• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Zero rupee note know why it was printed
କାହିଁକି ବାହାରିଥିଲା ଶୂନ ଟଙ୍କିଆ ନୋଟ୍?

ପୂର୍ବରୁ ଛପାଯାଉଥିବା ଶୂନ ଟଙ୍କିଆ ନୋଟ୍‌। ଏଥିରେ ବି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଫଟୋ ଛପା ଯାଇଥିଲା। ଏହା ଅନ୍ୟ ନୋଟ୍ ପରି ମଧ୍ୟ ଦେଖାଯାଉଥିଲା। କିନ୍ତୁ ଏହା କାହିଁକି ଛପା ହେଉଥିଲା ଜାଣନ୍ତୁ।

This man got salary and promotion for sleeping
ଫିଲ୍ମ ଦେଖୁଥିଲେ, ଶୋଉଥିଲେ; କମ୍ପାନୀ ଦେଉଥିଲା ଦରମା

୫ ମିନିଟ୍‌ କରୁଥିଲେ ଅଫିସ୍‌ କାମ। ବାକି ସମୟ ଫିଲ୍ମ ଦେଖୁଥିଲେ ନଚେତ ଶୋଉଥିଲେ। ଏହା ସତ୍ୱେ ଦରମା ବଢି ବଢି ଚାଲିଥିଲା ଆଉ ପଦୋନ୍ନତି ମଧ୍ୟ। ଏହା କିପରି ସମ୍ଭବ ଆସନ୍ତୁ ଜାଣିବା।

Earth, Mars were formed from collisions of large bodies
ନୂଆ ଅଧ୍ୟୟନ : କିପରି ସୃଷ୍ଟି ହୋଇଥିଲା ପୃଥିବୀ ଓ ମଙ୍ଗଳ

ସୌର ପ୍ରଣାଳୀର ଗ୍ରହ ଗଠନ ବିଷୟରେ ଦୁଇ ପ୍ରକାରର ତତ୍ତ୍ୱ ଅଛି। ନୂଆ ତତ୍ତ୍ୱ କହୁଛି ଯେ ମିଲିମିଟର ଆକାରର ଖଣ୍ଡଗୁଡ଼ିକ ସୌର ପ୍ରଣାଳୀର ବାହ୍ୟ ଅଂଶରୁ ସୂର୍ଯ୍ୟ ଆଡକୁ ଆସିବା ଆରମ୍ଭ କଲା ଏବଂ ବାଟରେ ସେଗୁଡିକ ବଡ ହୋଇ ନବଜାତ ଗ୍ରହର ଆକାର ନେଲେ ଏବଂ ସୌର ପ୍ରଣାଳୀର ଭିତର ଭାଗରେ ପହଞ୍ଚିଲେ।

ବିଜୁ ଗାଁ ଗାଡ଼ି
ବାଟବଣା ହେଲା କି ବିଜୁ ଗାଁ ଗାଡ଼ି?

ବିପଜ୍ଜନକ ଯାତ୍ରାରୁ ଲୋକଙ୍କୁ ମୁକ୍ତି ଦେବାକୁ ସାତ ବର୍ଷ ତଳେ ଅର୍ଥାତ୍ ୨୦୧୪ରେ ରାଜ୍ୟ ସରକାର ବିଜୁ ଗାଁ ଗାଡ଼ି ଯୋଜନା ଆରମ୍ଭ କରିଥିଲେ।

Woman married ex-boyfriend who threw acid on her face
ଯିଏ ଫିଙ୍ଗିଥିଲା ଏସିଡ୍, ତା’ର ହାତ ଧରିଲେ ମହିଳା

ପ୍ରତିଶୋଧ ନେବା ପାଇଁ ପ୍ରେମିକାଙ୍କ ମୁହଁରେ କରିଥିଲେ ଏସିଡ୍‌ ମାଡ। ଆଇନ ବି ନେଇଥିଲା କଠୋର ବ୍ୟବସ୍ଥା। କିନ୍ତୁ ଓଲଟି ଗଲେ ମହିଳା। ଶେଷରେ ଆକ୍ରମଣକାରୀକୁ ବିବାହ କରିନେଲେ।

Migratory Birds
ସିକ୍ରେଟ୍ ଡିସ୍ ପାଲଟିଛନ୍ତି କି ବିଦେଶାଗତ ପକ୍ଷୀ ? ଟାଙ୍ଗି ଏନ୍ଏଚ୍ କଡ଼ରୁ ଶତାଧିକ ପକ୍ଷୀଙ୍କ ମୃତଦେହ ଠାବ ପରେ ଉଠିଲା ପ୍ରଶ୍ନ

ଚିଲିକା ଅଞ୍ଚଳର ହୋଟେଲ୍ ଗୁଡ଼ିକରେ ମେଲିଛି କି ବିଦେଶାଗତ ପକ୍ଷୀଙ୍କୁ ନେଇ ପ୍ରସ୍ତୁତ ଖାଦ୍ୟ ପସରା ? ପର୍ଯ୍ୟଟନ ଋ଼ତୁରେ ଢାବା ଗୁଡ଼ିକରେ ଅତିଥି ବିହଙ୍ଗ ବନିଯାଇଛନ୍ତି କି ପର୍ଯ୍ୟଟକଙ୍କ ସୁସ୍ୱାଦୁ ଖାଦ୍ୟ ? ଗରାଖଙ୍କୁ ଭିନ୍ନ ସ୍ୱାଦ ଚଖାଇ ମାଲାମାଲ୍ ହେବା ପାଇଁ ନିରୀହ ପକ୍ଷୀଙ୍କୁ ସିକ୍ରେଟ୍ ଡିସ୍ରେ ସାମିଲ କରିନାହାଁନ୍ତି ତ ଢାବା ଓ ହୋଟେଲ୍ ମାଲିକ

rape
ଗଣଦୁଷ୍କର୍ମ ମାମଲାରେ ୪ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ, ଅଭିଯୋଗକାରିଣୀଙ୍କ ନାମରେ ମାମଲା ରୁଜୁ ପାଇଁ କୋର୍ଟଙ୍କ ନିର୍ଦ୍ଦେଶ

ଗତ ବର୍ଷ ମେ’ ମାସରେ ସଦର ଥାନାରେ ଏହି ଗଣଦୁଷ୍କର୍ମ ନେଇ ଅଭିଯୋଗ ହୋଇଥିଲା। ଯୁବତୀ ଜଣଙ୍କ ନିଜେ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ ଆଧାରରେ ପୁଲିସ୍ ଘଟଣାର ତଦନ୍ତ କରିଥିଲା। ଯୁବତୀଙ୍କ ବୟାନ ରେକର୍ଡ କରିଥିଲା। ମାଜିଷ୍ଟ୍ରେଟ୍‌ଙ୍କ ସମ୍ମୁଖରେ ୧୬୪ ସିଆର୍‌ପିସିରେ ମଧ୍ୟ ତାଙ୍କ ବୟାନ ରେକର୍ଡ କରାଯାଇଥିଲା।

Sudarshan Patnaik sandart
ସୁଦର୍ଶନଙ୍କ ବିରାଟ ବାଲୁକା କଳାକୃତି: ୫ ହଜାର ୪୦୦ ଗୋଲାପରେ ସାନ୍ତା କ୍ଲଜ୍‌ଙ୍କୁ ସଜ୍ଜାଇଲେ

ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଏକ ନିଆରା ପ୍ରୟାସ କରିଛନ୍ତି । ସବୁ ବେଳେ ସେ ତାଙ୍କ ବାଲୁକାଶିଳ୍ପକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ପ୍ରଥମଥର ପାଇଁ ସେ ୫ ହଜାର୪୦୦ଟି ଗୋଲାପ ବ୍ୟବହାର କରି ପୁରୀ ବେଳାଭୂମିରେ ସାନ୍ତାଙ୍କ ଏକ ବିରାଟ ବାଲୁକା କଳା ନିର୍ମାଣ କରିଛନ୍ତି ।

shanghai astronomy museum
ନିଆରା ସଂଗ୍ରହାଳୟ, ଯେଉଁଠି ବ୍ରହ୍ମାଣ୍ଡର ଅନୁଭୂତି ପାଆନ୍ତି ପର୍ଯ୍ୟଟକ

ବିଶ୍ୱର ସର୍ବବୃହତ୍‌ ଜ୍ୟୋତିର୍ବିଜ୍ଞାନ ସଂଗ୍ରହାଳୟ ରହିଛି ଚୀନ ସଂଘାଇରେ । ନିକଟ ଅତୀତରେ ସର୍ବସାଧାରଣଙ୍କ ପାଇଁ ଏହା ଖୋଲିଛି । କିନ୍ତୁ ଏହାର ଆକାରକୁ ନେଇ ଦୀର୍ଘ ଦିନ ହେବ ଏହା ଚର୍ଚ୍ଚାରେ ରହି ଆସିଛି । ଆଉ ବାସ୍ତବରେ ଏହି ସଂଗ୍ରହାଳୟ ସମସ୍ତ ପର୍ଯ୍ୟଟକଙ୍କୁ ଦେଇଥାଏ ନିଆରା ଅନୁଭୂତି । ତେବେ ବାସ୍ତବରେ କଣ ଏହା ଏକ ନିଆରା ସଂଗ୍ରହାଳୟ…ଚାଲନ୍ତୁ ଜାଣିବା

2 year old kid smoke 40 cigarettes in 1 day
ଦିନକୁ ୪୦ଟା ସିଗାରେଟ୍ ଟାଣୁଥିଲା ୨ ବର୍ଷର ପିଲା

ବୟସ ମାତ୍ର ୨। ଦିନକୁ ଟାଣୁଥିଲା ୪୦ଟା ସିଗାରେଟ୍। ଛାଡିଲେ ବିନ୍ଧୁଥିଲା ମୁଣ୍ଡ ଆଉ ହେଉଥିଲା ପ୍ରବଳ ଭୋକ। ଏବେ ଏମିତି ଅବସ୍ଥା ଦେଖିଲେ ଚିହ୍ନିପାରିବେ ନାହିଁ।

dog
ବିଷଧର ନାଗକୁ ଘରେ ପୂରାଇ ଦେଲାନି ‘କାଳୀ’ : ଗର୍ଭବତୀ ଥିବା ସତ୍ତ୍ୱେ ମାଲିକ ପାଇଁ ସାପ ସହ ଲଢ଼ିଲା

ସାପକୁ ଆକ୍ରମଣ କରି ଘାଇଲା କଲା ଡୋବରମ୍ୟାନ କୁକର କାଳୀ । ଝପଟି ଯାଇ ଘର ଅଗଣାରେ ବିଷଧର ନାଗର ବାଟ ଓଗାଳିଲା, କୌଣସି ମତେ ସାପକୁ ଘରେ ପୂରାଇ ଦେଲାନି ।

sonepur
କଟନୀଛଟନୀ କଲେ ତ୍ରାହି ନାହିଁ ! ଜେଲ୍‌ ପଠାଇ ଦେବାକୁ ଚେତାବନୀ ଦେଲେ ମନ୍ତ୍ରୀ

ଅର୍ଥମନ୍ତ୍ରୀ ତରଭା ବ୍ଲକର ବିଭିନ୍ନ ମଣ୍ଡି ବୁଲି ଦେଖୁଥିବା ବେଳେ ଚାଷୀମାନେ ତାଙ୍କୁ ଘେରାଉ କରି କଟନି ଛଟନି ସଂପର୍କରେ ଅଭିଯୋଗ କରିଥିଲେ । ଏହାକୁ ନେଇ ସେ ଅସନ୍ତୋଷ ପ୍ରକାଶ କରିବା ସହ କଟନୀ ଛଟନୀର ତଦାରଖ କରିବା ଲାଗି ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Viral News
କୁକୁର ଛୁଆକୁ ନିଜ ଛୁଆ ପରି ଭଲପାଉଛି କୁକୁଡା…

ଏକ ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି । ଯେଉଁଥିରେ କୁକୁଡାଟି ଏକ କୁକୁର ଛୁଆକୁ ସ୍ନେହ ମମତାର ସହ ଆପଣାଉଥିବାର ଦେଖିବାକୁ ମିଳିଛି ।୧୫ ସେକେଣ୍ଟର ଏହି ଭାଇରାଲ୍‌ ଭିଡିଓକୁ ଦେଖିବା ମାତ୍ରେ ନିଶ୍ଚିତ ଆପଣଙ୍କ ମୁହଁରେ ହସ ଫୁଟିଯିବ ।

teacher
ଚାଟଶାଳୀରେ ଖଡ଼ି ଧରାଇ ପାଠ ଶିଖାନ୍ତି ଭିନ୍ନକ୍ଷମ ଶିକ୍ଷକ ଗୋବିନ୍ଦ ! ବିନା ପାରିଶ୍ରମିକରେ ୪୦ ବର୍ଷ ଧରି ଜାରି ରଖିଛନ୍ତି ସାଧନା

ଶହ ଶହ ପିଲାଙ୍କ ମାନ ଅଭିମାନ ଗୋବିନ୍ଦ ଗୁରୁଜୀ । କିଛି ଆଶା ନକରି ପାଠ ପଢ଼ାନ୍ତି । ପାରିଶ୍ରମିକ ଦରକାର ପଡ଼େନି । ମନର ଶାନ୍ତି ପାଇଁ ପିଲାଙ୍କୁ ପାଠ ପଢ଼ାନ୍ତି ।

Dakota
ପୁଣି ଡାକୋଟା ଚର୍ଚ୍ଚାରେ ! ଓଡ଼ିଶା ଆସିବା ନେଇ ବାରମ୍ବାର ଆରମ୍ଭ ହେଉଛି ପ୍ରକ୍ରିୟା

ଡାକୋଟାକୁ ଭୁବନେଶ୍ୱର ଆଣିବା ପରେ ଏହାକୁ ସଂଗ୍ରାହଳୟରେ ସଂରକ୍ଷିତ କରି ରଖାଯିବାକୁ ଯୋଜନା ରଖାଯାଇଛି । ଏବେ କୋଲକାତା ବିମାନ ବନ୍ଦରର ଏକ ଅଗମ୍ୟ ସ୍ଥାନରେ ପଡ଼ି ରହିଛି ଡାକୋଟା । 

  • Saturday, 25 December 2021
  • Dakota
Christmas 2021 - People Celebrate Birth Of Jesus
ଯୀଶୁଙ୍କ ଧରାବତରଣ

ଆଜିର ଦିନକୁ ବଡ଼ଦିନ ଭାବେ ପାଳନ କରୁଛନ୍ତି ବିଶ୍ୱର କୋଣ ଅନୁକୋଣରେ ରହୁଥିବା କୋଟି କୋଟି ଖ୍ରୀଷ୍ଟ ଧର୍ମାବଳମ୍ବୀ.. ଆଜି ମଧ୍ୟରାତ୍ରିରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହୋଇଛି.. ହେଲେ କୋଭିଡ୍ ପାଇଁ ସବୁ ଫିକା...

Worlds longest running santa school trains hundreds santa every year
୮୫ ବର୍ଷ ଧରି ଏଠାରେ ଚାଲିଛି ସାନ୍ତା ସ୍କୁଲ୍; କେବଳ ମୋଟା ଲୋକଙ୍କୁ ହିଁ ମିଳିଥାଏ ଆଡ୍‌ମିସନ୍‌...

ଖ୍ରାଷ୍ଟମାସରେ ସାନ୍ତା କ୍ଲଜ୍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥାଏ । ହେଲେ ଆପଣ କେବେ ଶୁଣିଛନ୍ତି କି ସାନ୍ତା ସ୍କୁଲ୍ । ଆମେରିକାର ମିଚିଗାନରେ ଏକ ବିଦ୍ୟାଳୟ ଅଛି, ଯେଉଁଠି ଗତ ୮୫ ବର୍ଷ ଧରି ସାନ୍ତାଙ୍କ ତାଲିମ ଦିଆଯାଏ । ଏହି ବିଦ୍ୟାଳୟରେ ଆଡମିଶନ କରିଥିବା ଲୋକଙ୍କୁ ସାନ୍ତା ଭଳି କାର୍ଯ୍ୟ କରିବାକୁ ତାଲିମ ଦିଆଯାଏ ।

cuttack SCB
ଏସ୍‌ସିବି ମେଡିକାଲ୍‌ରେ BSKY ଯୋଜନା ବାଟବଣା !

କଟକ ଏସସିବି ମେଡିକାଲର ଇନଡୋର ରୋଗୀଙ୍କ ପାଇଁ ମାଗଣା ମେଡିସିନ୍ ବ୍ୟବସ୍ଥା ଠପ୍ ହୋଇଯାଇଛି । ନ୍ୟୁରୋଲୋଜି ବିଭାଗରେ ରୋଗୀଙ୍କୁ ମିଳୁନି ଆବଶ୍ୟକ ଇଞ୍ଜେକସନ୍ । ସରକାର ଗୋଟିଏ ପଟେ ମାଗଣା ସ୍ମାର୍ଟ ସ୍ୱାସ୍ଥ୍ୟକାର୍ଡ ବଣ୍ଟନ ପ୍ରଚାର ସାଙ୍ଗକୁ ମାଳମାଳ ହୋର୍ଡିଂ ମାରି ବାହାବା ନେବାରେ ବ୍ୟସ୍ତ ଥିବାବେଳେ ଅନ୍ୟପଟେ ବାସ୍ତବ ଚିତ୍ର କିଛି ଏମିତି ଲାଗୁଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଏବେ ବାଟବଣା ।

Consumer Court
ବୃଦ୍ଧ ବୟସରେ ମାତ୍ର ୩୯୯ ଟଙ୍କା ଫେରିପାଇବା ଆଶାରେ ଦୌଡ଼ୁଛନ୍ତି କଞ୍ଜୁମର କୋର୍ଟ

ଭୁବନେଶ୍ୱରର ଅବସରପ୍ରାପ୍ତ ଶିକ୍ଷକ ଲକ୍ଷ୍ମୀଧର ଚହଟରାୟ ବୃଦ୍ଧ ବୟସରେ ମାତ୍ର ୩୯୯ ଟଙ୍କା ଫେରିପାଇବା ଆଶାରେ ଦୌଡ଼ୁଛନ୍ତି ଖଣ୍ଡଗିରିରେ ଥିବା ଖୋର୍ଦ୍ଧା କଞ୍ଜୁମର କୋର୍ଟକୁ । କଥା ୩୯୯ ଟଙ୍କାର ନୁହଁ । ଲଢ଼େଇ ହକ୍‌ର । ଝାଳବୁହା ପଇସା ଫେରି ପାଇବାର । 

  • Friday, 24 December 2021
Dhana Mandi
ମଣ୍ଡିରେ ପଡି ରହିଛି ଶହ ଶହ ବସ୍ତା ଧାନ । ଦିନରେ ଖରା ମାଡ, ରାତିରେ ହାଡଭଙ୍ଗା ଜାଡ

ମଣ୍ଡିରେ ପଡି ରହିଛି ଶହ ଶହ ବସ୍ତା ଧାନ । ଦିନରେ ଖରା ମାଡ, ରାତିରେ ହାଡଭଙ୍ଗା ଜାଡ । ଖୋଲା ଆକାଶ ତଳେ କଷ୍ଟ ଅର୍ଜିତ ଅମଳ ଧାନକୁ ଜଗି ରହିଛି ଚାଷୀ ।

  • Friday, 24 December 2021
Dhana Mandi
ଭାରି କଷ୍ଟ ! କେହି ଶୁଣୁ ନାହାନ୍ତି ଦୁଃଖ, ଜାଡ଼ ଶୀତରେ ଜରି ପାଲ ତଳେ ମଣ୍ଡିରେ ଧାନ ଜଗି ବସିଛି ଚାଷୀ

୧୨ ଦିନ ହେଲାଣି ଆନ୍ଦୋଳନରେ ବସିଛନ୍ତି ସେବା ସମବାୟ ସମିତିର ଶହ ଶହ କର୍ମଚାରୀ । ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନରୁ ଓହରିବେନି ବୋଲି ସଫା ସଫା ଶୁଣାଇ ଦେଇଛନ୍ତି ।

  • Friday, 24 December 2021
Lokaseva Bhawan
ରେଗୁଲାର ହେବେ ଶିକ୍ଷା ସହାୟକ, ରାଜ୍ୟ କ୍ୟାବିନେଟର ୧୩ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ଆଜି ଅନୁଷ୍ଠିତ ରାଜ୍ୟ କ୍ୟାବିନେଟରେ ୧୩ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଗ୍ରାମାଞ୍ଚଳରେ ଲୋ-ଭୋଲଟେଜ୍ ଦୂର କରିବାକୁ ପ୍ରସ୍ତାବ ଗ୍ରହଣ କରାଯିବା ସହ ୨୬୦ କୋଟି ବ୍ୟୟରେ ୪ଟି ଜାଗାରେ ହେବ ଗ୍ରୀଡ ସବଷ୍ଟେସନ ।

  • Friday, 24 December 2021
Consumer Court
୩୯୯ ଟଙ୍କା ପାଇଁ କଞ୍ଜୁମର କୋର୍ଟ ଦୌଡ଼ୁଛନ୍ତି ଅବସରପ୍ରାପ୍ତ ଶିକ୍ଷକ ଲକ୍ଷ୍ମୀଧର ! ମିଳିବ ତ ନ୍ୟାୟ ?

ନ୍ୟାୟ ପାଇବା ଲାଗି ଲୋକ ଦୌଡ଼ି ଆସୁଛନ୍ତି । କିନ୍ତୁ ଖୋର୍ଦ୍ଧା କଞ୍ଜୁମର କୋର୍ଟ ପ୍ରାୟତଃ ଅଚଳ । ୩ ଜଣିଆ ଖଣ୍ଡପୀଠର ସଭାପତି ଓ ଜଣେ ସଦସ୍ୟଙ୍କ ପଦ ଖାଲି ପଡ଼ିଛି । ସମାନ ଅବସ୍ଥା ରାଜ୍ୟର ସବୁ କଞ୍ଜୁମର ଫୋରମ୍‌ରେ । ଖାଉଟି ନ୍ୟାୟ ପାଇଁ ଦୌଡ଼ି ଆସୁଥିଲେ ବି ନିରାଶ ହୋଇ ଫେରୁଛନ୍ତି ।

  • Friday, 24 December 2021
New Year Party
ବଡ଼ଦିନ-ନୂଆବର୍ଷ ପାଳନ କଟକଣା ଅବଧି ସଂଶୋଧନ

ରାଜ୍ୟକୁ ଘାରିଲାଣି ଓମିକ୍ରନ୍ ଚିନ୍ତା। କୋଭିଡ ନିୟମକୁ କଡାକଡି ଭାବେ ପାଳନ କରିବା ପାଇଁ ରାଜ୍ୟ ସରକାରଙ୍କ ବଡ଼ଦିନ ଓ ନୂଆବର୍ଷ ଗାଇଡଲାଇନ୍‌ ଜାରି କରିଛନ୍ତି ।

  • Friday, 24 December 2021
khordha-Balangir
କେବେ ସରିବ ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପ ? ସରକାରଙ୍କ ପ୍ରତିଶ୍ରୁତି କେବଳ ପାଣିର ଗାର !

ଚୁକ୍ତି ଅନୁଯାୟୀ, ଦଶପଲ୍ଲାରୁ ବଲାଙ୍ଗିର ପର୍ଯ୍ୟନ୍ତ ୧୧୨ କିଲୋମିଟରକୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ୫୦ ପ୍ରତିଶତ ଖର୍ଚ୍ଚ ବହନ କରିବା ସହିତ, ଜମି ମାଗଣାରେ ଦେବେ ରାଜ୍ୟ ସରକାର । ଏବେ ପ୍ରକଳ୍ପର ଏଷ୍ଟିମେଟ ବଢି ୩ ହଜାର ୭୯୧ କୋଟି ୬୭ ଲକ୍ଷରେ ପହଞ୍ଚିଲାଣି ।

  • Friday, 24 December 2021