଉଠିପାରୁନି ଚାଷୀଙ୍କ ପରିଶ୍ରମର ମୂଲ୍ୟ ।

ଏଭଳି ଅଭିଯୋଗ କରିଛନ୍ତି ନୂଆପଡ଼ା ଜିଲ୍ଲା ଖଡିଆଳ ଅଂଚଳର ଚାଷୀ । ଆଖୁରୁ ଗୁଡ଼ ତିଆରି କରି କେବଳ ନିଜେ ବ୍ୟବହାର କରିବା ସହ ପାଖ ହାଟରେ ଯାହା ବିକ୍ରି କରୁଛନ୍ତି । ସେପଟେ କମ୍ ଜମିରେ ଚାଷ ହେଉଥିବାରୁ ବର୍ତ୍ତମାନ ପାଇଁ କୌଣସି ସରକାରୀ ସୁବିଧା ନଥିବା କହିଛନ୍ତି ବ୍ଲକ କୃଷି ଅଧିକାରୀ ।