Advertisment

ଜାଣିରଖନ୍ତୁ ରାଷ୍ଟ୍ରପତିଙ୍କୁ କି କି ସୁବିଧା ମିଳେ?

କିଛିଦିନ ବ୍ୟବଧାନରେ ସେ ଓଡିଶା ଆସୁଥିବାରୁ ତାଙ୍କୁ ନେଇ ଚର୍ଚ୍ଚା ଚାଲିଛି। ଆସନ୍ତୁ ଜାଣିବା ଦେଶର ପ୍ରଥମ ନାଗରିକ ଭାବେ ଦ୍ରୌପଦୀଙ୍କୁ ଭାରତ ସରକାରଙ୍କ ପକ୍ଷରୁ କେଉଁ କେଉଁ ସୁବିଧା ମିଳୁଛି

author-image
Sarbeswar
ଅଦ୍ୟତନ ହୋଇଛି
President Of India Benifits

President Of India

ଆଜି ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଇରଙ୍ଗପୁରରୁ ରାଇସିନା ହିଲର ଯାତ୍ରାକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି ଦ୍ରୌପଦୀ। କିଛିଦିନ ବ୍ୟବଧାନରେ ସେ ଓଡିଶା ଆସୁଥିବାରୁ ତାଙ୍କୁ ନେଇ ଚର୍ଚ୍ଚା ଚାଲିଛି। ଆସନ୍ତୁ ଜାଣିବା ଦେଶର ପ୍ରଥମ ନାଗରିକ ଭାବେ ଦ୍ରୌପଦୀଙ୍କୁ ଭାରତ ସରକାରଙ୍କ ପକ୍ଷରୁ କେଉଁ କେଉଁ ସୁବିଧା ମିଳୁଛି....

Advertisment
  • ରାଷ୍ଟ୍ରପତି ହେବା ପରେ...

- ମାସିକ ପାଖାପାଖି ୫ ଲକ୍ଷ ଟଙ୍କାର ବେତନ ସହ ବିଭିନ୍ନ ପ୍ରକାର ଭତ୍ତା ମିଳେ

-ବିଶ୍ବର ଯୁଆଡେ ଗଲେ ବି ମାଗଣା ଯାତ୍ରା ମିଳେ ସୁବିଧା

- ଦେଖାଶୁଣା କରିବାରୁ ରହିଛନ୍ତି ୨ ଶହରୁ ଅଧିକ କର୍ମଚାରୀ

-ରହିବା ଲାଗି ରାଇସିନା ହିଲରେ ୩୪୦ରୁ ଅଧିକ କଠୋରୀ ମିଳିଛି

ଅଧିକ ପଢ଼ନ୍ତୁ: ରାଷ୍ଟ୍ରପତିଙ୍କ ଲାଗି ସୁବିଧା ସୁଯୋଗ : ଦୁନିଆର କୌଣସି ବି ସ୍ଥାନକୁ ମାଗଣା ଯାତ୍ରାର ସୁବିଧା

  • ମିଳିଛି ସ୍ୱତନ୍ତ୍ର ଗାଡ଼ି...

- ରାଷ୍ଟ୍ରପତିଙ୍କ ଯାତାୟତ ପାଇଁ କଷ୍ଟମାଇଜ୍ଡ ମର୍ସିଡିଜ୍ ବେଞ୍ଜ ଏସ୍ ୬୦୦ ମିଳେ

- ଏହି ଗାଡ଼ି ୧୫ କେଜି TNT ଆକ୍ରମଣ ୨ ମିଟର ଦୂରରୁ ସହିପାରିବ

- AK-47 ଗୁଳି ବି ଏହାକୁ ଭେଦ କରିପାରିବନି

- ବିସ୍ଫୋରକ, ବୋମା ଓ ଗ୍ୟାସ୍ ଆକ୍ରମଣରୁ ଏହା ସୁରକ୍ଷା ଦେବ

- ଏହା ମାତ୍ର ୮ ସେକେଣ୍ଡରେ ଶୂନରୁ ୧୦୦ କିଲୋମିଟର ସ୍ପିଡରେ ଚାଲିପାରିବ

- ଏହାର ସର୍ବାଧିକ ସ୍ପିଡ୍ ଘଣ୍ଟା ପ୍ରତି ୧୬୦ କିଲୋମିଟର ଅଧିକ ରହିଛି

  • ଅବସର ପରେ ବି ମିଳିବ ଅନେକ ସୁବିଧା...

- ଅବସର ପରେ ରାଷ୍ଟ୍ରପତିଙ୍କୁ ମାସିକ ଦେଢ଼ ଲକ୍ଷ ଟଙ୍କା ପେନସନ୍‌ ମିଳେ

- କର୍ମଚାରୀଙ୍କ ଖର୍ଚ୍ଚ ଲାଗି ଅତିରିକ୍ତ ୬୦ ହଜାର ଟଙ୍କା ବି ମିଳେ

- ରହିବା ପାଇଁ ଟାଇପ୍-୮ ବାସଗୃହ

- ଜୀବନ ସାରା ମାଗଣା ମେଡିକାଲ ସେବା

- ଜଣେ ସହଯୋଗୀଙ୍କ ସହ ଟ୍ରେନ୍ ଓ ବିମାନରେ ମାଗଣାରେ ଯାତ୍ରା ସୁବିଧା

ରାଷ୍ଟ୍ରପତି ହେବା ପରେ ଦ୍ୱିତୀୟ ଥର ପାଇଁ ଓଡିଶା ଗସ୍ତରେ ଆସୁଛନ୍ତି ଦ୍ରୌପଦୀ। ଦୁଇଦିନିଆ ଗସ୍ତରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ରହିଛି ରାଷ୍ଟ୍ରପତିଙ୍କର....

Advertisment

(ବ୍ୟୁରୋ ରିପୋର୍ଟ, ଓଟିଭି)

Draupadi Murmu President Of India
Advertisment
Advertisment