ମାଓବାଦୀ ଦର୍ଶାଇ ରାତିଅଧିଆ ଗିରଫଦାରୀ ଯୋଗୁଁ ବହୁ ଗାଁ ପୁରୁଷଶୂନ୍ୟ । ଆଦିବାସୀଙ୍କ ଉପରେ ଦମନଲୀଳାକୁ ନେଇ ଘେରିଲେ ବିରୋଧୀ ।
ଆଜି ପବିତ୍ର ଗୁରୁଦିବସରେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି ଶିକ୍ଷକମାନେ। ଭୁବନେଶ୍ୱରସ୍ଥ ଲୋୟର ପିଏମ୍ଜିରେ ଆନ୍ଦୋଳନ କରିଛନ୍ତି ଶିକ୍ଷକ। ବର୍ଷାରେ ଭିଜି ଭିଜି କଲେ ଆନ୍ଦୋଳନ। ଦାବି ପୂରଣ ନହେଲେ ଭୋଟ୍ ବାକ୍ସରେ ଜବାବ ଦେବାକୁ ଶିକ୍ଷକ ସଂଘ ଚେତାବନୀ ଦେଇଛି।
ଓଡ଼ିଶା ହାଇକୋର୍ଟର ନୂତନ ବିଚାରପତି ଭାବେ ଶିବଶଙ୍କର ମିଶ୍ର ଓ ଆନନ୍ଦ ଚନ୍ଦ୍ର ବେହେରା ଆଜି ଶପଥ ଗ୍ରହଣ କରିଛନ୍ତି।
ଦୁଇ ବଖରା ଆଜବେଷ୍ଟସ୍ ଘରୁ ଆରମ୍ଭ ହୋଇଥିଲା, ଏବେ ଛିଡ଼ାହୋଇଛି ବିଶାଳ କଲେଜ । ପଢୁଛନ୍ତି ୨ ହଜାରରୁ ଅଧିକ ଛାତ୍ରଛାତ୍ରୀ । ଦିନେ ଚାନ୍ଦା କରି କଲେଜ ଆରମ୍ଭ କରିଥିଲେ ଆଦର୍ଶ ଶିକ୍ଷକ ଶିଶିର ଦେହୁରୀ ।
ଶିକ୍ଷାଦାନରେ ବ୍ରତୀ, ଦିବ୍ୟାଙ୍ଗ ସୁବାସ୍ ସାର୍ । ବର୍ଷ ୭୦ ହେବ, ନିଜେ ଚାଲିବାକୁ ଟ୍ରାଇ ସାଇକେଲର ସାହାରା ନେଉଛନ୍ତି । ମାତ୍ର ୪୦ ବର୍ଷ ଧରି ପିଲାଙ୍କୁ ପାଠ ପଢାଇଚାଲିଛନ୍ତି । ଗୁରୁଦିବସରେ ଏମିତି ଗୁରୁଙ୍କୁ ଶହେ ନମସ୍କାର ।
ରାଷ୍ଟ୍ରପତି ପୁରସ୍କାର ପାଇଁ ମନୋନୀତ ଜଗତସିଂହପୁରର ସୁବାସ ସାର୍ । ନୂଆଦିଲ୍ଲୀରେ ବିଜ୍ଞାନ ଭବନରେ ଜାତୀୟ ଶିକ୍ଷକ ପୁରସ୍କାରରେ ସମ୍ମାନୀତ କରିବେ ଦେଶର ମହାମହିମ ରାଷ୍ଟ୍ରପତି ।
ଜାତୀୟ ଶିଷକ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି ଭଦ୍ରକର ଆଦର୍ଶ ଶିକ୍ଷକ ଶଶୀଶେଖର କରଶର୍ମା । ବନ୍ତ ବ୍ଳକ୍ କେନ୍ଦୁଆପଦା ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶଶୀଶେଖର ।
ସନ୍ଧ୍ୟାରେ କଟକ ଏବଂ ଭୁବନେଶ୍ୱରରେ ଦେଖା ଦେଉଥିବା ଅସମ୍ଭାଳ ଟ୍ରାଫିକ ସମସ୍ୟାକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି।
ମ୍ୟାଚ୍ କରୁନି ଡିଏନଏ, କଣ୍ଟେନରରେ 28 ମୃତଦେହ । ଏମସ କର୍ତ୍ତୃପକ୍ଷ କହିଲେ ମିଳୁନାହାନ୍ତି ଦାବିଦାର ।
ରାୟଗଡ଼ା କମରଡ଼ା ବ୍ଲକ ଆର୍ତମ୍ ଗାଁ ନିକଟରେ ଏକ ବସକୁ ଅଟକାଇ ଦେଇଛି ଦନ୍ତା ହାତୀ । ବସରେ ୪୦ରୁ ଅଧିକ ଯାତ୍ରୀ ରାୟଗଡ଼ା କଲ୍ୟାଣସିଂହପୁରରୁ ଆନ୍ଧ୍ର ପ୍ରଦେଶର ପାର୍ବତୀପୁରମକୁ ଯାଉଥିଲା ।
୩୨୩ ବର୍ଗଫୁଟ ପାଇଁ ଦେୟ ପଡ଼ିବନି, ଅଧିକ ହେଲେ ପ୍ରିମିୟମ ଦେବାକୁ ପଡ଼ିବ । କେହି ଅଧିକ ପ୍ରିମିୟମର ଅଭିଯୋଗ ଆଣିଲେ ତଦନ୍ତ ହେବ ବୋଲି କହିଛନ୍ତି BMC କମିଶନର ।
ଆନ୍ଦୋଳନକାରୀ ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି, ରାଜ୍ୟ ସରକାର ଦୀର୍ଘ ୨୧ବର୍ଷ ହେଲା କୌଣସି ଆୟୁଷ ଡାକ୍ତର ପଦବୀ ସୃଷ୍ଟି କରିନାହାନ୍ତି ।
ଛୁଆ ଜନ୍ମ ଦେଇନି କି ଗର୍ଭବତୀ ହୋଇନି । ହେଲେ ୧୩ ମାସର ବାଛୁରୀ ଦେଉଛି କ୍ଷୀର । ସକାଳେ ଓ ସନ୍ଧ୍ୟାରେ ଦେଢ ଲିଟର ଲେଖାଏ ୩ ଲିଟର କ୍ଷୀର ଦେଉଛି । ଅନ୍ୟପଟେ ବାଛୁରୀ କ୍ଷୀର ଦେଉଥିବାରୁ କାମଧେନୁ କହି ଦେଖିବାକୁ ଆଖପାଖ ଅଞ୍ଚଳର ବହୁ ଲୋକଙ୍କ ସମାଗମ ।
ନଦୀକୂଳିଆ ଲୋକଙ୍କୁ କୁମ୍ଭୀର ଭୟ। ଚାନ୍ଦବାଲି ଦେଇ ବହିଥିବା ଏକାଧିକ ନଦୀରେ ଏବେ କୁମ୍ଭୀର ଆତଙ୍କ। ବୈତରଣୀ, ସାଳନ୍ଦୀ ଏବଂ ମନ୍ତେଇ ନଦୀରେ କୁମ୍ଭୀରଙ୍କ ଡରରେ ଲୋକେ ଆତଙ୍କିତ।
ହଜି ଯାଉଥିବା କଳାକୁ ବଞ୍ଚାଇ ରଖିବା ସହ ହୋଇପାରିଛନ୍ତି ଜଣେ ସଫଳ କାରିଗର। କାଠ ମୂର୍ତ୍ତି ତିଆରି କରୁଥିଲେ ହେଁ ସରକାରୀ ସୁବିଧାରୁ ବଞ୍ଚିତ ଶିଳ୍ପୀ ପରିବାର ।
ଆଜି ଶ୍ରୀବିଗ୍ରହମାନଙ୍କର ରାହୁରେଖା ଲାଗି ନୀତି ଅନୁଷ୍ଠିତ ହେବ। ତେଣୁ ଆଜି ଶ୍ରୀମନ୍ଦିରରେ ୫ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।
ଭୁବନେଶ୍ୱର-ନୂଆଦିଲ୍ଲୀ ଇଣ୍ଡିଗୋ ବିମାନକୁ ଜରୁରୀକାଳୀନ ଅବତରଣ କରାଯାଇଛି। ଉଡ଼ାଣର ଅଳ୍ପ କିଛି ସମୟ ପରେ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଥିଲା।
ଗାଧୋଉ ଗାଧୋଉ ପୋଖରୀରେ ବୁଡି ମରିଗଲା ପୁଅ । ଡାକ୍ତର କହିଲେ ବଞ୍ଚିବା ଅସମ୍ଭବ । ହେଲେ ବି ପରିବାର ଲୋକଙ୍କ ମନ ବୁଝିଲାନି । ଦେବୀଙ୍କ ପାଖରେ ଝୁଣା ଦେଲେ, ପୁଅକୁ ବଂଚାଇବାକୁ ଚେଷ୍ଟା କଲେ । ଗାଁରେ ଲାଗିଲା ପ୍ରବଳ ଭିଡ
ଇଏ ଜଣେ ଶିକ୍ଷକ । ପିଲାଙ୍କୁ ପାଠ ପଢାଇବା ତାଙ୍କର ପେଶା...କିନ୍ତୁ ପରିବେଶ ସୁରକ୍ଷା ଦିଗରେ ସେ କାମ କରୁଛନ୍ତି । ଗାଁକୁ ଗାଁ ବୁଲୁଛନ୍ତି । ନିଜେ ତାଳଗଛ ଲଗାଇବା ସହିତ ପିଲାଙ୍କୁ ଗଛ ଲଗାଇବାର ଦେଉଛନ୍ତି ବାର୍ତ୍ତା
ଅସରାଏ ବର୍ଷା ଖୋଲିଦେଲା 5-T ସ୍କୁଲର ଚିତ୍ର । ସ୍କୁଲ ଘରେ ଲହରୀ ମାରିଲା ବର୍ଷା ପାଣି...ମାତ୍ର ୩ ମାସରେ ସ୍କୁଲ ଅବସ୍ଥା ପୂରା ବେହାଲ
କୋର୍ଟ ଅର୍ଡର କାଟି ଏମାନେ କଣ ସମାଧି ରଖିଦେବେ ? ମୁଁ କହିଦେଲି ମୁଁ କହିଦେଲି...ମନ୍ତ୍ରୀ କଣ କହିପାରିଲେ ନାହିଁ ? ପୂର୍ବରୁ ତ ମନ୍ଦିରକୁ ଏତେ ଟଙ୍କା ଦେଉନଥିଲ ? ଏବେ କାହିଁକି ଦେଉଛ ? ଶୁଣନ୍ତୁ ଖୋଲା କଥାରେ କଣ କହୁଛନ୍ତି ଗେପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ
ବାପା ନାହାନ୍ତି କି ମାଆ ନାହାନ୍ତି...କାନ୍ଥରେ ଲାଗିଥିବା ଫଟୋକୁ ଧରି ଭୋ ଭୋ କାନ୍ଦୁଛନ୍ତି ୨ ଭଉଣୀ । ଦୁଃଖ ଯେମିତି ୟାଙ୍କ ଭାଗ୍ୟରେ ଲେଖା
ଘର ନାହିଁ କି ଦ୍ୱାର ନାହିଁ । ଛପରରୁ ଟିଣ ଉଡିଗଲାଣି...ଦୁଇ ଝିଅର ବାହାଘର ପରେ ଘରେ କେହି ନାହାନ୍ତି । ବୟସାଧିକ କାରଣରୁ ଚଲାବୁଲା କରିବା ତାଙ୍କ ପକ୍ଷରେ କଷ୍ଟ । ଏମିତି ସ୍ଥିତିରେ ଜଗନ୍ନାଥ ହିଁ ଏମାନଙ୍କ ସାଜିଛନ୍ତି ସାହାଭରସା
ଗେହ୍ଲୁ ତୁମକୁ ସ୍ୱାମୀ ରୂପରେ ପାଇ ମୁଁ ବହୁତ ଖୁସୀ । ତୁମେ ବହୁତ ଆଗକୁ ଯାଅ...ତୁମକୁ ଛାଡିଯିବାର ଇଚ୍ଛା ହେଉନି, ହେଲେ ବି ମୁଁ ଯାଉଛି । ବାସ୍ ଏତିକି ଚିଠି ଲେଖିବା ପରେ ଜୀବନ ହାରିଦେଲେ ନବବଧୂ । ସେପଟେ ବାପଘର ଲୋକ ଆଣିଲେ ହତ୍ୟା ଅଭିଯୋଗ । ପ୍ରକୃତରେ ଘଟଣା ଥିଲା କଣ?
ଜଗା ପାଖକୁ ରାକ୍ଷୀ ପଠେଇଥିଲା କୁନି ଝିଅ । ସାଙ୍ଗରେ ଦେଇଥିଲା ଟଙ୍କା...ମାନସିକ ପୂରଣ ହେଲା, ଜଗନ୍ନାଥଙ୍କ ହାତରେ ରାକ୍ଷୀ ବନ୍ଧାଗଲା । ଆଉ କୁନି ଭଉଣୀ ଘରକୁ ଆସିଲା ଚିଠି । ଜଗା ରାକ୍ଷୀ ବାନ୍ଧିବା ପରେ କଣ ଲେଖିଛି ଚିଠି ଦେଖନ୍ତୁ ଏହି ଭିଡିଓ