Advertisment

ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଟ୍ୱିନ୍‌ସିଟିରେ କଡ଼ା ସୁରକ୍ଷା ବ୍ୟବସ୍ଥା

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତ ଲାଗି କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାଜଧାନୀ ଭୁବନେଶ୍ୱର ଓ କଟକରେ ମୋଟ ୬୦ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
 President Draupadi Murmu To Visit Odisha Today

President Draupadi Murmu To Visit Odisha Today

ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁ ଙ୍କ ଏହା ଦ୍ୱିତୀୟ ଓଡ଼ିଶା ଗସ୍ତ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ରାଷ୍ଟ୍ରପତି ୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଥିବା ବେଳେ ଆଜି ସକାଳ ପ୍ରାୟ ୧୧ଟା ୧୫ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ। ସେଠାରୁ ସିଧାସଳଖ ରାଜଧାନୀର ଉତ୍କଳ ମଣ୍ଡପରେ ଜ୍ଞାନପ୍ରଭା ମିଶନର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଯୋଗଦେବେ। 

Advertisment

ଅପରାହ୍ଣ ୧ଟା ୫ ମିନିଟରେ ରାଷ୍ଟ୍ରପତି ରାଜଭବନରେ ଭୋଜନ କରିବେ। ଏହାସହ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଶନିବାର ସକାଳେ ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ପରେ କଟକର ନ୍ୟାସନାଲ୍ ରାଇସ୍ ରିସର୍ଚ୍ଚ ସେଣ୍ଟର ଇନଷ୍ଟିଚ୍ୟୁଟରେ ଦ୍ୱିତୀୟ ଇଣ୍ଡିଆ କଂଗ୍ରେସରେ ଯୋଗ ଦେବାପାଇଁ ହେଲିକପ୍ଟରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗସ୍ତ କରିବେ। ସେଠାରୁ ସିଧା ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚି ଦିଲ୍ଲୀ ଫେରି ଯିବେ ରାଷ୍ଟ୍ରପତି।

ଅଧିକ ପଢ଼ନ୍ତୁ: ଜାଣିରଖନ୍ତୁ ରାଷ୍ଟ୍ରପତିଙ୍କୁ କି କି ସୁବିଧା ମିଳେ?

ଏହି ଦୁଇ ଦିନିଆ ଓଡ଼ିଶା ଗସ୍ତ ସମୟରେ ରାଷ୍ଟ୍ରପତି ଅନ୍ୟାନ୍ୟ କାର୍ଯ୍ୟକ୍ରମ ସହ ନିଜେ ପଢ଼ିଥିବା ରମାଦେବୀ ବିଶ୍ୱବିଦ୍ୟାଳୟର ଏକ କାର୍ଯ୍ୟକ୍ରମରେ ବି ସାମିଲ ହେବେ। ଯାହାକୁ  ନେଇ ରମାଦେବୀ ୟୁନିଭର୍ସିଟିର ଛାତ୍ରୀଙ୍କ ସହ ରାଷ୍ଟ୍ରପତିଙ୍କ ସହପାଠିନୀ ମଧ୍ୟ ବେଶ୍ ଉତ୍ସାହିତ ଅଛନ୍ତି।

Advertisment

ରାଷ୍ଟ୍ରପତିଙ୍କ ଗସ୍ତ ଲାଗି କଡ଼ା ସୁରକ୍ଷା ବ୍ୟବସ୍ଥା...

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତ ଲାଗି କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାଜଧାନୀ ଭୁବନେଶ୍ୱର ଓ କଟକ ରେ ମୋଟ ୬୦ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି।

  • ରାଜଧାନୀରେ ୪୦ ପ୍ଲାଟୁନ୍ ଫୋର୍ସ ରାଷ୍ଟ୍ରପତିଙ୍କ ସୁରକ୍ଷାରେ ନିୟୋଜିତ ହୋଇଛନ୍ତି
  • ବ୍ଲୁ ବୁକ୍ ଅନୁସାରେ ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥା କରାଯାଇଛି
  • ସୁରକ୍ଷା ଦାୟିତ୍ୱରେ ୧୪ ଜଣ ଅତିରିକ୍ତ ଡିସିପି, ୩୫ ଜଣ ଏସିପି ଓ ୪୭ ଜଣ ଇନ୍ସପେକ୍ଟର ନିୟୋଜିତ ହୋଇଛନ୍ତି
  • ୧୮୮ ଏସଆଇ ଏବଂ ଏଏସଆଇ ରାଙ୍କ୍‌ ଅଫିସର ସହ ୫୦ ହୋମଗାର୍ଡ ରହିବେ
  • ରାଷ୍ଟ୍ରପତିଙ୍କ ଲିଙ୍ଗରାଜ ଦର୍ଶନ ସମୟରେ ଅଧଘଣ୍ଟା ପାଇଁ ସାଧାରଣ ଦର୍ଶନ ବନ୍ଦ ରହିବ
  • ରୁଟ୍‌ ଲାଇନିଂ, ନାଇଟ ଗାର୍ଡ, ଚପର ଗାର୍ଡ ଓ ରୁଫ୍‌ ଟପ୍‌ରେ ସୁରକ୍ଷାକର୍ମୀ ମୁତୟନ ରହିବେ।
  • ରାଜଭବନରେ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା କଡାକଡ଼ି କରାଯାଇଛି। ଏଣ୍ଟ୍ରି ଓ ଏକ୍‌ଜିଟ୍‌ ପଏଣ୍ଟ ସିସିଟିଭି ସର୍ଭେଲାନ୍ସରେ ରହିବ
  • ସେହିପରି ରାଷ୍ଟ୍ରପତିଙ୍କ କାରକେଡ଼ ଇନ୍‌ଚାର୍ଜ ଜଣେ ଏସପି ରାଙ୍କ୍‌ ଅଫିସର ରହିବେ 
President Odisha Visit President Draupadi Murmu
Advertisment
Advertisment