Advertisment

ଓଡ଼ିଶା ପୋଲିସ ସବ୍ ଇନିସପେକ୍ଟର ନିଯୁକ୍ତି ଉପରେ ରୋକ୍ ଲଗାଇଲେ ହାଇକୋର୍ଟ

ମାର୍ଚ୍ଚ ୯ରେ ମାମଲାର ପରବର୍ତ୍ତୀ ଶୁଣାଣି

author-image
Tanmay Kumar Mahalik
ଅଦ୍ୟତନ ହୋଇଛି
Stays Police SI Recruitment

Stays Police SI Recruitment

ଓଡ଼ିଶା ପୋଲିସ ସବ୍ ଇନିସପେକ୍ଟର ନିଯୁକ୍ତି ଉପରେ ହାଇକୋର୍ଟ ରୋକ୍ ଲଗାଇଛନ୍ତି । ୨୦୨୧ରେ ଓଡ଼ିଶା ପୋଲିସ ସବ୍ ଇନିସପେକ୍ଟର ନିଯୁକ୍ତି ସମ୍ପର୍କିତ ବିଜ୍ଞପ୍ତି ଉପରେ ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଦେଇଛନ୍ତି ।

Advertisment

୨୦୨୧ ଜୁନ୍ ୨୨ ତାରିଖରେ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ତା’ଉପରେ କୌଣସି ପଦକ୍ଷେପ ଗ୍ରହଣ କରିବାକୁ ହାଇକୋର୍ଟ ବାରଣ କରିଛନ୍ତି । ସର୍ବାଧିକ ବୟସ ସୀମା ବୃଦ୍ଧି ସଂପର୍କିତ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା ୨୦୨୨ ଜାନୁୟାରୀ ୧୫ ତାରିଖରେ ।

ଏହି ବିଜ୍ଞପ୍ତିକୁ କାହିକିଁ ରଦ୍ଦ କରାନଯିବ, ସେନେଇ ଜବାବ ଦେବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନୋଟିସ୍ କରିଛନ୍ତି । ଆସନ୍ତା ମାର୍ଚ୍ଚ ୯ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । 

Advertisment
Odisha News Odisha Police Odisha HighCourt
Advertisment
Advertisment