Advertisment

ଦିନେ ଯାତ୍ରାପାର୍ଟି ବ୍ୟାନର ଲେଖୁଥିଲେ : ପରିଶ୍ରମ ଓ ଅଧ୍ୟବସାୟ ବଳରେ ଆଜି ସେ ପ୍ରସିଦ୍ଧ ଚିତ୍ରଶିଳ୍ପୀ

ଦିନେ ସେ ରାସ୍ତା କଡର କାନ୍ଥ ଓ ଯାତ୍ରା ପାର୍ଟି ବ୍ୟାନରେ ଚିତ୍ର ଆଙ୍କୁଥିଲେ। କିନ୍ତୁ ନିଜର ପରିଶ୍ରମ ଓ ଅଧ୍ୟବସାୟ ବଳରେ ସେ ପାଲଟି ଯାଇଛନ୍ତି ଜଣେ ପ୍ରସିଦ୍ଧ ଚିତ୍ରଶିଳ୍ପୀ। ଆମେ କହୁଛୁ ଭଦ୍ରକର ଯୁବ ଚିତ୍ରଶିଳ୍ପୀ ପ୍ରଭାତ ଜେନାଙ୍କ କଥା। ପିଲା ବେଳୁ ଜଣେ ଚିତ୍ରଶିଳ୍ପୀ ହେବା ପାଇଁ ସ୍ଵପ୍ନ ଦେଖିଥିବା ପ୍ରଭାତଙ୍କ ବାଟ ଓଗାଳିଥିଲା ଅର୍ଥ।

author-image
Prangyan Parimita
ଅଦ୍ୟତନ ହୋଇଛି
Painter

Painter

ଭଦ୍ରକ(ପାର୍ଥ ସାରଥୀ ନାୟକ) : ଦିନେ ସେ ରାସ୍ତା କଡର କାନ୍ଥ ଓ ଯାତ୍ରା ପାର୍ଟି ବ୍ୟାନରେ ଚିତ୍ର ଆଙ୍କୁଥିଲେ। କିନ୍ତୁ ନିଜର ପରିଶ୍ରମ ଓ ଅଧ୍ୟବସାୟ ବଳରେ ସେ ପାଲଟି ଯାଇଛନ୍ତି ଜଣେ ପ୍ରସିଦ୍ଧ ଚିତ୍ରଶିଳ୍ପୀ । ଭଦ୍ରକର ଯୁବ ଚିତ୍ରଶିଳ୍ପୀ ପ୍ରଭାତ ଜେନା ପିଲା ବେଳୁ ଜଣେ ଚିତ୍ରଶିଳ୍ପୀ ହେବା ପାଇଁ ସ୍ଵପ୍ନ ଦେଖୁଥିଲେ । ହେଲେ ତାଙ୍କ ବାଟ ଓଗାଳିଥିଲା ଅର୍ଥ । ତଥାପି ପ୍ରବଳ ଇଚ୍ଛା ଆଗରେ ହାର ମାନିଲା ଅର୍ଥବଳ । ଅଭାବର ବାଟ ଚିରି ଶିଖର ଛୁଇଁବାରେ ଆଜି ସେ ସଫଳ ହୋଇଛନ୍ତି । ଆଖି ଆଗରେ ସେ ଯାହା ଦେଖନ୍ତି, ଫଟାଫଟ ଆଙ୍କି ଦିଅନ୍ତି।

Advertisment

ଭଦ୍ରକ ଜିଲ୍ଲା ବୁଡ଼ଙ୍ଗ ଗାଁର ସ୍ଵର୍ଗତ ରତ୍ନାକର ଜେନା ଓ ସାବିତ୍ରୀ ଜେନାଙ୍କ ପୁଅ ପ୍ରଭାତ । ପିଲା ଦିନେ ଅନେକ ଦୁଃଖ କଷ୍ଟ ସହିଛନ୍ତି । ଅନ୍ୟ ଘରେ କାମ କରି ପାଠ ପଢ଼ିବା ସହ ଗୁରୁ ନିଜାମଙ୍କ ପାଖରେ ଚିତ୍ର କଳା ଶିକ୍ଷା ଗ୍ରହଣ କରିଥିଲେ। ଯାହାକି ତାଙ୍କୁ ଆଣି ଦେଇଛି ଅନେକ ସଫଳତା ଓ ଅଜସ୍ର ସମ୍ମାନ। ଏଥିପାଇଁ ଅନେକ ସଂଗଠନ ଦ୍ୱାରା ସମ୍ମାନୀତ ହୋଇଛନ୍ତି ପ୍ରଭାତ।

ଦର୍ଶକଙ୍କୁ ପ୍ରଥମେ ଆକୃଷ୍ଟ କରିଥାଏ ଯାତ୍ରାର ମୁଖଶାଳା । ଏହି ମୁଖଶାଳା ଯେଉଁମାନଙ୍କ ରଂଗ ତୁଳୀରେ ଝଲମଲ ଦିଶେ ସେମାନଙ୍କ ମଧ୍ୟରୁ ଜଣ ହେଲେ ଯୁବ ଚିତ୍ରଶିଳ୍ପୀ ପ୍ରଭାତ । ଯାତ୍ରା ପାର୍ଟି ବ୍ୟାନର ଲେଖିବାରେ ସେ ବେଶ ଲୋକପ୍ରିୟତା ଅର୍ଜନ କରିଛନ୍ତି। ଗୌରୀ, ଧଉଳି, ବାଘାଯତିନ, ପାର୍ବିତୀ ଗଣନାଟ୍ୟ ସମେତ ଅନେକ ଯାତ୍ରା ସଂସ୍ଥାରେ ତାଙ୍କ ଆର୍ଟର ଝଲକ ଦେଖିବାକୁ ମିଳିଥାଏ ।

Advertisment

ଜଣେ ଭଲ ଚିତ୍ରକର ହେବା ପାଇଁ ବେଶ ପରିଶ୍ରମ କରିଛନ୍ତି ପ୍ରଭାତ। ଆଜି ସେ ସଫଳତାର ଶୀର୍ଷରେ ପହଞ୍ଚିବାରେ ସକ୍ଷମ ହୋଇଛନ୍ତି। ଦିନେ ଅନ୍ୟ ପାଖରେ ଚିତ୍ର କରି ସେ ନିଜର ପେଟ ପୋଷୁଥିଲେ। ଏବେ କିନ୍ତୁ ନିଜ ପ୍ରଚେଷ୍ଟାରେ ଏକ ପ୍ରତିଷ୍ଠାନ ତିଆରି କରି ଅନ୍ୟମାନଙ୍କୁ ରୋଜଗାରର ବାଟ ଦେଖାଇଛନ୍ତି। ତାଙ୍କଠାରୁ ଶିକ୍ଷା ଲାଭ କରି ଓଡିଶାର ଅନେକ ଯୁବକ ଆତ୍ମନିର୍ଭରଶୀଳ ହୋଇ ପାରିଛନ୍ତି । ସମୟ ବଦଳଛି। ଆଗଭଳି କାନଭାସରେ ଆଉ ଚିତ୍ର ଅଙ୍କା ଯାଉନାହିଁ। କମ୍ପ୍ୟୁଟରରେ ବିଭିନ୍ନ ପ୍ରକାର ଆର୍ଟ କରି ନିଜକୁ ବେଶ ପରିଚିତ କରି ପାରିଛନ୍ତି ପ୍ରଭାତ । ଚିତ୍ର ଅଙ୍କନ ଶୈଳୀ, ପରିମାର୍ଜିତ ବ୍ୟବହାର ଓ ସାଧୁତା ତାଙ୍କୁ ଆଣି ଦେଇଛି ଅନେକ ସଫଳତା ।

Motivational Story Successful Journey Of Pravat Jena
Advertisment
Advertisment